ଦେଖନ୍ତୁ ଭିଡ଼ିଓ : ଜିମରେ ସ୍ତ୍ରୀ ହାତରୁ ବହେ ଚପଲ ମାଡ଼ ଖାଇଲେ ସ୍ୱାମୀ… କାରଣ ଜାଣିଲେ ଆପଣ ବି ହେବେ ତାଯୁବ…

ସଂସ୍କାର : ‘ଜିମରେ ସ୍ୱାମୀକୁ ଚପଲରେ ବହେ ସେକିଲେ ସ୍ତ୍ରୀ। କେହି କିଛି ବୁଝିବା ପୂର୍ବରୁ ସ୍ୱାମୀ ଉପରେ ଭାରି ପଡିଲେ ସ୍ତ୍ରୀ। ଆଉ ସ୍ୱାମୀକୁ କହିଲେ ‘ପିଲାଙ୍କୁ ଛାଡ଼ି, ଆସିଛୁ ଏଠି ଝିଅ ପଟାଉଛୁ। ମୁଁ ଘରେ କାମ କରିବି, ଆଉ ତୁ ବାହାରେ ଝିଅ ସହିତ ରାତି ରଙ୍ଗୀନ୍ କରିବୁ। ‘ବ୍ୟାୟାମ କରିବାକୁ ଜିମ ଯାଇଥିବା ଜଣେ ବ୍ୟକ୍ତି ଅନ୍ୟ ଜଣେ ଯୁବତୀ ପ୍ରେମରେ ଉବୁଟୁବୁ ହେଉଥିଲେ। ଆଉ ଠିକ୍ ସେହି ସମୟରେ ଜିମ୍‌ରେ ପହଞ୍ଚି ସ୍ୱାମୀ ଓ ତା’ର ପ୍ରେମିକାକୁ ଉତ୍ତମ ମଧ୍ୟମ ଦେଲେ ସ୍ତ୍ରୀ।

ଭୋପାଳ ସହରର କୋହେଫିଜା ଅଞ୍ଚଳରେ ଏପରି ଏକ ଘଟଣା ଘଟିଛି। ଜଣେ ବିବାହିତ ପୁରୁଷ ଓ ଅନ୍ୟଜଣେ ଯୁବତୀଙ୍କୁ ଜଣେ ମହିଳା ମାଡ ମାରିବାର ଭିଡିଓ ଭାଇରାଲ ହେଉଛି। ଭାଇରାଲ୍ ହେଉଥିବା ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ମାଡ ମାରୁଥିବା ମହିଳା ଜଣକ ଯୁବକଙ୍କ ସ୍ତ୍ରୀ ଏବଂ ଭିଡିଓରେ ଦେଖାଯାଇଥିବା ଅନ୍ୟ ଯୁବତୀ ଜଣକ ତାଙ୍କର ପ୍ରେମିକା ବୋଲି କୁହାଯାଉଛି । ଏହାସହ ଛାଡପତ୍ର ଏବଂ ମକଦ୍ଦମା ଭଳି ଶବ୍ଦ ମଧ୍ୟ ଭିଡିଓରେ ଶୁଣିବାକୁ ମିଳୁଛି । ବର୍ତ୍ତମାନ ମାମଲା ପୋଲିସ ପାଖରେ ପହଞ୍ଚିବା ପରେ ତଦନ୍ତ ଆରମ୍ଭ ହୋଇଛି।

ଭୋପାଳର କୋହେଫିଜା ଥାନା ଅଞ୍ଚଳରେ ଏକ ୟୁନିସେକ୍ସ ଜିମ୍ ଅଛି । ଜଣେ ବିବାହିତ ଯୁବକ ପ୍ରତିଦିନ ସେଠାରକୁ ବ୍ୟାୟାମ କରିବାକୁ ଯାଉଥିଲେ । କୁହାଯାଉଛି ଯେ, ପୁରୁଷ ଜଣକ ଛାତି ଚଉଡ଼ା କରିବା ପାଇଁ ଜିମ ଯାଉଥିଲେ। ନିତି ପ୍ରତିଦିନ ଯିବାଆସିବା ମଧ୍ୟରେ ସେଠାକୁ ପୂର୍ବରୁ ଆସୁଥିବା ଜଣେ ଯୁବତୀଙ୍କ ସହ ତାଙ୍କର ବନ୍ଧୁତା ହୋଇଗଲା। ତେବେ ଉଭୟଙ୍କ ବନ୍ଧୁତା ଖୁବ୍ ଶୀଘ୍ର ପ୍ରେମରେ ପରିଣତ ହୋଇଥିଲା। ବିବାହିତ ବୋଲି ନିଜକୁ ଭୁଲିଗଲେ ଯୁବକ। ତେବେ କୌଣସି ସୂତ୍ରରୂ ସ୍ୱାମୀର ଅନୈତିକ ସମ୍ପର୍କ କଥା ଜାଣି ପାରିଥିଲେ ସ୍ତ୍ରୀ। ଆଉ ଜାଣିବା ମାତ୍ରେ ସ୍ୱାମୀ ଏବଂ ପ୍ରେମିକାର ପ୍ରେମ ଚୋର ଧରିବାକୁ ଜିମରେ ପହଞ୍ଚି ଯାଇଥିଲେ। ଆଉ ଭାଗ୍ୟ କୁହ କି ଦୁର୍ଭାଗ୍ୟ ସେଠାରେ ଉପସ୍ଥିତ ଥିଲେ ସ୍ୱାମୀ ଓ ପ୍ରେମିକା।

ଯୁବକଙ୍କର ସ୍ତ୍ରୀ ତାଙ୍କ ସହ ଜଣେ ବୁର୍ଖା ପିନ୍ଧା ମହିଳାଙ୍କୁ ସାଥୀରେ ନେଇ ଜିମ୍ ଯାଇଥିଲେ । ଆଉ ଭିଡିଓରେ ସେ ସର୍ଟସ ଓ-ସାର୍ଟ ପିନ୍ଧିଥିବା ସ୍ୱାମୀଙ୍କୁ ମାଡ ମାରୁଥିବାର ଦେଖିବାକୁ ମିଳୁଛି । ଅନ୍ୟପଟେ ରସିକ ସ୍ୱାମୀ ଜଣକ ପ୍ରେମିକାକୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି, ହେଲେ ସ୍ତ୍ରୀ କ’ଣ ମାନୁଛନ୍ତି । ଉଭୟଙ୍କୁ ନିର୍ଦ୍ଧୁମ ଛେଚି ଚାଲିଛନ୍ତି । ତେବେ ଏହି ସମୟରେ ମହିଳା ଜଣକ କହୁଛନ୍ତି, ମୁଁ ପିଲା ଛୁଆକୁ ଧରି ଘର କାମ କରିବି । ଆଉ ବାହାରେ ତୁ ରାସଲୀଳା କରିବୁ । ସେପଟେ ଯୁବକ ଜଣକ ଭିଡିଓରେ କହୁଛନ୍ତି, ମୁଁ ତାଙ୍କୁ ତଲାକ୍ ଦେଇସାରିଛି । ତେବେ ଏନେଇ ପୋଲିସକୁ ଖବର ଦିଆଯାଇଥିଲା । ଆଉ ଅଭିଯୋଗ ପରେ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ୍ । ଏବେ ଉଭୟଙ୍କୁ ବୁଝାସୁଝା କରି ଅଲଗା କରିବା ସହ ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *