ଯେଉଁ ଲୋକମାନଙ୍କ ଆଙ୍ଗୁଠିରେ ଏହି ଚିହ୍ନ ଥାଏ, ସେମାନେ ବିନା ଚାକିରିରେ ରାଜାଙ୍କ ପରି ବଞ୍ଚିବେ।

ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ ଜଣେ ବ୍ୟକ୍ତିର ଆଙ୍ଗୁଠିରେ ଥିବା ଚିହ୍ନ ସେହି ବ୍ୟକ୍ତିଙ୍କର ଭାଗ୍ୟ ସମ୍ପୂର୍ଣ୍ଣ ବଦଳାଇ ପାରେ। ଆଉ ଯଦି ସେହି ବ୍ୟକିଙ୍କ ଆଙ୍ଗୁଠିରେ ଚକ୍ର ଚିହ୍ନ ରହିଥାଏ ତେବେ ତାଙ୍କଠାରୁ ଭା ଗ୍ୟଶାଳୀ ଆଉ କେହି ନୁହେଁ। ଆସନ୍ତୁ ଜାଣିବା କଣ ରହିଛି ଆଙ୍ଗୁଠିରେ ଥିବା ଏହି ଚକ୍ର ଚିହ୍ନର ରହସ୍ୟ। ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ ମନୁଷ୍ୟର ଆଙ୍ଗୁଠିରେ କିଛି ଏମିତି ଚିହ୍ନ ଥାଏ ଯାହା ଦ୍ଵାରା ସେମାନଙ୍କର ଭବିଷ୍ୟ ମଧ୍ୟ ଜାଣିହୁଏ।

ମନୁଷ୍ୟର ଆଙ୍ଗୁଠିରେ ଥିବା ଚକ୍ର ଚିହ୍ନ  ଦ୍ଵାରା ମଧ୍ୟ ସେମାନଙ୍କ ଭାଗ୍ୟର ଗଣନା କରିବା ସହଜ ହୋଇଥାଏ।ଯଦି ଆମେ ସାମୁଦ୍ରିକ ଶାସ୍ତ୍ରକୁ ଦେଖିବା ତେବେ ପ୍ରତ୍ୟେକ ବ୍ୟକ୍ତି ନିଜର ପୂର୍ବ ଜନ୍ମରେ କିଛି ପୂଣ୍ୟ କାମ କରିଥାନ୍ତି। ପୂର୍ବ ଜନ୍ମର ଏହି ପୂଣ୍ୟ କାମ ଦ୍ଵାରା ହିଁ ମନୁଷ୍ୟର ହାତ ଓ ପାଦରେ ରେଖା ସହିତ ବିଭିନ୍ନ ପ୍ରକାରର ଚିହ୍ନ ତିଆରି ହୋଇଥାଏ।ଯାହା ମନୁଷ୍ୟର ଭାଗ୍ୟକୁ ବଦଳାଇବାରେ ପ୍ରଭାବଶାଳୀ ବୋଲି ପ୍ରମାଣିତ ହୋଇଥାଏ। ସ୍ଵଂୟ ବ୍ରହ୍ମାଙ୍କ ଦ୍ଵାରା ହିଁ ଏହି ରେଖା ଓ ଚିହ୍ନ ମନୁଷ୍ୟର ହାତ ଓ ପାଦରେ ସୃଷ୍ଟି ହୋଇଥିବା ବିଶ୍ୱାସ କରାଯାଏ।

ଏହି ରେଖାଗୁଡିକ ମନୁଷ୍ୟର ଭାଗ୍ୟକୁ ବୃଦ୍ଧି କରିବାରେ ସହାୟକ ହୋଇଥାଏ। ତେବେ ଆସନ୍ତୁ ଆଙ୍ଗୁଠିରେ ଥିବା ଏହି ଚିହ୍ନର ସଂକେତ ବିଷୟରେ ବିସ୍ତୃତରେ ଜାଣିବା। ଶାସ୍ତ୍ର ଅନୁଯାୟୀ ହାତ ଆଙ୍ଗୁଠିରେ ଥିବା ଏହି ଚକ୍ର ଚିହ୍ନ ଅତି ମହତ୍ତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ।

ଯଦି କୌଣସି ବ୍ୟକ୍ତିଙ୍କ ୨ ଟି ଯାକ ଆଙ୍ଗୁଠିରେ ଚକ୍ର ଚିହ୍ନ ଥାଏ ତେବେ ସେ ଅତ୍ୟନ୍ତ ବୁଦ୍ଧିମାନ ହୋଇଥାନ୍ତି।  ସେହି ବ୍ୟକ୍ତି ଏକାଧିକ ପ୍ରତିଭାରେ ପରିପୂର୍ଣ୍ଣ ହୋଇଥାନ୍ତି। ଯଦି ବ୍ୟକ୍ତିଙ୍କ ୨ଟି ଯାକ ହାତ ଆଙ୍ଗୁଠିରେ ୩ ଟି ଚକ୍ର ଥାଏ ତେବେ ଏହା ତାଙ୍କ ପାଇଁ ଶୁଭ ପ୍ରଦ ନୁହେଁ । ଯଦି କୌଣସି ବ୍ୟକ୍ତିଙ୍କ ହାତରେ ୪ ଟି ଚକ୍ର ଥାଏ ତେବେ ସେହି ବ୍ୟକ୍ତିଙ୍କୁ ଜୀବନରେ ବହୁତ୍ ସଂଘର୍ଷ କରିବାକୁ ପଡ଼ିଥାଏ।

ଯେଉଁ ବ୍ୟକ୍ତିର ହାତରେ ୫ ଟି ଚକ୍ର ଚିହ୍ନ ରହିଥାଏ, ସେହିବ୍ୟକ୍ତି ନିଜ ଲେଖନୀ ଦ୍ଵାରା ନିଜ ରୋଜଗାର କରିଥାନ୍ତି। ଯଦି କୌଣସି ବ୍ୟକ୍ତିଙ୍କ ହାତରେ ୭ଟି ଚକ୍ର ଅଛି ତେବେ ସେ ଏକ ସୁଖମୟ ଜୀବନଯାପନ କରିଥାନ୍ତି।ହାତରେ ଯଦି ୮ ଟି ଚକ୍ର ରହିଛି ତେବେ ବ୍ୟକ୍ତିଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସାମ୍ନା କରିବାକୁ ପଡିଥାଏ। ୯ ଟି ଚକ୍ର ଥିବା ଲୋକମାନେ ଅତ୍ୟନ୍ତ ଧନୀ ଅଟନ୍ତି। ୧୦ ଟି ଚକ୍ର ଥିବା ଲୋକମାନେ ସମସ୍ତ ପ୍ରକାରର ଭୋଗ ଉପଭୋଗ କରନ୍ତି ଏବଂ ରାଜା ପରି ଜୀବନ ଉପଭୋଗ କରନ୍ତି।

କେଉଁଠି ଚକ୍ର ଥିଲେ କଣ ହୁଏ?

ଯଦି ବ୍ୟକ୍ତିଙ୍କ ହାତ ଆଙ୍ଗୁଠିର ଉପରି ଭାଗରେ ଚକ୍ର ଚିହ୍ନ ଥାଏ ତେବେ ସେ ଧନବାନ ଓ ଭଗ୍ଯଶାଳୀ ହୋଇଥାନ୍ତି। ଯଦି ବୁଢା ଆଙ୍ଗୁଠିରେ ଚକ୍ର ଚିହ୍ନ ଥାଏ ତେବେ ସେହି ବ୍ୟକ୍ତି ଅତି ବୁଦ୍ଧିମାନ, ଧନୀ ଓ ପ୍ରଭାବଶାଳୀ ହୋଇଥାନ୍ତି। ସେମାନଙ୍କ ଉପରେ ପିତାମାତାଙ୍କ ଆଶୀର୍ବାଦ ସବୁବେଳେ ରହିଥାଏ। ସେମାନେ ଜୀବନରେ ପ୍ରବଳ ଅର୍ଥ କମେଇଥାନ୍ତି। 

ଯଦି ଚକ୍ରଚିହ୍ନ ବିଷି ଆଙ୍ଗୁଠିରେ ଥାଏ ତେବେ ସେ ଧନବାନ ଓ ପ୍ରଭାବଶାଳୀ ହେବା ସହିତ ସେମାନଙ୍କୁ ବନ୍ଧୁମାନଙ୍କ ସର୍ବଦା ବନ୍ଧୁମାନଙ୍କ ସହଯୋଗ ମିଳିଥାଏ। ଯେଉଁମାନଙ୍କ ହାତ ମଝିରେ ଚକ୍ର ଥାଏ ସେମାନେ ଧନବାନ ଓ ପବିତ୍ର ହୋଇଥାନ୍ତି। ଯଦି କୌଣସି ବ୍ୟକ୍ତିଙ୍କ ମଝି ଆଙ୍ଗୁଠିରେ ଚକ୍ର ଥାଏ ତେବେ ତାଙ୍କ ଉପରେ ଶନିଙ୍କ କୃପା ଓ ଆଶୀର୍ବାଦ ରହିଥାଏ।

ଅନାମିକା ଆଙ୍ଗୁଠିରେ ଚକ୍ରଚିହ୍ନ ରହିଲେ ସୌଭାଗ୍ୟ ପ୍ରାପ୍ତି ହୁଏ। ଏହି ଲୋକମାନେ ବାଣିଜ୍ୟ ଓ ରାଜନୀତି କ୍ଷେତ୍ରର ଅଧିକାରୀ ହୋଇଥାନ୍ତି। କନିଷ୍ଠ ବା କାଣୀ ଆଙ୍ଗୁଠିରେ ଚକ୍ର ଚିହ୍ନ ଥିବା ବ୍ୟକ୍ତିମାନେ ବାଣିଜ୍ୟରେ ଅତ୍ୟନ୍ତ ସଫଳତା ହାସଲ କରିଥାନ୍ତି।