କରୋନା କଟକଣା ଯୋଗୁ ମାସ୍କ ବାଧ୍ୟତାମୂଳକ, ହେଲେ ଏହି ବ୍ୟକ୍ତି ପିନ୍ଧିଲେ ସୁନା ତିଆରି ମାସ୍କ : ପଢନ୍ତୁ ପୁରା ରିପୋର୍ଟ

ମହାରାଷ୍ଟ୍ର : ଜେମ୍ସ ବଣ୍ଡ ଭିଲେନ୍ ଫ୍ରାନ୍ସିସ୍କୋ ସ୍କାରାମଙ୍ଗା “ମ୍ୟାନ୍ ୱିଥ୍ ଗୋଲ୍ଡେନ୍ ଗନ୍” ଭାବରେ ବେଶ୍ ଲୋକପ୍ରିୟ । ଫରାସୀ କଥାକାର ଆଲେକ୍ସଜାଣ୍ଡାର୍ ଡୁମାସ୍ ଏକ ରହସ୍ୟମୟ କଏଦୀଙ୍କ ବିଷୟରେ ଲେଖିଥିଲେ ଯାହା “ଦି ମ୍ୟାନ୍ ଇନ୍ ଆଇରନ୍ ମାସ୍କ” ଭାବରେ ଜଣାଶୁଣା । ଆଉ ଏବେ ସାମ୍ନାକୁ ଆସିଛି ଅସଲି ସୁନା ତିଆରି ମାସ୍କ ପିନ୍ଧିବା ବ୍ୟକ୍ତି । ପିମ୍ପ୍ରି-ଚିଞ୍ଚୱାଡରେ ଦେଖିବାକୁ ମିଳିଛି ଏମିତି ଜଣେ ବ୍ୟକ୍ତିଙ୍କୁ ।

ପୁଣେ ଜିଲ୍ଲାର ପିମ୍ପ୍ରି-ଚିଞ୍ଚୱାଡର ବାସିନ୍ଦା ଶଙ୍କର କୁରେଡେ ନିଜକୁ ପିନ୍ଧାଇଛନ୍ତି ୨.୮୯ ଲକ୍ଷ ଟଙ୍କାର ସୁନା ତିଆରି ମାସ୍କ । ତାଙ୍କ କହିବାନୁଯାୟୀ କରୋନା କାଳରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଏ ସୁନା ତିଆରି ମାସ୍କ କେତେ ପ୍ରଭାବଶାଳୀ ତା ବିଷୟରେ ସେ ଅଜ୍ଞ ତଥାପି ପିନ୍ଧିଥିବା ମାସ୍କ ତାଙ୍କର ଅନେକ ରନ୍ଧ୍ର ବିଶିଷ୍ଟ । ତେଣୁ ନିଶ୍ଵାସ ପ୍ରଶ୍ଵାସ ନେବାରେ କୌଣସି ଅସୁବିଧା ହେଉନି । ଏହାଛଡ଼ା ଏହା ପତଳା ମଧ୍ୟ ।  

ସୂଚନାଯୋଗ୍ୟ ଯେ କରୋନା କଟକଣା ପାଇଁ ସମସ୍ତେ ମାସ୍କ ଲଗାଇବା ଜରୁରୀ ଓ ମାସ୍କ ନଲଗାଇ ଥିବା ଲୋକ ଧରାପଡ଼ିଲେ ଜରିମାନା ଦେଉଛି । ତେଣୁ ପୋଷାକ ପାରି ମାସ୍କ ଏବେ ଲୋକମାନଙ୍କ ଅପରିହାର୍ଯ୍ୟ । ବଜାରରେ ବି ଭଳିକି ଭଳି ମାସ୍କ ଉପଲବ୍ଧ । ୧୦ ଟଙ୍କାରୁ ଆରମ୍ଭ କରି ୩୦୦-୪୦୦ ଟଙ୍କା ରହିଛି ମାସ୍କର ମୂଲ୍ୟ । ଏ ସମୟରେ କିନ୍ତୁ ଶଙ୍କର ପିନ୍ଧିଛନ୍ତି ସୁନାରେ ତିଆରି ମାସ୍କ ।

ଅନ୍ୟପକ୍ଷରେ ପିମ୍ପ୍ରି ଚିଞ୍ଚୱାଡରେ ଜୁଲାଇ ସୁଦ୍ଧା ସମୁଦାୟ କରୋନା ମାମଲା ୧୨୦୨୦ ଥିଲାବେଳେ ମୃତ୍ୟୁ ସଂଖ୍ୟା ୪୭ । ଇଣ୍ଡିଆନ୍ ଏକ୍ସପ୍ରେସ ରିପୋର୍ଟ ଅନୁଯାୟୀ ପୁଣେରେ ରାଜ୍ୟ ମହାରାଷ୍ଟ୍ର ତଥା ଦେଶ ତୁଳନାରେ ମୃତ୍ୟୁ ହାର କମ୍ ।  

Leave a Reply

Your email address will not be published. Required fields are marked *