ସଂସ୍କାର : ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ହାଉସ ସର୍ଜନ ଡାକ୍ତର ଓ ନର୍ସଙ୍କ ମଧ୍ୟରେ ଗଣ୍ଡଗୋଳ ପରେ ମାରପିଟ ହୋଇଛି। ଯାହାକି ରାଜ୍ୟ ଗଣମାଧ୍ୟମ ସୁତ୍ରରୁ ଜଣାପଡିଛି। ଏମକେସିଜି ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି।
ଉଭୟ ନର୍ସ ସଂଘ ଓ ହାଉସ ସର୍ଜନ ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଗତକାଲି ରାତିରେ କାଜୁଆଲିଟିରେ ଜଣେ ରୋଗୀଙ୍କ ରକ୍ତ ଶର୍କରା ପରୀକ୍ଷା କରିବାକୁ ହାଉସ ସର୍ଜନ ଡାକ୍ତର କହିଥିଲେ। ହେଲେ ସେଠାରେ କାର୍ଯ୍ୟରତ ନର୍ସମାନେ ଶର୍କରା ପରୀକ୍ଷା କରିନଥିଲେ।
ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଆଜି ସକାଳୁ ଉଭୟ ପକ୍ଷର ଶତାଧିକ ଡାକ୍ତର ଓ ନର୍ସ ପୃଥକ୍ ଭାବେ ଅଧିକ୍ଷକଙ୍କ ନିକଟରେ ଜମା ହୋଇଥିଲେ। ସେଠାରେ ମୁହାମୁହିଁ ପରିସ୍ଥିତି ଉପୁଜିଥିଲା। ଉଭୟ ହାତାହାତି ହୋଇଥିଲେ। ନର୍ସଙ୍କ ଧାରଣା ଜାରି ରହିଛି। ବୈଦ୍ୟନାଥପୁର ଥାନା ପୁଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ ପାଇଁ ଉଦ୍ୟମ ଜାରି ରଖିଛି।