ସଂସ୍କାର : ଭାରତ ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ODI ସିରିଜର ତୃତୀୟ ତଥା ଶେଷ ମ୍ୟାଚ୍ ଚାଟୋଗ୍ରାମରେ ହୋଇଥିଲା। ସିରିଜ ହରାଇଥିବା ଭାରତୀୟ ଦଳ ଏହି ମ୍ୟାଚରେ ନିଜର ସମ୍ମାନ ବଞ୍ଚାଇବାକୁ ଚାହୁଁଥିଲା। ଏଥି ସହିତ ବାଂଲାଦେଶ ଶେଷ ମ୍ୟାଚ ଜିତି ସିରିଜକୁ କ୍ଲିନ୍ ସୁଇପ କରିବାକୁ ମଇଦାନକୁ ଓହ୍ଲେଇଥିଲା। ବାଂଲାଦେଶ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା।
ପ୍ରଥମେ ବ୍ୟାଟିଂ କରି ଭାରତ ବାଂଲାଦେଶ ସମ୍ମୁଖରେ 410 ରନ୍ର ଏକ ବଡ଼ ଲକ୍ଷ୍ୟ ସ୍ଥିର କରିଥିଲା। ଭାରତ ପାଇଁ ଇଶାନ ଦ୍ୱିଶତକ ହାସଲ କରିଥିଲେ। ଏହି ସମୟରେ ବିରାଟ କୋହଲି ଏକ ଶତକୀୟ ଇନିଂସ ଖେଳିଥିଲେ। ଏକ ଦ୍ଵିଶତକ ହାସଲ କରି ଇଶାନ ଇତିହାସ ସୃଷ୍ଟି କରିଥିଲେ। ସର୍ବନିମ୍ନ ସଂଖ୍ୟକ ବଲରେ ଦ୍ୱିଶତକ ହାସଲ କରିବାରେ ଦୁନିଆର ପ୍ରଥମ ଖେଳାଳି ହୋଇଥିଲେ ଇଶାନ୍। କୋହଲି ନିଜର 72 ତମ ଶତକ ହାସଲ କରି ଅଷ୍ଟ୍ରେଲୀୟ ଖେଳାଳି ପଣ୍ଟିଙ୍ଗଙ୍କୁ ପଛରେ ପକାଇଛନ୍ତି।
227 ରନରେ ହାରିଲା ବାଂଲାଦେଶ ଦଳ :
ବାଂଲାଦେଶ 410 ରନ୍ର ଏକ ବୃହତ୍ ଲକ୍ଷ୍ୟକୁ ଗୋଡ଼ାଇବାରେ ଏକ ଖରାପ ଆରମ୍ଭ କରିଥିଲା। ଚାପ ଯୋଗୁଁ ବାଂଲାଦେଶୀ ଦଳ 182 ରନରେ ହିଁ ଅଲ ଆଉଟ୍ ହୋଇଥିଲେ। ଆଉ ଦଳ 227 ରନରେ ଏହି ମ୍ୟାଚ ହାରିଥିଲା। ତେବେ ବାଂଲାଦେଶକୁ ପ୍ରଥମ ଝଟକା ପଞ୍ଚମ ଓଭରର ପ୍ରଥମ ବଲରେ ଲାଗିଥିଲା। ଅକ୍ସର ପଟେଲ ତାଙ୍କର ପ୍ରଥମ ଓଭରରେ ଏହି ସଫଳତା ପାଇଥିଲେ। ତେବେ ଏହି ସିରିଜରେ ଚମତ୍କାର ପ୍ରଦର୍ଶନ କରିଥିବା ମେହେଦି ହାସନ ମିରାଜଙ୍କୁ ଆଉଟ୍ କରି ଶାର୍ଦ୍ଦୁଲ ଠାକୁର ପାଭିଲିୟନକୁ ପଠାଇଥିଲେ। ମେହେଦି ହାସନ ପାଞ୍ଚଟି ବଲରୁ ତିନି ରନ୍ ସଂଗ୍ରହ କରିଥିଲେ।