Asia Cup 2022 : ପାକିସ୍ତାନକୁ ହରାଇ ଟୁର୍ଣ୍ଣାମେଣ୍ଟରେ ବିଜୟ ଯାତ୍ରା ଆରମ୍ଭ କଲା ରୋହିତବାହିନୀ..

ସଂସ୍କାର: ଗତକାଲି (28 ଅଗଷ୍ଟ) ଏସିଆ କପ୍‌ରେ ପାରମ୍ପରିକ ପ୍ରତିଦ୍ବନ୍ଦୀ ଭାରତ ଓ ପାକିସ୍ତାନ ମଧ୍ୟରେ କଡ଼ା ମୁକାବିଲା ଅନୁଷ୍ଠିତ ହୋଇଥିଲା। ଏଥିରେ ଟିମ୍ ଇଣ୍ଡିଆ , ପାକିସ୍ତାନକୁ ୫ୱିକେଟରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୨୦ ଓଭରରେ ସମସ୍ତ ୱିକେଟ ହରାଇ ୧୪୭ ରନ କରିଥିଲା। ଭାରତୀୟ ବୋଲରମାନେ ବୋଲିଂରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ।

ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଆଗରେ ପାକିସ୍ତାନ ବ୍ୟାଟରମାନେ କ୍ରିଜରେ ବେଶୀ ସମୟ ତିଷ୍ଠି ପାରି ନଥିଲେ। ତେବେ ଭାରତ-ପାକିସ୍ତାନ ଭିତରେ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିଛି । ଏହି ମ୍ୟାଚ ଶେଷ ଓଭର ଯାଏଁ ଜବରଦସ୍ତ ଖେଳ ଦେଖିବାକୁ ମିଳିଥିଲା ।

ଶେଷ ଓଭରରେ ୬ ରନ ଆବଶ୍ୟକତା ଥିବା ବେଳେ ଛକା ମାରି ମ୍ୟାଚ ଜିତାଇଥିଲେ ଟିମ୍ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ଏହି ମ୍ୟାଚରେ ଭାରତ ପାକିସ୍ତାନକୁ ୫ ୱିକେଟରେ ପରାସ୍ତ କରିଛି । ଏହାସହ ଏସିଆ କପରେ ଭାରତ ବିଜୟ ସହ ନିଜ ଅଭିଯାନ ଆରମ୍ଭ କରିଛି ।

ପାକିସ୍ତାନ ପକ୍ଷରୁ ମହମ୍ମଦ ରିଜଓ୍ୱାନ୍ ସର୍ବାଧିକ ୪୩ ଓ ଇଫତିଖାର ଅହମ୍ମଦ ୨୮ ରନ୍ କରିଥିଲେ। ଅନ୍ୟ କୌଣସି ଖେଳାଳି ନିଜର ଶ୍ରେଷ୍ଠ ଖେଳ ଦେଖାଇ ପାରି ନ ଥିଲେ। ସେହିପରି ଭାରତ ପକ୍ଷରୁ ଭୁବନେଶ୍ୱର କୁମାର ୪, ହାର୍ଦ୍ଦିକ ପାଣ୍ଡ୍ୟା ୩ଟି, ଅର୍ଶଦୀପ ସିଂହ ଓ ଅଭେସ ଖାନ୍ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

Leave a Reply

Your email address will not be published. Required fields are marked *