ଇଂଲଣ୍ଡ ଅଧିନାୟକ ଜୋସ୍ ବଟଲରଙ୍କ ବଡ ମନ୍ତବ୍ୟ, କହିଲେ ଏହା ହେଉଛି ମ୍ୟାଚ୍ ଜିତିବାର ଟର୍ଣ୍ଣିଙ୍ଗ ପଏଣ୍ଟ

IND vs ENG 2nd ODI: England captain Jos Buttler reveals the real reason for the defeat of Team India

ପୁଣେ : ଦ୍ୱିତୀୟ ଦିନିକିଆରେ ଟିମ୍ ଇଣ୍ଡିଆକୁ 6 ୱିକେଟରେ ପରାସ୍ତ କରିବା ପରେ ଇଂଲଣ୍ଡର କାମଚଳା ଅଧିନାୟକ ଜୋସ୍ ବଟଲର ମ୍ୟାଚ୍ ପରେ କହିଛନ୍ତି ଯେ ଭାରତୀୟ କ୍ରିକେଟ୍ ଦଳକୁ 336 ରନ୍ ରେ ସୀମିତ ରଖିବା ସେମାନଙ୍କ ବୋଲରଙ୍କ ପାଇଁ ଏହା ବଡ଼ ଉପଲବ୍ଧି ଥିଲା କାରଣ ଭାରତର ବେଟିଂ ଲାଇନ ଇଂଲଣ୍ଡ ଅପେକ୍ଷା ବହୁତ ମଜଭୁତ ଏବଂ ସେ କହିଛନ୍ତି ଯେ ଆମ ବୋଲର ପାଇଁ ଇଂଲଣ୍ଡ ଦଳ ବହୁତ ଖୁସି କାରଣ ଭାରତ କୁ ବିଶାଳ ସ୍କୋର କରିବାରେ ବିଫଳ କରାଇଥିଲେ।

ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ 6 ୱିକେଟ୍ ପାଇଁ 336 ସ୍କୋର କରିଥିଲା ​​କିନ୍ତୁ ଇଂଲଣ୍ଡ 43.3 ଓଭରରେ 4 ୱିକେଟ୍ ପାଇଁ 337 ସ୍କୋର କରି ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍କୁ 1-1 ରେ ବରାବର କରିଥିଲା। ଏବେ ନିର୍ଣ୍ଣାୟକ ମ୍ୟାଚ୍ 28 ମାର୍ଚ୍ଚରେ ପୁଣେରେ ଖେଳାଯିବ।

ମ୍ୟାଚ୍ ପରେ ପୁରସ୍କାର ବିତରଣ ଉତ୍ସବରେ ବଟଲର କହିଛନ୍ତି ଯେ ମୁଁ ଭାବୁଛି ଯେ ଆମେ ବହୁତ ଭଲ ବୋଲିଂ କରିଛୁ ଯାହା ଦ୍ୱାରା ଭାରତୀୟ ଦଳ ସେହି ସ୍କୋରରେ ଅଟକି ପାରିଲା ଓ ବଡ ସ୍କୋର କରିବାରେ ବିଫଳ ହୋଇଥିଲା । ଶେଷ 10 ଓଭରରେ ଭାରତୀୟ ଖେଳାଳି ଯେଉଁଭଳି ଖେଳିଛନ୍ତି ତାହା ଦେଖି କୁହାଯାଇପାରେ ଯେ ଆମେ ତାଙ୍କୁ ମଧ୍ୟମ ଓଭରରେ ଅଟକାଇବାରେ ବହୁ ମାତ୍ର ରେ ସଫଳ ହୋଇଛୁ। ‘

ବେୟାରଷ୍ଟୋ-ଷ୍ଟୋକ୍ସ ବଡ ଭାଗିଦାରୀ :-

ବଟଲର୍ ବେୟାରଷ୍ଟୋ-ଷ୍ଟୋକ୍ସଙ୍କୁ ପ୍ରଶଂସା କରି ଜୋସ୍ ବଟଲର କହିଛନ୍ତି, ଟାର୍ଗେଟକୁ ପିଛା କରିବା ବେଳେ ଆମର ବହୁତ ଭଲ ଭାଗିଦାରୀ ଥିଲା। ବେନି ଷ୍ଟୋକ୍ସଙ୍କ ସହ ଜନି ବେୟାରଷ୍ଟୋଙ୍କ ସହଭାଗିତା ଆଶ୍ଚର୍ଯ୍ୟଜନକ ଥିଲା। ଓପନର ଜନି ବେୟାରଷ୍ଟୋ (111 ବଲରୁ 124) ଏବଂ ବେନ ଷ୍ଟୋକ୍ସ (52 ବଲରୁ 99) କରିଥିଲେ। ପ୍ରଥମ ୱିକେଟ୍ ପାଇଁ ଜେସନ୍ ରୟ (55) ଙ୍କ ସହ ବେୟାରଷ୍ଟୋ 110 ରନ୍ ଭାଗିଦାରୀ ଓ ପରେ ବେନ୍ ଷ୍ଟୋକ୍ସ ସହ 114 ବଲରୁ 175 ରନ୍ ଭାଗିଦାରୀ କରିଥିଲେ ଯାହା ଦ୍ୱାରା ଆମେ ଭାରତକୁ ହରାଇବାରେ ସକ୍ଷମ ହେଲୁ।

ମୋଇନ୍ ଅଲିଙ୍କ ଚମତ୍କାର ବୋଲିଂ :-

ସେ ମୋଇନ୍ ଅଲିଙ୍କ ଚମତ୍କାର ବୋଲିଂ କୁ ପ୍ରଶଂସା ମଧ୍ୟ କରିଛନ୍ତି :- ଇଂଲଣ୍ଡ ଅଧିନାୟକ ବଟଲର ମଧ୍ୟ ସ୍ପିନର ମୋଇନ ଅଲିଙ୍କୁ ପ୍ରଶଂସା କରିଥିଲେ, ଯିଏ 10 ଓଭରରେ ମାତ୍ର 47 ରନ ଦେଇଥିଲେ, ଯିଏ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ମଧ୍ୟଭାଗରେ ନିୟନ୍ତ୍ରଣରେ ରଖିଥିଲେ। ସେ କହିଛନ୍ତି, ‘ମୋଇନ୍ ଅଲି ଚମତ୍କାର ବୋଲିଂ କରିଥିଲେ। ଏହି ବିଜୟ ସହିତ ଶେଷ ମ୍ୟାଚ୍ ମଧ୍ୟ ରୋମାଞ୍ଚକର ହେବ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *