ସଂସ୍କାର: ଆଜିକାଲି ଅନ୍ଲାଇନ୍ ପେମେଣ୍ଟ ଓ ୟୁପିଆଇ କାରଣରୁ ବ୍ୟାଙ୍କିଂ ସୁବିଧା ବହୁତ ସହଜ ହୋଇ ଯାଇଛି। ବର୍ତ୍ତମାନ ଅନେକ ଲୋକଙ୍କୁ ବ୍ୟାଙ୍କର ଆବଶ୍ୟକତା ପଡ଼ୁନାହିଁ । ଅନଲାଇନ୍ ମାଧ୍ୟମରେ ସେମାନେ ନିଜ ନିଜର ଟଙ୍କା ପଇସା ନେଣଦେଣ କରୁଛନ୍ତି। ଫୋନ ପେ, ଗୁଗୁଲ୍ ପେ ଓ ପେଟିଏମ ଭଳି ଆପରେ ସହଜରେ ଟଙ୍କା ପଇସା ନେଣଦେଣ ହୋଇପାରୁଛି।
ତେବେ ଏହି ଡିଜିଟାଲ ପେମେଣ୍ଟ କରିବା ମଧ୍ୟରେ ଆପଣ ନିଶ୍ଚିତ କେବେ କେବେ ଏଥିରେ ଅନେକ ସମସ୍ୟାର ସମ୍ମୁଖୀନ କରିଥିବେ। ଏପରିକି ଅନେକ ଲୋକ ଅନ୍ଲାଇନ୍ ଠକାମୀର ମଧ୍ୟ ଶିକାର ହୋଇଥାନ୍ତି। ଅନ୍ୟପଟେ କେବେ କେବେ ଟଙ୍କା ଟ୍ରାଜାକ୍ସନ ସମୟରେ ଭୁଲ୍ ଆକାଉଣ୍ଟରେ ଟଙ୍କା ପଠାଇ ହୋଇଯାଏ। ଯାହା ଫଳରେ ଅନେକ ଅସୁବିଧା ହୋଇଥାଏ। ମାତ୍ର ଏହି ସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ରିଜର୍ଭ ବ୍ୟାଙ୍କ ଗତ କିଛି ଦିନରେ ବ୍ୟାଙ୍କିଂ , ମୁଖ୍ୟତଃ ଅନ୍ଲାଇନ୍ ବ୍ୟାଙ୍କିଂକୁ ସହଜ ଓ ସୁବିଧାଜନକ କରିବା ପାଇଁ ଅନେକ ପଦକ୍ଷେପ ନେଇଛି। ଯଦି ଆପଣଙ୍କ ସହିତ ମଧ୍ୟ ଏପରି ଘଟଣା ଘଟିଥାଏ ତେବେ , ଆଜି ଆମେ ଆପଣଙ୍କୁ କିଛି ଉପାୟ କହିବୁ, ଯଦ୍ୱାରା ଆପଣ ସାବଧାନରେ ରହି ଅନେକ ଗୁଡିଏ ଟ୍ରାଜାକ୍ସନ କରିପାରିବେ।
ତେବେ ଏହି ବିଷୟରେ ଆରବିଆଇ ଏକ ଗାଇଡ୍ଲାଇନ୍ ଜାରି କରିଛି। ଯାହାର ସାହାଯ୍ୟରେ ଆପଣ ଏମିତି ଘଟଣାରେ ତୁରନ୍ତ ରିଫଣ୍ଡ ପ୍ରକ୍ରିୟା ବିଷୟରେ ଜାଣିପାରିବେ । ଆର୍ବିଆଇର ଗାଇଡ୍ଲାଇନ୍ କହୁଛି ଯେ, ଏଟିଏମ୍ , ୟୁପିଆଇ ବା ନେଟ୍ ବ୍ୟାଙ୍କିଂରୁ କୌଣସି ଟ୍ରଜାକ୍ସନ କରିବା ବେଳେ ଆପଣଙ୍କ ପାଖକୁ ତୁରନ୍ତ ଏକ ମେସେଜ୍ ଆସିବ । ଯେଉଁଥିରେ ଆପଣ କନଫର୍ମ କରିବେ କି ଆପଣ କଣ ଠିକ୍ ଟ୍ରାଜାକ୍ସନ କରିଛନ୍ତି ନା ଟ୍ରାଜାକ୍ସନ ଭୁଲ୍ ବଶତଃ ହୋଇ ଯାଇଛି । ଉକ୍ତ ମେସେଜ୍ରେ ଆପଣଙ୍କୁ ଏକ ଫୋନ୍ ନମ୍ୱର ବି ଦିଆଯିବ।ଯଦି ଆପଣ ସେହି ଟ୍ରାଜାକ୍ସନ ଭୁଲ୍ରେ କରି ଦେଇଛନ୍ତି ତ ଆପଣ ସେହି ନମ୍ୱରରେ ତୁରନ୍ତ କହିପାରିବେ କି ଏହି ଟ୍ରାଜାକ୍ସନ ଭୁଲ୍ରେ ହୋଇଛି । ଆରବିଆଇର ନିର୍ଦ୍ଦେଶ କି ଏମିତି ମେସେଜ୍ ଉପରେ ଆପଣଙ୍କ ବ୍ୟାଙ୍କକୁ ତୁରନ୍ତ ଆକ୍ସନ ନେବାକୁ ହେବ ।
ଯଦି ଆପଣ ଏମିତି ସ୍ଥିତିରେ ଫସିଛନ୍ତି ତ ଆପଣ ତୁରନ୍ତ ନିଜର ବ୍ୟାଙ୍କକୁ ଏହାର ସୂଚନା ଦେବା ଉଚିତ୍ । ଯଦିଓ ସେହି ଟ୍ରାଜାକ୍ସନ ଫ୍ରଡ୍ରେ ହେଉ ବା ଆପଣଙ୍କର ଭୁଲ୍ ଯୋଗୁଁ ହେଉ । ବ୍ୟାଙ୍କ୍କୁ ଏହାର ଡିଟେଲ୍ ତଥ୍ୟ ଦିଅନ୍ତୁ । ଆପଣ ଆପଣଙ୍କ ବ୍ୟାଙ୍କ୍ର କଷ୍ଟମର କେୟାର ନମ୍ୱରରେ କଲ୍ କରିପାରିବେ । ଅଥବା ନିଜେ ବ୍ୟାଙ୍କ୍ ଶାଖାକୁ ଯାଇ ପାରିବେ , ଯେଉଁଠି ଆପଣଙ୍କର ଆକାଉଣ୍ଟ ଖୋଲିଛନ୍ତି ।
ଯଦି ବ୍ୟାଙ୍କ୍କୁ ସଂପର୍କ କରିବା ସତ୍ତ୍ୱେ ଅନ୍ୟ ଆକାଉଣଧାରୀ ବ୍ୟକ୍ତି ଟଙ୍କା ଫେରେଇବାକୁ ମନା କରୁଛନ୍ତି ତ ଆପଣ ଲିଗାଲ ଆକ୍ସନ ନେଇ ପାରିବେ । ଆପଣ କେସ୍କୁ କୋର୍ଟ ଯାଏ ନେଇ ପାରିବେ । ଆଉ ବ୍ୟାଙ୍କ ମଧ୍ୟ ଆପଣଙ୍କୁ ଏହି କାମରେ ସାହାଯ୍ୟ କରିବେ।