ସଂସ୍କାର :- ଯଦିଓ ବିବାହ ଦୁଇ ଜଣଙ୍କ ମଧ୍ୟରେ ଏକ ପବିତ୍ର ବନ୍ଧନ, କିନ୍ତୁ ଯେତେବେଳେ ଭାରତୀୟ ବିବାହ କଥା ଆସେ, ଏହା ଏକ ବଡ଼ ସମାରୋହରେ ପରିଣତ ହୁଏ | ଭାରତରେ ବିବାହ ଚାରିରୁ ପାଞ୍ଚ ଦିନ ପର୍ଯ୍ୟନ୍ତ ଚାଲିଥାଏ। ବର ଓ କନ୍ୟାଙ୍କ ସହିତ , ବର ଓ କନ୍ୟାଙ୍କ ଦୁଇ ପରିବାର, ସମ୍ପର୍କୀୟ ମଧ୍ୟ ଏଥିରେ ବହୁତ ଉପଭୋଗ କରନ୍ତି | ବିବାହ ବିଷୟରେ କହିବାକୁ ଗଲେ, ଭାରତରେ ହଜାର ହଜାର ବିବାହ ରୀତିନୀତି ରହିଛି କିନ୍ତୁ ରାଜ୍ୟ ଅନୁଯାୟୀ ଏହି ରୀତିନୀତିରେ ପରିବର୍ତ୍ତନ ଆସିଥାଏ। ତେବେ ଆଜି ଆମେ ଏଭଳି ଏକ ରୀତିନୀତି ଆପଣଙ୍କୁ ଦେଖାଇବୁ ଯାହାକୁ ଦେଖିଲେ ଆପଣ ବି ଟିକେ ଚିନ୍ତା କରବେ କଣ ସତରେ ଏଭଳି ବିବାହ ରୀତିନୀତି ରହିଛି ?
ଏପରି ଏକ ବିବାହ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ବର ଓ କନ୍ୟା ଭିନ୍ନ ଏକ ନାଚ ର କିଛି ଷ୍ଟେପ କରି କାର ପାଖକୁ ଯାଉଛନ୍ତି। ହେଲେ ସବୁଠାରୁ ବଡ଼ କଥା ହେଲା ଏହା ଯେ, ବର ଓ କନ୍ୟାର ଏହି ଅଦ୍ଭୁତ ରୀତିନୀତି ଦେଖିବା ପରେ ବହୁ ଇନଷ୍ଟାଗ୍ରାମ୍ ୟୁରଜର୍ ପ୍ରଶ୍ନ କରିଛନ୍ତି ଯେ, କଣ ଏହି ପରି ରୀତିନୀତି ମଧ୍ୟ ଥାଏ କି ? ଦମ୍ପତିଙ୍କ ଏହି ଭିଡିଓ କପଲ୍ ଅଫିସିଆଲ୍ ପେଜ୍ ନାମକ ଇନଷ୍ଟା ପୃଷ୍ଠାରେ ସେୟାର କରାଯାଇଛି |