ନିଜର ଦ୍ୱିତୀୟ ପତ୍ନୀଙ୍କୁ ହତ୍ୟା କଲା ସ୍ୱାମୀ, ହେଲେ କାହିଁକି ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ…

ସଂସ୍କାର : ରାଜଧାନୀ ଦିଲ୍ଲୀର ମୁକୁନ୍ଦପୁର ଇଲକାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପାରିବାରିକ ବିବାଦକୁ ନେଇ ସ୍ୱାମୀ ନିଜର ଦ୍ୱିତୀୟ ପତ୍ନୀକୁ ହତ୍ୟା କରିଥିବା ଜଣାପଡ଼ିଛି । ତେବେ ହତ୍ୟା କରିବା ପରେ ପୋଲିସ ନିକଟରେ ଆତ୍ମସର୍ମପଣ କରିଛି ଅଭିଯୁକ୍ତ ସ୍ୱାମୀ ।

ପୋଲିସର ସୂୂଚନାନୁଯାୟୀ ମୁକୁନ୍ଦପୁର ଇଲାକାର କପିଲ ବିହାର ଠାରେ ରବିବାର ଜଣେ ବ୍ୟକ୍ତି ନିଜର ଦ୍ଵିତୀୟ ପତ୍ନୀଙ୍କୁ ହତ୍ୟା କରିଛି । ଅଭିଯୁକ୍ତର ପରିଚୟ ବିଜୟ (୩୮) ବୋଲି ଜଣାପଡ଼ିଛି । ଅଭିଯୁକ୍ତ ଜଣକ ଜୁଲାଇ ୧୦ ତାରିଖରେ ଭଲସ୍ୱା ଡେୟରୀ ଥାନାକୁ ଆସି ନିଜ ପତ୍ନୀକୁ ହତ୍ୟା କରିଥିବା କହିଥିଲା ।

ଏହାପରେ ପୋଲିସ ପଚରାଉଚୁରା କରିବା ପରେ ଘଟଣାସ୍ଥଳକୁ ଆସି ତଦନ୍ତ ଆରମ୍ଭ କରିଥିଲା । ଘରଭିତରେ ସନ୍ତୋଷୀ ଦେବୀ ନାମକ ଜଣେ ମହିଳାଙ୍କ ଶବ ପଡ଼ିଥିବା ପୋଲିସ ଦେଖିାକୁ ପାଇଥିଲା । ଏହି ମାମଲାରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ପ୍ରାଥମିକ ତଦନ୍ତ ରୁ ବିଜୟର ୨ଟି ସ୍ତ୍ରୀ ବୋଲି ଜଣାପଡ଼ିଛି। ପ୍ରଥମ ସ୍ତ୍ରୀର ୪ଟା ପିଲା ଥିଲେ । ଏହାପରେ ସେ ସନ୍ତୋଷୀ ନାମକ ଆଉ ଜଣଙ୍କୁ ବିବାହ କରିଥିଲା । ସନ୍ତୋଷୀ ଏକ ହସ୍ପିଟାଲରେ କାମ କରେ । ପ୍ରଥମ ପତ୍ନୀ ବିଜୟକୁ ଛାଡ଼ିବା ପରେ ସେ ସନ୍ତୋଷୀ ପାଖରେ ରହୁଥିଲେ । ତାଙ୍କର ମଧ୍ୟ ୪ଟି ପିଲା ରହିଛି । ସନ୍ତୋଷୀ ଓ ବିଜୟ ଏକାଠି ରହୁଥିଲେ ।

ନିକଟରେ ଏକ ଶିଶୁପୁତ୍ର୍ରକୁ ଜନ୍ମ ଦେଇଥିଲେ । ଯାହାର ବୟସ ୨ ବର୍ଷ । ସମୟକ୍ରମେ ଶିଶୁଟିର ଦେଖାଶୁଣାକୁ ନେଇ ସେମାନଙ୍କ ମଧ୍ୟରେ ଛୋଟମୋଟ ଝଗଡ଼ା ହେଉଥିଲା । ଜୁଲାଇ ୮ ତାରିଖରେ ସନ୍ତୋଷୀ ନିଜ କାମରୁ ଫେରିବା ପରେ ରାତିରେ ପୁଣିଥରେ ସେହି ପିଲାକୁ ନେଇ ବିବାଦ ଆରମ୍ଭ ହୋଇଥିଲାା । ଝଗଡ଼ା ଏତେ ବଢିଯାଇଥିଲା ଯେ, ବିଜୟ ହିଂସ୍ର ହୋଇ ସନ୍ତୋଷୀକୁ ତଣ୍ଟିଚିପି ହତ୍ୟା କରିଥିଲା ଓ ପରେ ଥାନାରେ ଆତ୍ମସର୍ମପଣ କରିଥିଲା ।

Leave a Reply

Your email address will not be published. Required fields are marked *