ଇତିହାସରେ ପ୍ରଥମଥର ପାଇଁ ଏହି ଖେଳାଳିମାନେ ନେଇଥିଲେ କ୍ରିକେଟର ୩ଟି ଫର୍ମାଟରେ ହ୍ୟାଟ୍ରିକ୍‌, ଜାଣନ୍ତୁ ସେମାନଙ୍କ ନାମ

India bowler to pick hat-tricks in 2019

ଦୁର୍ଭାଗ୍ୟବଶତଃ ଭାରତ ଇଂଲଣ୍ଡ ରେ ହୋଇଥିବା ବିଶ୍ୱକପ ଜିତି ପାରିନଥିଲା କିନ୍ତୁ ବିଶ୍ୱକପ ପଅରଠାରୁ ଭାରତର ଖେଳାଳିମାନେ ଭଲ ପଦର୍ଶନ ଜାରି ରଖିଛନ୍ତି। ଏଭଲିକି ପ୍ରାୟ ସମସ୍ତ ଶୃଂକଳା ଜିତିବାରେ ଗୌରବ ହାସଲ କରିଛନ୍ତି। ଯେଭଳି ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷରେ ପୁଣି ସାଉଥ ଆଫ୍ରିକା ଏବଂ ବାଂଲାଦେଶ ଓ କିଛି ଦିନ ପୂର୍ବେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ବିପକ୍ଷ ରେ ଭଲ ପଦର୍ଶନ କରିବା ସହ ଶୃଙ୍ଖଳା ମଧ୍ୟ ଜିତିବାରେ ସକ୍ଷମ ହୋଇଛି , ତେବେ ଆପଣ ଜାଣିଥିବେ ଯେ ଏହି ବର୍ଷ ହିଁ ଭାରତୀୟ ଦଳ ର ବୋଲର ମାନେ ସମସ୍ତ ଫର୍ମାଟ ଟେଷ୍ଟ,ଏକଦିବସୀୟ ଏବଂ ଟି୨୦ ରେ ହ୍ୟାଟ୍ରିକ ନେବାରେ କୀର୍ତ୍ତିମାନ ରଚିଛନ୍ତି ତେବେ ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ।

ଭାରତୀୟ ବୋଲରଙ୍କ କୀର୍ତ୍ତିମାନ, କ୍ରିକେଟ ଇତିହାସରେ ପ୍ରଥମଥର ପାଇଁ ଗୋଟିଏ ବର୍ଷରେ ୩ ଜଣ ବୋଲର ନେଇଥିଲେ ହ୍ୟାଟ୍ରିକ୍‌ ସାଧାରଣତଃ ଭାରତୀୟ କ୍ରିକେଟ ଇତିହାସରେ ବ୍ୟାଟ୍ସମ୍ୟାନ୍‌ ଅପେକ୍ଷା ବୋଲରଙ୍କ ପ୍ରଭାବ କମ୍‌ ଥିବା କୁହାଯାଏ। କିନ୍ତୁ ଏହି ଭାରତୀୟ ବୋଲର ଏହାକୁ ଭୁଲ୍‌ ପ୍ରମାଣିତ କରିଛନ୍ତି। ଏବେ ବୋଲରମାନେ ମଧ୍ୟ ପ୍ରତି ମ୍ୟାଚରେ ନିଜର ଭଲ ପଦର୍ଶନ ଦେଖାଇବାକୁ ପଛାଉନାହାନ୍ତି। ଫଳସ୍ବରୂପ ଗୋଟିଏ ବର୍ଷରେ ଭାରତର ୩ଜଣ ବୋଲର ହ୍ୟାଟ୍ରିକ୍‌ ନେବାର କୃତିତ୍ୱ ଅର୍ଜନ କରିଛନ୍ତି।

ଯାହା କ୍ରିକେଟ ଇତିହାସରେ ପ୍ରଥମ ଘଟଣା। ପ୍ରଥମେ ପେସ୍‌ ବୋଲର୍‌ ମହମ୍ମଦ ସାମି ଇଂଲଣ୍ଡରେ ଖେଳାଯାଇଥିବା ଗତ ବିଶ୍ୱକପରେ ଆଫଗାନିସ୍ତାନ ବିପକ୍ଷରେ ହ୍ୟାଟ୍ରିକ୍‌ ନେଇଥିଲେ। ଏବଂ ଏହାପରେ ସେପ୍ଟେମ୍ବରରେ ଜସପ୍ରୀତ୍‌ ବୁମରାହ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ହ୍ୟାଟ୍ରିକ୍‌ ନେଇଥିଲେ। ଏବଂ ଏହା ପରେ ବାଂଲାଦେଶ ବିପକ୍ଷ ଟି-୨୦ ସିରିଜ୍‌ର ଶେଷ ମ୍ୟାଚରେ ଦୀପକ ଚହର ୭ ରନ୍‌ରେ ୬ ଉଇକେଟ୍‌ ଅକ୍ତିଆର କରି ବିଶ୍ୱ ରେକର୍ଡ କରିଥିଲେ।

Leave a Reply

Your email address will not be published. Required fields are marked *