2011 ରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଏକ ଚାରି ଟି ଟେଷ୍ଟ ସିରିଜ୍ ଖେଳାଯାଇଥିଲା, ଏହି ସିରିଜର ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ନଟିଂହାମରେ ଖେଳାଯାଇଥିଲା ଯେଉଁଥିରେ ଇଆନ୍ ବେଲଙ୍କ ରନ୍ଆଉଟ୍ ବିଷୟରେ ଅନେକ ଆଲୋଚନା ହୋଇଥିଲା। ମ୍ୟାଚ୍ର ତୃତୀୟ ଦିନରେ ଟି-ବ୍ରେକ୍ ପୂର୍ବରୁ ଇଆନ୍ ବେଲଙ୍କୁ ଏକ ବିବାଦିୟ ରନ୍ଆଉଟ୍ ଦିଆଯାଇଥିଲା ଏବଂ ଟି-ବ୍ରେକ୍ ପରେ ଟିମ୍ ଇଣ୍ଡିଆ ଅଧିନାୟକ ମହେନ୍ଦ୍ର ସିଂ ଧୋନି ତାଙ୍କ ରନ୍ଆଉଟ୍ ଆବେଦନ ପ୍ରତ୍ୟାହାର କରି ବେଲଙ୍କୁ ପୁନର୍ବାର ବ୍ୟାଟିଂ କରିବାକୁ ଅନୁରୋଧ କରିଥିଲେ।
ଧୋନିଙ୍କୁ ଦଶନ୍ଧିର ଆଇସିସି ସ୍ପିରିଟ୍ ଅଫ୍ କ୍ରିକେଟ୍ ପୁରସ୍କାର ପ୍ରଦାନ
ମହେନ୍ଦ୍ର ସିଂ ଧୋନି ଙ୍କ ଏହି ନିର୍ଣ୍ଣୟ ପାଇଁ ଧୋନିଙ୍କୁ ଦଶନ୍ଧିର ଆଇସିସି ସ୍ପିରିଟ୍ ଅଫ୍ କ୍ରିକେଟ୍ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ, 10 ବର୍ଷ ପରେ, ଇଆନ୍ ବେଲ୍ ନୀରବତା ଭାଙ୍ଗି ନିଜର ପ୍ରତିକ୍ରିୟା ଦେଇଛନ୍ତି ଏବଂ କହିଛନ୍ତି ଯେ ସେହି ସମୟରେ ତାଙ୍କ ଦ୍ୱାରା ଏଭଳି ଭୁଲ୍ ନିଶ୍ଚୟ ହୋଇଥିଲା। ତେବେ ଆସନ୍ତୁ ଜାଣିବା କଣ ଥିଲା ସମ୍ପୂର୍ଣ ଘଟଣା।
ଜାଣିବା କଣ ଥିଲା ସମ୍ପୂର୍ଣ ଘଟଣା
ଟି-ବ୍ରେକ୍ ପୂର୍ବରୁ ଇଆନ୍ ବେଲ୍ ଏବଂ ଇଏନ୍ ମୋର୍ଗାନ୍ ବ୍ୟାଟିଂ କରୁଥିଲେ। ଶେଷ ବଲ କୁ ମୋର୍ଗାନ ଲେଗ ସାଇଡ ଆଡକୁ ଏକ ସଟ୍ ଖେଳିଥିଲେ । ଉଭୟ ବ୍ୟାଟ୍ସମ୍ୟାନ୍ ଅନୁଭବ କରିଥିଲେ ଯେ ବଲ ଟି ଗାଡି ଯାଇ ବାଉଂଡେରୀ ଲାଇନ କୁ ଛୁଇଁ ଥିଲା ବୋଲି କିନ୍ତୁ ବଲ ଟି ବାଉଂଡେରୀ ଲାଇନ କୁ ଲାଗେ ନାଲାଗେ ଭଳି ଗଡି ଯାଇ ଲାଇନ ପାଖରେ ହିଁ ଅଟକି ଯାଇଥିଲା ଏହାକୁ ଚାରି ରନ ଭାବି ଦୁହେଁ ପାଭିଲିୟନକୁ ଫେରିବା ଆରମ୍ଭ କରିଥିଲେ।
ନଅନ-ଷ୍ଟ୍ରାଇକର ରେ ଥିବା ବ୍ୟାଟ୍ସମ୍ୟାନ୍ ରନ୍ଆଉଟ୍
କିନ୍ତୁ ପ୍ରବୀଣ କୁମାର ସେହି ସମୟରେ ବାଉଂଡେରୀ ସୀମା ଲାଇନରେ ଠିଆ ହୋଇଥିଲେ ଏବଂ ସେ ବଲକୁ ସଂଗ୍ରହ କରି ମହେନ୍ଦ୍ର ସିଂ ଧୋନିଙ୍କ ଆଡକୁ ବଲ ଦେଇ ଥିଲେ ଏବଂ ଧୋନି ଅଭିନଭ ମୁକୁନ୍ଦଙ୍କୁ ବଲ ଦେଇ ଥିଲେ ଏବଂ ନଅନ-ଷ୍ଟ୍ରାଇକର ରେ ଥିବା ବ୍ୟାଟ୍ସମ୍ୟାନ୍ କୁ ରନ୍ଆଉଟ୍ କରି ଦେଇଥିଲେ । ଏହି ବିଷୟରେ ଇଂରାଜୀ ପ୍ରଶଂସକମାନେ ଟିମ୍ ଇଣ୍ଡିଆକୁ କଡ଼ା ସମାଲୋଚନା କରିଥିଲେ। ଏହା ପରେ ଅନ୍ ଫିଲ୍ଡ ଅମ୍ପାୟର ଇୟାନ ବେଲଙ୍କୁ ଆଉଟ ଦେଇଥିଲେ।
ଏହା ମୋର ଭୁଲ୍ ଥିଲା ମୁ ମାନୁଛି ମୋର ହିଁ ଦୋଷ ଥିଲା
ଗ୍ରେଡ୍ କ୍ରିକେଟ୍ ୟୁଟ୍ୟୁବ୍ ଚ୍ୟାନେଲରେ ବେଲ୍ କହିଛନ୍ତି, ଧୋନି ଏଥିପାଇଁ ସ୍ପିରିଟ୍ ଅଫ୍ ଗେମ୍ ପୁରସ୍କାର ଗ୍ରହଣ କରିଛନ୍ତି। କିନ୍ତୁ ଏହା ମୋର ଭୁଲ୍ ଥିଲା ମୁ ମାନୁଛି ମୋର ହିଁ ଦୋଷ ଥିଲା । ମୁଁ ସେତେବେଳେ ନିଶ୍ଚୟ ଭୋକିଲା ଥିଲି, ମୁଁ ଆଦ୍ୟୁ ତାହା କରି ବାର ନ ଥା’ନ୍ତି। 2011 ରୁ 2013 ମଧ୍ୟରେ ମୁଁ ମୋ କ୍ୟାରିୟରର ଶିଖରରେ ଥିଲି । ଆମ ଦଳ ଘରେ ଏବଂ ବିଦେଶ ମାଟିରେ ମଧ୍ୟ ବହୁତ ଜିତୁଥିଲୁ । ଆମେ ଅଷ୍ଟ୍ରେଲିଆ ଏବଂ ଭାରତରେ ମଧ୍ୟ ଟେଷ୍ଟ ସିରିଜ୍ ଜିତିଛୁ, ଯାହା ଟେଷ୍ଟ କ୍ରିକେଟ୍ ରେ ଏଭି ପଦର୍ଶନ କରିବା ଅତ୍ୟନ୍ତ କଷ୍ଟକର ଥିଲା ଏହା ସହ ଧୋନି ଙ୍କୁ ପ୍ରଶଂସା କରି କହିଛନ୍ତି ଯେ କ୍ରିଜ ଛାଡି ଯିବା ମୋର ଭୁଲ୍ ଥିଲା କିନ୍ତୁ ଧୋନି ଟି-ବ୍ରେକ୍ ପରେ ପୁଣି ମୋତେ ବ୍ୟାଟିଂ କରିବା ପାଇଁ ଡାକିବା ନିଷ୍ପତି ପାଇଁ ତାଙ୍କୁ ସ୍ପିରିଟ୍ ଅଫ୍ ଗେମ୍ ପୁରସ୍କାର ପ୍ରଦାନ କରାଯାଇଥିଲା।