ସଂସ୍କାର : ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ର ‘ବ୍ରହ୍ମୋସ’ର ଗୁରୁବାର ଅର୍ଥାତ ଆଜି ସଫଳ ପରୀକ୍ଷଣ ହୋଇଛି। ଚାନ୍ଦିପୁର ପରିକ୍ଷଣ କେନ୍ଦ୍ରର ୩ ନମ୍ବର ଲଞ୍ଚ ପ୍ୟାଡ୍ରୁ ଆଜି ପୂର୍ବାହ୍ନ ୧୦ଟା ୪୦ ମିନିଟ୍ରେ ଏହି ପରୀକ୍ଷା କରାଯାଇଥିଲା। ପୂର୍ବରୁ ଏହି କ୍ଷେପଣାସ୍ତ୍ର ଲକ୍ଷ୍ୟଭେଦ କ୍ଷମତା ୨୯୦ କିଲୋମିଟର ଥିବା ବେଳେ ପ୍ରଥମଥର ପାଇଁ ଏହାର ଲକ୍ଷ୍ୟଭେଦ କ୍ଷମତାକୁ ବୃଦ୍ଧି କରାଯାଇଛି।
ପୂର୍ବାପେକ୍ଷା ଏହି କ୍ଷେପଣାସ୍ତ୍ର ୪ଶହ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ ବୋଲି ପ୍ରତିରକ୍ଷା ବିଭାଗ ସୂଚନା ଦେଇଛି। ଏହି କ୍ଷେପଣାସ୍ତକୁ ଉଭୟ ଭାରତ ଓ ରୁଷିଆ ମିଳିତ ସହଯୋଗରେ ନିର୍ମାଣ କରିଛନ୍ତି । ଏହାର ଲମ୍ବ ୮. ୪ ମିଟର ଥିବାବେଳେ ଚଉଡ଼ା ୦. ୬ ମିଟର। ଏଥିରେ ୨.୫ ଟନ ପର୍ଯ୍ୟନ୍ତ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରହିଛି।