ଆପଣ ଅବିବାହିତ କି ? ଶୋଇଲାବେଳେ ଯଦି ଏହି ସବୁ ସ୍ଵପ୍ନ ଦେଖୁଛନ୍ତି ଜାଣନ୍ତୁ ଆପଣ ବି ଖୁବ୍ ଶୀଘ୍ର Single ରୁ Mingle ହେବେ

ଅନେକ ଶାସ୍ତ୍ର ବିଷୟରେ ଆପଣ ଶୁଣିଥିବେ, ଠିକ୍ ସେମିତି ରହିଛି ସ୍ଵପ୍ନ ଶାସ୍ତ୍ର । ଆଜ୍ଞା ହଁ, ଏ ଶାସ୍ତ୍ର ଅନୁଯାୟୀ ଶୋଇଲାବେଳେ ଅବିବାହିତମାନେ ଯଦି ନିମ୍ନ ସ୍ଵପ୍ନମାନ ଦେଖନ୍ତି ତେବେ ସେମାନେ ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ । କେତେକ ସ୍ଵପ୍ନ ବିବାହ ସହିତ କେତୋଟି ପ୍ରସଙ୍ଗକୁ ଇଙ୍ଗିତ କରିଥାଏ, ସେସବୁ ହେଲା :

ସ୍ଵପ୍ନରେ ଯଦି ସହର ଦେଖୁଛନ୍ତି ତେବେ ଅତ୍ୟନ୍ତ ଶୁଭ । ଆଉ ଯଦି ସ୍ଵପ୍ନରେ ଅବିବାହିତା ଝିଅ କିମ୍ବା ପୁଅ ମହୁ ଖାଇବା ଦେଖନ୍ତି ତେବେ ସେମାନଙ୍କ ବିବାହ ଖୁବ୍ ଶୀଘ୍ର ହେବାର ସଙ୍କେତ ଦିଏ । ଅଧିକାଂଶ ସମୟରେ ବିବାହ ସ୍ଥିର ହୋଇଯିବା ପରେ ମଧ୍ୟ ବାଧା ଉପୁଜି ଥାଏ । ଅନେକ ଥର ବାହାଘର ଭାଙ୍ଗି ବି ଯାଇଥାଏ । ସ୍ଵପ୍ନ ଶାସ୍ତ୍ର ଅନୁସାରେ ସ୍ଵପ୍ନରେ ପଙ୍ଖ ମେଲାଇଥିବା ମୟୁର ଦେଖିଲେ ମଧ୍ୟ ବିବାହ ଶୀଘ୍ର ହୋଇଥାଏ ।

ସ୍ଵପ୍ନରେ ନିଜକୁ କିମ୍ବା ଅନ୍ୟକୁ ନାଚୁଥିବାର ଦେଖିଲେ ଶୁଭ ସଙ୍କେତ ମିଳିଥାଏ । ଏହା ଇଙ୍ଗିତ କରିଥାଏ ଆପଣଙ୍କ ଜୀବନ ଅତ୍ୟନ୍ତ ଖୁସିରେ କଟିବ । ଏହାସହିତ ଜୀବନରେ ଆସୁଥିବା ସମସ୍ୟାମାନ ସମାଧାନ ହେବା ସାଙ୍ଗରେ ଦାମ୍ପତ୍ୟ ଜୀବନରେ ସୁଧାର ଆସିବ । ଶ୍ରେଷ୍ଠ ଜୀବନସାଥୀ ପାଇବାକୁ ଚାହୁଁଥିବା ଅବିବାହିତ ବ୍ୟକ୍ତିମାନେ ସ୍ଵପ୍ନରେ ନିଜକୁ କେଉଁଠି ବୁଲିବା କିମ୍ବା ଭିଡ଼ ଭିତରେ ଦେଖିବା ଅର୍ଥାତ୍ ତାଙ୍କୁ ତାଙ୍କ ମନ ମୁତାବକ ଜୀବନସାଥୀ ମିଳିବ । ଏହାଛଡ଼ା ଯଦି ସ୍ଵପ୍ନରେ ରଙ୍ଗବେରଙ୍ଗର ଫୁଲ ଏବଂ ସବୁଜିମା ଭରା ବ୍ୟାଗ ଦେଖନ୍ତି ତେବେ ବି ଆପଣ ପାଇବେ ଆପଣଙ୍କ ମନ ପସନ୍ଦର ଜୀବନସାଥୀ ।

ଯଦି କେହି ଅବିବାହିତ ବ୍ୟକ୍ତି ସ୍ଵପ୍ନରେ ଇନ୍ଦ୍ରଧନୁ ଦେଖେ ତେବେ ଜାଣନ୍ତୁ ବିବାହ ସମ୍ବନ୍ଧିତ ସମସ୍ତ ଇଚ୍ଛା ଖୁବ୍ ଶୀଘ୍ର ପୂରଣ ହେବ ଆପଣଙ୍କର । ସ୍ଵପ୍ନରେ ନିଜକୁ କାହାଠାରୁ ସୁନାର ଜିନିଷ ଉପହାର ନେଉଥିବା ଦେଖିବାର ଅର୍ଥ ଆପଣଙ୍କ ଜୀବନସାଥୀ ଅତ୍ୟନ୍ତ ଧନୀ ହେବେ । ଏପରି କ୍ଷେତ୍ରରେ ବିବାହ ପରେ ଆପଣଙ୍କୁ କୌଣସି ଜିନିଷର ଅଭାବ ରହିବ ନାହିଁ ।

Leave a Reply

Your email address will not be published. Required fields are marked *