ଏହି ୩ଟି ଜିନିଷ ଉଧାର ଦେଲେ ହୋଇଯିବେ ଦରିଦ୍ର, ଜ୍ୟୋତିଷ ଶାସ୍ତ୍ରରେ କରାଯାଇଛି ସତର୍କ…ପଢ଼ନ୍ତୁ ରିପୋର୍ଟ

ସଂସ୍କାର : ଆଜିକାଲି ଦୁନିଆରେ ଟଙ୍କା ପଇସାର ମହତ୍ୱ ଭିନ୍ନ। ସମସ୍ତେ ଚାହାଁନ୍ତି ଯେ ଘରେ ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ ରହୁ। ଯାହାଦ୍ୱାରା ଘରେ ସର୍ବଦା ଉନ୍ନତି ଲାଗି ରହିବ। ଧନ ଓ ଉନ୍ନତିକୁ ନେଇ ଜ୍ୟୋତିଷ ଶାସ୍ତ୍ରରେ ବଡ଼ ଗୁରୁତ୍ୱପୂର୍ଣ୍ଣ କଥା କୁହାଯାଇଛି। ଯାହାର ପାଳନ କରା ନଗଲେ ବ୍ୟକ୍ତି ଦରିଦ୍ରତା ଆଡକୁ ଚାଲିଯାଇଥାଏ। ଫଳରେ ଘରର ଉନ୍ନତି ଅଟକି ଯାଇଥାଏ।

ବେଳେବେଳେ ସାହି ପଡିଶାରେ ଜିନିଷ ଦେବା ନେବା ହୋଇଥାଏ । ହଠାତ କିଛି ଜିନିଷ ଆବଶ୍ୟକ ପଡିଲେ ଘରେ ନଥିଲେ ଆମେ ପଡିଶା ଘରୁ ଉଧାର ନେଇ ଆସିଥାଉ । ପରେ ତାକୁ ଫେରାଇ ଦେଉ । ହେଲେ ଜ୍ୟୋତିଷ ଶାସ୍ତ୍ରରେ କିଛି ଏମିତି ଜିନିଷ ମଧ୍ୟରେ କୁହାଯାଇଛି ଯାହାକୁ କେବେ ବି ଉଧାର ଦେବା କଥା ନୁହେଁ । ନଚେତ ଏହାଦ୍ୱାରା ଘରର ସୁଖ ସମୃଦ୍ଧି ଉପରେ ନକରାତ୍ମକ ପ୍ରଭାବ ପଡିଥାଏ । ଆସନ୍ତୁ ଜାଣିବା କେଉଁ ଜିନିଷ ଯାହାକୁ କେବେ ଉଧାର ଦେବା କଥା ନୁହେଁ ।

ଏହି ୩ଟି ଜିନିଷ କାହାକୁ ଦିଅନ୍ତୁ ନାହିଁ ଉଧାର :

୧) ହଳଦୀକୁ ହିନ୍ଦୁ ଧର୍ମରେ ଶୁଭ ବୋଲି ମନାଯାଇଥାଏ । ଏମିତିରେ ହଳଦୀର ବ୍ୟବହାର ଶୁଭ କାର୍ଯ୍ୟରେ କରାଯାଇଥାଏ । ଜ୍ୟୋତିଷରେ ହଳଦୀର ସମ୍ପର୍କ ଗୁରୁ ଗ୍ରହଙ୍କ ସହ ରହିଛି । ତେଣୁ ହଳଦୀ କେବେ କାହାକୁ ଉଧାର ଦେବା କଥା ନୁହେଁ । ମାନ୍ୟତା ରହିଛି ଯେ ଏମିତି କରିବା ଦ୍ୱାରା ଆପଣଙ୍କ କ୍ୟାରିଅର, ବୈବାହିକ ଓ ଆର୍ଥିକ ସମସ୍ୟାର ସାମନା କରିବାକୁ ପଡିପାରେ ।

୨) ଜ୍ୟୋତିଷରେ ଦୁଧର ସମ୍ବନ୍ଧ ଚନ୍ଦ୍ର ଗ୍ରହଙ୍କ ସହ ରହିଛି। ତେଣୁ ଦୁଧ ବା ଦୁଧରେ ତିଆରି ଜିନିଷ କାହାକୁ ଉଦ୍ଧାର ଦେବା କଥା ନୁହେଁ। ବିଶେଷକରି ସୂର୍ଯ୍ୟାସ୍ତ ପରେ କାହାକୁ ଦୁଧ ଉଦ୍ଧାର ଦେବା କଥା ନୁହେଁ। ଏମିତି କଲେ ଘରର ସୁଖ ସମ୍ପତ୍ତି ସହ ଉନ୍ନତି ବି ଚାଲିଯାଏ ।

୩) କୁହାଯାଏ, କେବେ ଭୁଲରେ ବି କାହାକୁ ଲୁଣ ଉଦ୍ଧାର ଦେବା କଥା ନୁହେଁ । ଯଦି କାହାର ଘରୁ ଲୁଣ ସରିଯାଇଛି । ତେବେ ଉଧାର ଆଣିବା ପରିବର୍ତ୍ତେ ବଜାରରୁ କିଣି ଆଣନ୍ତୁ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଘର କେବେ ଲୁଣ ସରିବା କଥା ନୁହେଁ । କିମ୍ବା କାହାକୁ ଲୁଣ ଦେବା କଥା ନୁହେଁ । କୁହାଯାଏ ଏମିତି କରିବା ଦ୍ୱାରା ଘରେ ଆର୍ଥିକ ଅସୁବିଧାର ସାମନା କରିବାକୁ ପଡିପାରେ ।

Leave a Reply

Your email address will not be published. Required fields are marked *