ସଂସ୍କାର : ସୋସିଆଲ ମିଡ଼ିଆରେ ବେଳେବେଳେ ଅପ୍ଟିକାଲ ଇଲ୍ୟୁସନର ଚିତ୍ର ଭାଇରାଲ ହେଉଥିବା ଆମେ ଦେଖୁଛେ । ଲୋକମାନଙ୍କୁ ମଧ୍ୟ ଏଭଳି ଚିତ୍ର ବେଶ୍ ଆକର୍ଷିତ ମଧ୍ୟ କରିଥାଏ । ସେହିଭଳି ଏବେ ଏକ ହାତୀର ଚିତ୍ର ବେଶ୍ ଟ୍ରେଣ୍ଡ କରିବାରେ ଲାଗିିଛି ।
ଏହି ହାତୀକୁ ତିଆରି କରିଥିବା କଳାକାର ଜଣକ ଖୁବ ଚତୁରତାର ସହ ଲୋକଙ୍କୁ ଚିନ୍ତାରେ ବୁଡ଼ାଇରଖିବାକୁ ବାଧ୍ୟ କରିଛି । ଏହି ଫଟୋରେ ହାତୀର ଗୋଟିଏ ମାତ୍ର ଠିକ୍ ଗୋଡ଼ ତାର ପଛ ପଟ ବାମ ଗୋଡ଼ ଅଟେ । ଯାହାକି ସେହି ଗୋଡ଼ଟି ହିଁ ସଠିକ୍ ଭାବେ ତିଆରି କରାଯାଇଛି ।

ହାତୀର ଗୋଡ଼କୁ ଖୋଜି ଖୋଜି କେତେକ ଲୋକ ମଧ୍ୟ ବେଶ୍ ଚିନ୍ତାରେ ରହିଥିଲେ ମଧ୍ୟ ସଠିକ୍ ଉତ୍ତର ଦେଇପାରିନାହାନ୍ତି। ଏହି ଫଟୋରେ ହାତୀର କେତୋଟି ଗୋଡ଼ ରହିଛି । ଏହି ପ୍ରଶ୍ନର ଉତ୍ତର ଦେବା ବେଶ୍ କାଠିକର ପାଠ । କିଛି ଲୋକ ଏହାର ଉତ୍ତରରେ ୪ ଦେଇଥିବାବେଳେ ଆଉ କେତେକ ୫ ମଧ୍ୟ ଦେଇଛନ୍ତି । ଆପଣମାନେ ମଧ୍ୟ ଏହି ଚିତ୍ରକୁ ଗୋଟିଏ ଥର ଦେଖନ୍ତୁ ଏବଂ କୁହନ୍ତୁ ହାତୀର କେତୋଟି ଗୋଡ଼ ରହିଛି ।
ଅତି ନିକଟରୁ ଦେଖିବା ପରେ ଆପଣ ଜାଣିପାରିବେ ହାତୀର ବାକି ଗୋଡ଼ ସଠିକ୍ ଭାବେ ତିଆରି କରାଯାଇପାରିନାହିଁ । କଳାକାରଜଣକ ଅତି ନିଖୁଣ ଭାବେ ହାତୀର ଗୋଡ଼ଗୁଡ଼ିକୁ କାଟି ହାତୀର ଗୋଡ଼ ଆକୃତିକୁ ଅସଲି ଗୋଡ଼ ମଧ୍ୟରେ ଖୁବ୍ ସାବଧାନୀ ଭାବେ ରଖିଛନ୍ତି । ଏହି ଭ୍ରମ ଯୋଗୁଁ ହାତୀର କେତୋଟି ଗୋଡ଼ ଦୃଶ୍ୟମାନ ହେଉଛି କହିବା ମୁସକିଲ ହେଉଛି ।