ଅନ୍ୟ ପୁରୁଷ ସହିତ ମିଶି ରାତିରେ ନିଜର ସ୍ତ୍ରୀକୁ ବଳାତ୍କାର କରିବା ପାଇଁ ପ୍ଲାନ କରିଥିଲା ସ୍ୱାମୀ, ହେଲେ ଉଠିଗଲେ ସ୍ତ୍ରୀ, ଆଉ ତା’ପରେ…

ସଂସ୍କାର : ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ବଳାତ୍କାର କରିବାରେ ସମ୍ପୃକ୍ତ ଥିବା ମାମଲା ସାମ୍ନାକୁ ଆସିଛି। ଏହି ବ୍ୟକ୍ତି ଜଣକ ତାଙ୍କ ପତ୍ନୀଙ୍କ ସହ ଅନ୍ୟ ଜଣେ ପୁରୁଷଙ୍କୁ ସେକ୍ସ କରୁଥିବାର ଦେଖିବାକୁ କଳ୍ପନା କରିଥିଲେ। ଏଥିପାଇଁ ସ୍ୱାମୀ ଜଣକ ତାଙ୍କ ପତ୍ନୀଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପାଇଁ ଜଣେ ସହକର୍ମୀଙ୍କୁ ଘରକୁ ଆଣିଥିଲେ। ସେପଟେ ଏହି ଅମାନବୀୟ ସ୍ୱାମୀର ସ୍ତ୍ରୀ ମଧ୍ୟ ଅନୁଭବ କଲେ ନାହିଁ ଯେ ତାଙ୍କ ସ୍ୱାମୀ ଅନ୍ୟ ଏକ ପୁରୁଷ ସହିତ ମିଶି ତାଙ୍କୁ ବଳାତ୍କାର କରିବାକୁ ଚାହୁଁଛନ୍ତି।

ସୂଚନାଯୋଗ୍ୟ ଯେ, ଏହି ସମଗ୍ର ଘଟଣା ସିଙ୍ଗାପୁରର। ଏହି ଦମ୍ପତି ଗତ ୨୩ ବର୍ଷ ପୂର୍ବରୁ ବିବାହ କରିଛନ୍ତି ଏବଂ ତାଙ୍କର ତିନୋଟି ସନ୍ତାନ ବି ଅଛନ୍ତି। କିନ୍ତୁ ବ୍ୟକ୍ତି ଜଣକ ବହୁତ ସମୟ ପୂର୍ବରୁ ଇଚ୍ଛା କରିଥିଲେ ଯେ, ତାଙ୍କ ସ୍ତ୍ରୀ ଅନ୍ୟଜଣେ ପୁରୁଷ ସହିତ ଶାରୀରିକ ସମ୍ପର୍କ ସ୍ଥାପନ କରୁ। ତେଣୁ ବ୍ୟକ୍ତି ଜଣକ ତାଙ୍କ ସାଙ୍ଗଙ୍କ ସହ କଥା ହୋଇ ତାଙ୍କ ସୁନ୍ଦରୀ ପତ୍ନୀଙ୍କୁ ବଳାତ୍କାର କରିବାର ଯୋଜନା କରିଥିଲେ। ଦୁଇ ବର୍ଷ ହେଲା ଏହି ଯୋଜନା କରୁଥିଲେ ସ୍ୱାମୀ। କିନ୍ତୁ ନିଜର ଯୋଜନାରେ ବାରମ୍ବାର ଫେଲ ହେଉଥିଲେ। କିନ୍ତୁ ଗତ ୧୪ ତାରିଖ ଦିନ ଦୁଇବର୍ଷର ଅପେକ୍ଷାର ଅନ୍ତ ଘଟାଇ ସ୍ୱାମୀ ଜଣକ ନିଜ ସ୍ତ୍ରୀକୁ ଅନ୍ୟ ଏକ ପୁରୁଷକୁ ଟେକି ଦେଲେ ତାଙ୍କୁ ବଳତ୍କାର କରିବା ପାଇଁ। ବଳାତ୍କାର ଭଳି ଏକ ଜଘନ୍ୟ କାଣ୍ଡ କରିଦେଲେ ଦୁଇ ସାଙ୍ଗ। ଯେତେବେଳେ ଦୁଇ ବର୍ଷ ପରେ ସୁଯୋଗ ଆସିଲା, ଏହି ସୁଯୋଗକୁ ହାତ ଛାଡ଼ କରିଲେ ନାହିଁ ଦୁଇ ସାଙ୍ଗ।

ମିଳିଥିବା ସୂଚନା ଅନୁଯାୟୀ, ୪୮ ବର୍ଷୀୟ ସ୍ୱାମୀ ତାଙ୍କ ୪୫ ବର୍ଷୀୟ ପୁରୁଷ ସାଙ୍ଗଙ୍କୁ ତାଙ୍କ ଶୋଇବା ଘରକୁ ନିମନ୍ତ୍ରଣ କରିଥିଲେ। ଆଉ ସେପଟେ ଏହି ବ୍ୟକ୍ତି ଜଣକ ପୂର୍ବରୁ ତାଙ୍କ ପତ୍ନୀଙ୍କୁ ମଦ୍ୟରେ ନିଶା ଔଷଧ ମିଶାଇ ପିଇବାକୁ ଦେଇଥିଲେ। ତେବେ ନିଜର ସୁନ୍ଦରୀ ସ୍ତ୍ରୀକୁ ନିଶା ମଦ ପିଆଇ ବଳତ୍କାରର ସମ୍ପୂର୍ଣ୍ଣ ଡାଇଗ୍ରାମ ପ୍ରସ୍ତୁତ କରିଥିଲେ ସ୍ୱାମୀ। ଦୁଇ ସାଙ୍ଗ ମିଶି ଶୋଇବା ଘରେ ୪୪ ବର୍ଷୀୟ ମହିଳାଙ୍କୁ ବଳାତ୍କାର କରିବା ପାଇଁ ପ୍ରସ୍ତୁତ ଥିଲେ। ଏମିତିକି ସ୍ୱାମୀ ଜଣକ ନିଜର ସ୍ତ୍ରୀ ଆଖିରେ କପଡା ବାନ୍ଧି ଦେଇଥିଲେ। ମଦ ଯୋଗୁଁ ମହିଳା ଚେତାଶୂନ୍ୟ ହୋଇଯାଇଥିଲେ। କିନ୍ତୁ ଅଜ୍ଞାତ ବ୍ୟକ୍ତି ଜଣକ ମହିଳାଙ୍କୁ ବଳାତ୍କାର କରିବାକୁ ଚେଷ୍ଟା କରିବା ମାତ୍ରେ ମହିଳା ଜଣକ ଉଠିଯାଇଥିଲେ। ଆଉ ଏହା ଦେଖି ଅଜ୍ଞାତ ପୁରୁଷ ଜଣକ ଦୌଡ଼ି ପଳାଇ ଯାଇଥିଲେ।

ଏହି ମାମଲାରେ ସିଙ୍ଗାପୁରର ହାଇକୋର୍ଟ ଗୁରୁବାର ଦିନ ମହିଳାଙ୍କର ସ୍ୱାମୀଙ୍କର ସହକର୍ମୀ ଓ ମହିଳାଙ୍କର ସ୍ୱାମୀଙ୍କୁ ବଳାତ୍କାରର ଷଡଯନ୍ତ୍ର ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଆଉ ଉଭୟଙ୍କୁ ତିନି ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ସିଙ୍ଗାପୁରର ହାଇକୋର୍ଟ।

Leave a Reply

Your email address will not be published. Required fields are marked *