ଚାକିରି ପାଇବାକୁ ହେଲେ ରଖିବାକୁ ପଡିବ ଶାରୀରିକ ସମ୍ପର୍କ , ଏଭଳି ସାଂଘାତିକ ଅଭିଯୋଗ ଆଣିଲେ ଯୁବତୀ, ଘଟଣା ସ୍ଥଳରେ ପୋଲିସ ସାଜିଲା ନିରବ ଦ୍ରଷ୍ଟା..

ସଂସ୍କାର : ଚାକିରି ପାଇବାକୁ ହେଲେ ହେବାକୁ ପଡ଼ିବ ଫିଜିକାଲ। ଚାକିରି ଦେଉଥିବା ବ୍ୟକ୍ତି ପ୍ରଥମେ ଟଙ୍କା ନେଉଛନ୍ତି ଆଉ ତାପରେ କହୁଛନ୍ତି ମୋ ସହିତ ଶାରୀରିକ ସମ୍ପର୍କ ରଖ। ତେବେ ଏଭଳି ଏକ ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱରରେ।

ଚାକିରି ଦେବା ନାଁରେ କିଛି ଅସାମାଜିକ ଲୋକ ଜଣେ ଯୁବତୀଙ୍କର ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଛନ୍ତି। ଆଉ ଯୁବତୀ ଜଣକ ଦିଗ ହରା ହୋଇ ବର୍ତ୍ତମାନ ରାଜ୍ୟ ଗଣମାଧ୍ୟମ ଆଗରେ ତାଙ୍କ ସହିତ ଘଟିଥିବା ସବୁ କଥା ପ୍ରକାଶ କରିଛନ୍ତି। ଯୁବତୀ ଜଣକ କହିଛନ୍ତି ଯେ, ମୋର ଜଣେ ସାଙ୍ଗର ସାଙ୍ଗ ମୋତେ ପ୍ରସ୍ତାବ ଦେଇଥିଲେ କି ତମକୁ ସରକାରୀ ଚାକିରି ଦିଆଯିବ, କିନ୍ତୁ ସେଥିପାଇଁ ତମେ ପ୍ରଥମେ ଅଳ୍ପ ଟଙ୍କା ଦବ ଓ ଚାକିରି ହେଲା ପରେ ଆଉ ଅଧା ଟଙ୍କା ଦବ।

ଯୁବତୀ ଜଣକ ଆହୁରି ମଧ୍ୟ କହିଛନ୍ତି ଜେଜ଼ ଚାକିରି ପାଇବା ଆଶାରେ ମୁଁ ଓ ମୋର ସାଙ୍ଗ ମିଶି ତାକୁ ୨ ଲକ୍ଷ ଟଙ୍କା ଦେଲୁ। ସେ ଆମକୁ ଫେକ ଜୟେନିଂ ଲେଟର ଦେଲେ ଓ ଆମେ ଯେତେବେଳେ ଏହି ଲେଟର ମିଛ ବୋଲି ଜାଣିଲୁ ତେବେ ଆମେ ତାଙ୍କୁ ଟଙ୍କା ମାଗିଲୁ। ପୁଣି କିଛି ଦିନ ପରେ ସେ ଆମର ଫୋନ ଉଠାଇଲେ ନାହିଁ। ଏହା ପରେ କହିଲେ କି ସେଇଟା ମିଛ ଥିଲା, କିନ୍ତୁ ଆପଣ ଯଦି ଆଉ ଲକ୍ଷେ ଟଙ୍କା ଦେବେ ତେବେ ଆପଣଙ୍କୁ ନାଲକୋରେ ଚାକିରି ଦବୁ। ଆମେ ତାଙ୍କୁ ପୁଣି ଥରେ ୧ ଲକ୍ଷ ଟଙ୍କା ଦେଲୁ। କିନ୍ତୁ ଏହା ବି ମିଛ ଥିଲା । ଏହା ପରେ ଆମେ ଯେତେବେଳେ ତାଙ୍କୁ ଟଙ୍କା ମାଗିଲୁ ତେବେ ସେ କହିଲେ କି ସୂର୍ଯ୍ୟନଗର ଅଫିସକୁ ଆସ ସେଠି ତମର ଟଙ୍କା ଓ ଡକ୍ୟୁମେଣ୍ଟ ନେଇଯିବ ବୋଲି କହିଥିଲେ। କିନ୍ତୁ ମୁଁ ମନା କରିବା ପରେ ମୋ ସହିତ ସେ ଖରାପ ବ୍ୟବହାର କରିଲେ। ସେ ମୋତେ ଧମକ ବି ଦେଇଛନ୍ତି ଯେ, ମୁଁ ଯଦି ପୋଲିସକୁ ଏହା ବିଷୟରେ କିଛି କହିବ ତେବେ ସେ ମୋର ବଳତ୍କାର କରିବେ। ଆଉ ଦରକାର ପଡ଼ିଲେ ଜୀବନରୁ ମାରିଦେବେ ବୋଲି କହିଛନ୍ତି ଠକ ଚାକିରି ପ୍ରଦାନକାରୀ।

ଯୁବତୀ ଜଣକ ଆହୁରି ମଧ୍ୟ କହିଛନ୍ତି ଯେ, ସେ ନିଜ ଜୀବନ ଉପରେ ବିପଦ ଥିବାରୁ ଭୟଭୀତ ହୋଇ ଥାନାରେ ଏଫଆଇଆର ଦେଲୁ । କିନ୍ତୁ ସବୁଠୁ ବଡ ଆଶ୍ଚର୍ଯ୍ୟ କର କଥା ଏହା ଅଟେ କି ଯେତେବେଳେ ପୋଲିସ ସାମ୍ନାରେ ସେମାନେ ଆମକୁ ଧମକ ଦେଉଥିଲେ ଓ ସେଠି ପୋଲିସ ଥାଇ ବି ସେମାନଙ୍କୁ କିଛି ବି କହୁ ନ ଥିଲା। ତେବେ ଆମେ ପାଖାପାଖି ୧୦ ଦିନ ହେବ ଥାନାକୁ ଯାଉଛୁ। ତଥାପି ଥାନାବାଲା ଆମ କଥା ଶୁଣୁ ନାହାନ୍ତି। ତେବେ ଯୁବତୀଙ୍କର କହିବା ଅନୁଯାୟୀ, ଯୁବତୀ ଓ ଯୁବକଙ୍କ ଅନୁସାରେ ସେମାନଙ୍କୁ ଚାକିରି ଦେବା ନାଁରେ ସେମାନଙ୍କ ଠାରୁ ପାଖାପାଖି ୭ ଲକ୍ଷ ଟଙ୍କା ନେଇଛନ୍ତି।

Leave a Reply

Your email address will not be published. Required fields are marked *