ସଂସ୍କାର : ସୋସିଆଲ୍ ମେସେଜିଙ୍ଗ ଆପ୍ ହ୍ୱାଟ୍ସଆପ୍ କୁ ନେଇ ବର୍ତ୍ତମାନ ଆସିଛି ଏକ ଗୁରୁତ୍ୱପୂର୍ଣ୍ଣ ଖବର। ଯାହାକି ସମସ୍ତେ ଜାଣିବା ଜରୁରୀ। ମେସେଜିଙ୍ଗ ଆପ୍ ହ୍ୱାଟ୍ସଆପ୍ ନିଜର ସେଟିଂରେ କିଛି ପରିବର୍ତ୍ତନ କରିଥିବା ବେଳେ, ଆଉ କିଛି ପୁରୁଣା ଆଣ୍ଡ୍ରଏଡ୍ ଓ ଆଇଫୋନ୍ ମୋଡେଲ୍ରେ ଏହି ଆପ୍ କାମ କରିବନି ବୋଲି ସ୍ପଷ୍ଟ କରିଛି। କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ୨୦୨୧ ମସିହା ନଭେମ୍ବର ୧ ପରଠାରୁ କିଛି ପୁରୁଣା ମୋବାଇଲ ମୋଡେଲରେ ହ୍ୱାଟ୍ସଆପ୍ କାମ କରିବ ନାହିଁ । KaiOS ଅପରେଟିଂ ସିଷ୍ଟମ୍ରେ ଚାଲିଥିବା କିଛି ଫୋନ୍ରେ ବର୍ତ୍ତମାନ ହ୍ୱାଟ୍ସଆପ୍ କାମ କରିବ ନାହିଁ ବୋଲି କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯାଇଛି। ପୁରୁଣା ଫୋନ୍ରେ ହ୍ୱାଟ୍ସଆପ୍ ବନ୍ଦ କରିବା ଗ୍ରାହକଙ୍କୁ ବେଷ୍ଟ ଏକ୍ସପିରିଏନ୍ସ ଦେବାକୁ କରାଯାଇଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।
ହ୍ୱାଟ୍ସଆପ୍ ପକ୍ଷରୁ ସେମାନଙ୍କର ସୋସିଆଲ୍ ହେଣ୍ଡଲରେ ପୋଷ୍ଟ କରାଯାଇଛି ଯେ, ” ହ୍ୱାଟ୍ସଆପ୍ରେ ବେଷ୍ଟ ଏକ୍ସପିରିଏନ୍ସ ନେବା ପାଇଁ ଆପଣ ଆଣ୍ଡ୍ରଏଡ୍ ଓ ଆଇଓଏସ୍ର ଲେଟେଷ୍ଟ ସଫ୍ଟୱେୟାର ଭର୍ସନକୁ ବ୍ୟବହାର କରନ୍ତୁ। ଆପଣଙ୍କ ଫୋନ୍ରେ ଓଏସ୍ ଭର୍ସନ ଜାଣିବା ପାଇଁ ସେଟିଂକୁ ଯାଆନ୍ତୁ , ଏହାପରେ About section ବିକଳ୍ପକୁ ଯାଇ ସଫ୍ଟୱେୟରା ଭର୍ସନକୁ ଚେକ୍ କରନ୍ତୁ।”
ଅନ୍ୟପଟେ iOS 10 ଠାରୁ ପୁରୁଣା ଭର୍ସନ ଆଇଫୋନ୍ରେ ହ୍ୱାଟ୍ସଆପ୍ ଚାଲିବ ନାହିଁ। ସେହିପରି ଆଣ୍ଡ୍ରଏଡ୍ର ୪.୦.୪ ପୁରୁଣା ଭର୍ସନ ଚାଲୁଥିବା ଫୋନ୍ରେ ହ୍ୱାଟ୍ସଆପ୍ ଚାଲିବ ନାହିଁ। ଓ KaiOS 2.5.0 ରେ ଚାଲୁଥିବା ଫୋନ୍ରେ ମଧ୍ୟ ହ୍ୱାଟ୍ସଆପ୍ ଚାଲିବ ନାହିଁ।
WABetaInfo(ୱାବେଟାଲନଫୋ)ର ରିପୋର୍ଟ ଅନୁସାରେ ଆଣ୍ଡ୍ରଏଡ୍ର ୪.୦.୪ ଓ ତା ଠାରୁ ପୁରୁଣା ଭର୍ସନରେ ହ୍ୱାଟ୍ସଆପ୍ ବନ୍ଦ ହୋଇଯିବ। ତେଣୁ ଆପଣଙ୍କ ପାଖରେ ଯଦି Optimus L4 II Dual, Optimus F7, Optimus F5, Samsung Galaxy SII, Galaxy S3 Mini ଫୋନ୍ ଅଛି ତେବେ ଆପଣ ନଭେମ୍ବର ମାସ ୧ ତାରିଖ ପରେ ଆପଣ ଆଉ ହ୍ୱାଟ୍ସଆପ୍ ଚଳାଇ ପାରିବେ ନାହିଁ। ସେହିଭଳି ଆଇଓଏସ୍ ହ୍ୱାଟ୍ସଆପ୍ ଆକ୍ସେସ୍ ପାଇବାକୁ ହେଲେ ଆପଣଙ୍କୁ ଆଇଓଏସ୍ ୧୦ ପର ଠାରୁ ସମସ୍ତ ନୂଆ ଭର୍ସନ ବ୍ୟବହାର କରିବାକୁ ପଡ଼ିବ।