କଉଠି କେତେ ସମୟ ତିଷ୍ଠି ପାରେ କରୋନାଭାଇରସ, ଆପଣ ଜାଣିଛନ୍ତି !

ସାରା ବିଶ୍ଵରେ କରୋନାଭାଇରସର ପ୍ରକୋପ ଜାରି ଅଛି । ଏ ମାରାତ୍ମକ ଭାଇରସ ବିଷୟରେ ଏମିତି ଅନେକ ତଥ୍ୟ ରହିଛି ଯାହା ଏପର୍ଯ୍ୟନ୍ତ ବି ଲୋକେ ଜାଣିନାହାନ୍ତି, ଯାହା ସମସ୍ତେ ଜାଣିବା ଜରୁରୀ ଅଟେ । ଚୀନର ଏକ ରିପୋର୍ଟ ଅନୁଯାୟୀ କରୋନାଭାଇରସ ପ୍ରାୟ ୯ ଦିନ ଯାଏଁ ବଞ୍ଚି ରହିପାରେ ଯଦିଓ ଭାରତୀୟ ବିଶେଷଜ୍ଞମାନେ ଏହାକୁ ଗ୍ରହଣ କରି ନାହାନ୍ତି । ବିଶେଷଜ୍ଞଙ୍କ ମତାନୁସାରେ ଯଦି ଆପଣଙ୍କ ମୋବାଇଲକୁ କେହି ସଂକ୍ରମିତ ବ୍ୟକ୍ତି କେବଳ ଛୁଇଁଛନ୍ତି ତେବେ ଭାଇରସ ତ୍ଵରିତ ବେଗରେ ସଂକ୍ରମିତ ହେବାର ସମ୍ଭାବନା ରହିଛି ।

ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର (CDC) ଦେଇଥିବା ସୂଚନା ଅନୁଯାୟୀ କରୋନାଭାଇରସ ଶରୀର ବାହାରେ ୯ ଦିନ ଯାଏଁ ବଞ୍ଚି ରହିପାରେ । ଏହି ଭାଇରସ ଯେକୌଣସି ଧାତୁ ଉପରେ ପ୍ରାୟ ୧୨ ଘଣ୍ଟା ଯାଏଁ ବଞ୍ଚି ରହିପାରେ ବୋଲି CDC କହିଛି ।

ଚର୍ମ ଉପରେ ଏହି କରୋନାଭାଇରସ ମାତ୍ର ୧୦ ମିନିଟ ହିଁ ବଞ୍ଚି ରହିପାରେ ବୋଲି ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ (WHO) ତରଫରୁ ସୂଚନା ମିଳିଛି । ତେଣୁ ଯଦି ଆପଣ କୌଣସି ଧାତୁ ତିଆରି ଜିନିଷ ଧରିଛନ୍ତି ତେବେ ହାତକୁ ସାବୁନ କିମ୍ବା ହ୍ୟାଣ୍ଡ ୱାସ ବ୍ୟବହାର କରି ଭଲ ଭାବରେ ଘଷି ଧୋଇଦେଲେ ଭାଇରସ ଆକ୍ରମଣରୁ ନିଜକୁ ରକ୍ଷା କରିପାରିବେ ।

ବିଶେଷଜ୍ଞମାନଙ୍କ କହିବାନୁସାରେ ମୋବାଇଲ ଫୋନ ସ୍କ୍ରିନ ଉପରେ କରୋନାଭାଇରସ ତିଷ୍ଠିବା ସମୟ ଅବଧି ହେଉଛି ୪୮ ଘଣ୍ଟା ମୋବାଇଲ ପଛ ପ୍ଲାଷ୍ଟିକ ଖୋଳ ବା ପ୍ୟାନେଲ ଉପରେ ୯ ଦିନ ଯାଏଁ ରହିପାରିବ । ଏହାଛଡ଼ା କପଡ଼ା ଉପରେ ଏହାର ୯ ଘଣ୍ଟା ଯାଏଁ ରହିପାରିବ । କିନ୍ତୁ ଯଦି ଉକ୍ତ କପଡ଼ାକୁ କଡ଼ା ସୂର୍ଯ୍ୟକିରଣରେ ୨ ଘଣ୍ଟା ଯାଏଁ ଶୁଖାଇବ ତେବେ ଭାଇରସ ମରିଯାଇପାରେ ।  

Leave a Reply

Your email address will not be published. Required fields are marked *