IND Vs SL : ରୋମାଞ୍ଚକର ଦ୍ୱିତୀୟ ODI ରେ ଭାରତୀୟ ଦଳ ଶ୍ରୀଲଙ୍କାକୁ 3 ୱିକେଟରେ ପରାସ୍ତ କରିଛି। ଦୀପକ ଚହର ଏବଂ ଭୁବନେଶ୍ୱର କୁମାର ଅଷ୍ଟମ ୱିକେଟ୍ ପାଇଁ ଅପରାଜିତ 84 ରନ୍ ଭାଗିଦାରୀ କରିଥିଲେ। ଶ୍ରୀଲଙ୍କା ଦଳ ଏହି ସିରିଜକୁ 0-2ରେ ହାରିଯାଇଛି। ମ୍ୟାଚ୍ ହାରିବା ପରେ ଆଇସିସି (ICC) ଶ୍ରୀଲଙ୍କା ଦଳ ପାଇଁ ଏକ ବଡ ଝଟକା ମଧ୍ୟ ଦେଇଛି।
ଆଇସିସି ଶ୍ରୀଲଙ୍କା ଦଳକୁ ଲାଗିଲା ଜରିମାନା
ବାସ୍ତବରେ କଲମ୍ବୋରେ ଭାରତ ବିପକ୍ଷ ଦ୍ୱିତୀୟ ODI ରେ ମନ୍ଥର ଓଭର ହାର (slow over rate) ପାଇଁ ଆଇସିସି ଶ୍ରୀଲଙ୍କା ଟିମ୍ କୁ ଜରିମାନା କରିଛି। ଆଇସିସି କହିଛି ଯେ ଆଇସିସି ବିଶ୍ୱକପ ସୁପର ଲିଗରେ ଶ୍ରୀଲଙ୍କା ଦଳକୁ ଝଟକା ଲାଗିବା ସହ ସେମାନଙ୍କ ମ୍ୟାଚ ଫିସର 20 ପ୍ରତିଶତ ଜରିମାନା ସହ ସେମାନଙ୍କ ଅଙ୍କ ତାଲିକା ରୁ ଏକ ଅଙ୍କ ହ୍ରାସ କରାଯାଇଛି। ଆଇସିସି ମ୍ୟାଚ୍ ରେଫରି ରଂଜନ ମାଡୁଗାଲେ (Ranjan Madugalle) ଦାସୁନ୍ ଶାନାକା (Dasun Shanaka) ଙ୍କ ନେତୃତ୍ୱାଧୀନ ଘରୋଇ ଦଳକୁ ନିର୍ଦ୍ଧାରିତ ସମୟରେ ଗୋଟିଏ ଓଭର ମନ୍ଥର ପାଇଁ ଏଭଳି ନିର୍ଣ୍ଣୟ ନେଇଥିଲେ।
ଆପଣ ଜାଣିଥିବେ ଯେ, ଶ୍ରୀଲଙ୍କାର 276 ରନ୍ର ଟାର୍ଗେଟକୁ ପିଛା କରି ଟିମ୍ ଇଣ୍ଡିଆ 7 ୱିକେଟ୍ ହରାଇ 277 ରନ୍ ସଂଗ୍ରହ କରିଥିଲା, ଏହି ମ୍ୟାଚରେ ଦୀପକ ଚହର 8 ନମ୍ବରରେ ବ୍ୟାଟିଂ କରି 82 ବଲରେ 69 ରନ୍ ସଂଗ୍ରହ କରିଥିଲେ, ହାରିବା ମ୍ୟାଚ ଜିତିଯାଇଥିଲା। ତୃତୀୟ ଏବଂ ସିରିଜର ଶେଷ ODI ମ୍ୟାଚ୍ ଜୁଲାଇ 23 ଶୁକ୍ରବାର ଦିନ କଲମ୍ବୋର ଆର ପ୍ରେମାଦାସା (R Premadasa) ଷ୍ଟାଡିୟମରେ ଖେଳାଯିବ।