ସଂସ୍କାର : ଘର କଳି ଦାଣ୍ଡରେ ପଡି ହାଟରେ ଗଡ଼ିଲାଣି ସୁମିତ୍ ଆଉ ତପସ୍ୱିନୀଙ୍କର। ଆଉ ସ୍ଥାନୀୟ ଲୋକେ ମଧ୍ୟ ତପସ୍ୱିନୀଙ୍କୁ ସପୋର୍ଟ କରୁଥିବାର ନଜର ଆସିଛି। କେତେକ ମହିଳା ସୁମିତଙ୍କର ଦାଣ୍ଡ ଦୁଆରରେ ଥିବା ଗେଟକୁ ଭାଙ୍ଗି ତପସ୍ୱିନୀଙ୍କୁ ଭିତରକୁ ନେଇଛନ୍ତି। କିନ୍ତୁ ସୁମିତଙ୍କର ଘର ଭିତରକୁ ଡିମ୍ପଲଙ୍କୁ ନେବାକୁ ଅସମର୍ଥ ହୋଇଛନ୍ତି ସ୍ଥାନୀୟ ମହିଳାମାନେ। ତେବେ ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ପୋଲିସ୍ ପକ୍ଷରୁ ୧୪୪ ଧାରା ଲାଗୁ କରାଯାଇଛି। ଏହାରି ମଧ୍ୟରେ ଏକ ଭିଡ଼ିଓ ବର୍ତ୍ତମାନ ନିଆଁ ଭଳି ଭାଇରାଲ୍ ହେବାରେ ଲାଗିଛି। ଆଉ ଏହି ଭିଡ଼ିଓଟି ହେଉଛି ସୁମିତ୍ ଆଉ ତପସ୍ୱିନୀଙ୍କର। ଏଦୁହେଁ ଡ଼ିଭୋର୍ସ ପାଇଁ ସୌଦା ତଥା ମୁଲଚାଲ୍ କରୁଥିବାର ହେଉଛି ଏହି ଭିଡ଼ିଓ। ଯାହାକି ବର୍ତ୍ତମାନ ଭାଇରାଲ୍ ହେବାରେ ଲାଗିଛି।
ଭିଡ଼ିଓରେ ସ୍ପଷ୍ଟ ଭାବରେ ଜଣାପଡୁଛି ଯେ, ଏ ଦୁହିଙ୍କ ମଧ୍ୟରେ ଡିଭୋର୍ସ ପାଇଁ ଚାଲିଛି ମୁଲଚାଲ୍ । ଟଙ୍କା ବଦଳରେ ଡ଼ିଭୋର୍ସ ପାଇଁ ରାଜି ହେଉଛନ୍ତି ତପସ୍ୱିନୀ। ଆଉ ଏହି ଭାଇରାଲ୍ ଭିଡ଼ିଓ ଡିମ୍ପଲ-ସୁମିତ କେସରେ ଆଣିଛି ନୂଆ ଟୁଇଷ୍ଟି। ଭିଡ଼ିଓରେ ଶୁଣିବାକୁ ମିଳୁଛି ଅନେକ ସାଙ୍ଘାତିକ କଥା। ୮ ଲକ୍ଷ ଦେଲେ ସୁମିତଙ୍କୁ ଡିଭୋର୍ସ ଦେଇ ଦେବେ ବୋଲି କହୁଛନ୍ତି ତପସ୍ୱିନୀ ଦାସ। ସେପଟେ ସ୍ୱାମୀ ସୁମିତ ସାହୁ ପତ୍ନୀ ଡିମ୍ପଲଙ୍କ ପଛେ ପଛେ ଫୋନ ଧରି ଭିଡ଼ିଓ ରେକର୍ଡିଂ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଯଦିବା ଭିଡ଼ିଓରେ ସୁମିତଙ୍କ ମୁହଁ ଦେଖିବାକୁ ମିଳିନାହିଁ ତଥାପି ସ୍ୱର ହିଁ ବାରି ଦେଉଛି ଯେ, ରେକଡ଼ିଂ ସାଇଟରେ ସୁମିତ୍ ଅଛନ୍ତି।
ସ୍ୱାମୀକୁ ପାଇବା ପାଇଁ ଶ୍ୱଶୁର ଘର ଆଗରେ ଧାରଣାରେ ବସିଥିବା ତପସ୍ୱିନୀ ଦାସଙ୍କ ଭିଡ଼ିଓ ଏବେ ଘଟଣାରେ ନୂଆ ମୋଡ ଆଣିଛି। କୌଣସି ଅଜ୍ଞାତ ସ୍ଥାନରେ ଡ଼ିମ୍ପଲ ଫୋନ ଧରି ଏକ ଯୁବକଙ୍କ ସହ ଚାଟିଂ କରୁଥିବାବେଳେ ପାଖରେ ଅଛନ୍ତି ତାଙ୍କ ପତିପରମେଶ୍ବର ସୁମିତ ସାହୁ। ତେବେ ଏହି ଭିଡ଼ିଓରେ ଦେଖିବାକୁ ମିଳୁଛି ଯେ, ଉଭୟଙ୍କ ଭିତରେ ଝଗଡ଼ା ହେଉଛି। ଆଉ ଏହି ଝଗଡା ଭିତରେ ଡ଼ିମ୍ପଲ କହୁଛନ୍ତି ଯେ, ମୋତେ ୮ଲକ୍ଷ ଦେଲେ ମୁଁ ତତେ ଡିଭୋର୍ସ ଦେଇଦେବି। ତୋର ମୋର ଆଉ କିଛି ସମ୍ପର୍କ ରହିବନି। ମୁଁ ମୋ ବାଟରେ ଚାଲିଯିବି। ତୋ ରାସ୍ତା ଆଉ ମୋ ରାସ୍ତା ପୁରାପୁରି ଅଲଗା ହୋଇଯିବ। ତେବେ ମୁଁ କେଉଁଠି ରହିବି ଏବଂ କଣ କରିବି ତାହା ମୁଁ ଠିକ୍ କରିସାରିଛି। ତୁ ଖାଲି ମୋତେ ୮ ଲକ୍ଷ ଦେ।
ଭିଡ଼ିଓରେ ଆହୁରି ମଧ୍ୟ ଶୁଣିବାକୁ ମିଳୁଛି ଯେ, ଟଙ୍କା ନମିଳିଲେ ତୋ ଫ୍ୟାମିଲକୁ ବରବାଦ କରିଦେବି ବୋଲି ସ୍ପଷ୍ଟ ଭାବରେ କହିଛନ୍ତି ତପସ୍ୱିନୀ। ଯେମିତି ମୋ ସହ ଅନ୍ୟାୟ ହୋଇଛି ସେମିତି କରିଦେବି ବୋଲି ସୁମିତଙ୍କୁ ଧମକ ଦେଉଛନ୍ତି ତପସ୍ୱିନୀ। ଯଦି ବା କେଉଁଠି ବିବାହ କରେ ବେଦୀରୁ ଉଠିକି ଆସିବି ବୋଲି ମଧ୍ୟ କହୁଥିବା ଭାଇରାଲ ଭିଡ଼ିଓରେ ଉଲ୍ଲେଖ ରହିଛି। ସେପଟେ ଏ ସମସ୍ତ ଘଟଣାକୁ ସୁମିତ ନିଜ ଫୋନରେ ରେକର୍ଡ଼ିଂ କରୁଥିବା ଜଣା ପଡ଼ିଛି। ତେବେ ଏହି ଭିଡ଼ିଓରେ କେତେ ସତ୍ୟତା ରହିଛି ଏବଂ ଏହା କେଉଁ ସମୟର ଭିଡ଼ିଓ ତାହା ଜଣାପଡ଼ିନାହିଁ। ତପସ୍ୱିନୀ ଓ ସୁମିତ ଆସ୍କା IBରେ ରହୁଥିବାବେଳର ଏହି ଭିଡ଼ିଓ ବୋଲି ଅନୁମାନ କରାଯାଉଥିବାବେଳେ ରାଜ୍ୟର ଏକ ପ୍ରତିଷ୍ଠିତ ଗଣମାଧ୍ୟମ ସାମ୍ନାକୁ ପ୍ରତିକ୍ରିୟା ଦେଇ ଏହାକୁ ଖଣ୍ଡନ କରିଛନ୍ତି ତପସ୍ୱିନୀ ଦାଶ।
୮ ଲକ୍ଷ ଟଙ୍କା କାହିଁକି ଓ କେଉଁଥି ପାଇଁ ମାଗିଛନ୍ତି ତାହାର ସ୍ପଷ୍ଟୀକରଣ ରଖିଛନ୍ତି ଡ଼ିମ୍ପଲ। ସେ କହିଛନ୍ତି ଯେ, ମୋର ବିବାହ ପରେ ମୋ ବାପା ସୁମିତଙ୍କୁ ୮ ଲକ୍ଷ ଟଙ୍କା ଦେଇଥିଲେ। ମୋ ବାପା ଗାଡି ବିକି ଏହି ଟଙ୍କା ଦେଇଥିଲେ। ବିବାହ ପରେ ମୋର ପାଠ ପଢିବା ନେଇ ଏହି ଟଙ୍କା ସୁମିତଙ୍କୁ ଦିଆଯାଇଥିଲା। କିନ୍ତୁ ମୋତେ ସୁମିତ୍ କିମ୍ବା ତାଙ୍କ ପରିବାର ପାଠ ପଢାଇ ନଥିଲେ। ତେଣୁ ପରବର୍ତ୍ତୀ ସମୟରେ ଏଥିପାଇଁ ଏହି ଟଙ୍କା ପ୍ରସଙ୍ଗ ଉଠିଥିବା କହିଛନ୍ତି ଡିମ୍ପଲ। ତେବେ ଏହି ଭିଡ଼ିଓରେ ଡ଼ିମ୍ପଲ ଜଣେ ଯୁବକଙ୍କ ସହ ଚାଟିଂ କରିଥିବା ପ୍ରସଙ୍ଗ ଉଠାଇଛନ୍ତି ସୁମିତ। ଏହି ବିବାଦ ଭିତରେ ସନ୍ଦିଗ୍ଧ ସଞ୍ଜୀତ୍ ବାରିକ କିଏ ବୋଲି ଭାଇରାଲ ଭିଡ଼ିଓରେ ପତ୍ୱୀ ତପସ୍ୱିନୀ ଦାସଙ୍କୁ ବାରମ୍ବାର ପ୍ରଶ୍ନ କରିଛନ୍ତି ସୁମିତ। କିନ୍ତୁ ଏହି ପ୍ରଶ୍ନର କୌଣସି ଉତ୍ତର ତପସ୍ୱିନୀ ଦାସ ରଖିନଥିବା ଦେଖିବାକୁ ମିଳିଛି। ତେବେ ଏହି ସଞ୍ଜୀତ୍ ବାରିକ କିଏ ? ସେ ତପସ୍ୱିନୀଙ୍କର ପୂର୍ବ ବୟଫ୍ରେଣ୍ଡ ନୁହଁ ତ ? ଯଦି ସଞ୍ଜୀତ୍ ବାରିକ ତପସ୍ୱିନୀଙ୍କର ପୂର୍ବ ବୟଫ୍ରେଣ୍ଡ ନୁହେଁ , ତ ସେ କିଏ ? ତପସ୍ୱିନୀ କାହିଁକି ସଞ୍ଜୀତଙ୍କ ସହ ଚାଟ୍ କରୁଥିଲେ? ଏଭଳି ଅନେକ ପ୍ରଶ୍ନ ବର୍ତ୍ତମାନ ରାଜ୍ୟର ପ୍ରତ୍ୟେକ ଲୋକଙ୍କ ମନରେ ଉଙ୍କି ମାରୁଛି।