ସଂସ୍କାର : ଜୁଲାଇ ୨୩ ତାରିଖରୁ ଆରମ୍ଭ ହୋଇଥିବା ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳ ରଚିଛି ଏକ ନୂଆ ଇତିହାସ। ଭାରତର ପୁରୁଷ ହକି ଦଳ ଦୀର୍ଘ ୪୧ ବର୍ଷ ପରେ କୌଣସି ଏକ ଅଲିମ୍ପିକ୍ସ ଖେଳରେ ପଦକ ଅକ୍ତିଆର କରିଛି। ୪୧ ବର୍ଷ ପରେ ଭାରତ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଛି। ଶେଷ ଥର ୧୯୮୦ ମସିହାରେ ମସ୍କୋରେ ହୋଇଥିବା ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳ ସ୍ୱର୍ଣ୍ଣ ପଦକ ଜିତିଥିଲା। ସେତେବେଳେ ପୁରୁଷ ହକି ଦଳର ଅଧିନାୟକ ଥିଲେ ବାସୁଦେବନ ଭାସ୍କରନ। ତାଙ୍କ ଅଧିନାୟକତ୍ୱରେ ଦଳ ସ୍ୱର୍ଣ୍ଣ ପଦକ ଜିତିଥିଲା। ତେବେ ୪୧ ବର୍ଷ ପରେ ଭାରତୀୟ ହକି ଦଳ ବ୍ରୋଞ୍ଜ ପଦକ ମ୍ୟାଚରେ ଜର୍ମାନୀ ହକି ଦଳକୁ ୫-୪ ରେ ପରାସ୍ତ କରିଛି।

ଅନ୍ୟପକ୍ଷରେ ୧୯୭୨ ମସିହା ପରଠାରୁ ପ୍ରଥମ ଥର ପାଇଁ ଟୋକିଓର ପୁଲ୍ ପର୍ଯ୍ୟାୟରେ ଟିମ୍ ଇଣ୍ଡିଆ ୪ଟିରୁ କିମ୍ବା ଅଧିକ ମ୍ୟାଚ୍ ଜିତିଛି। ୧୯୭୨ ଅଲିମ୍ପିକ୍ସରେ ପୁଲ୍ ପର୍ଯ୍ୟାୟରେ ୭ଟି ମ୍ୟାଚ୍ ମଧ୍ୟରୁ ୫ଟି ଜିତିଥିଲା। ଏହା ପରେ, ୨୦୧୬ ମସିହା ଅଲିମ୍ପିକ୍ସ ପର୍ଯ୍ୟନ୍ତ, ଗ୍ରୁପ୍ ପର୍ଯ୍ୟାୟରେ ଭାରତ ୩ଟିରୁ ଅଧିକ ମ୍ୟାଚ୍ ଜିତି ପାରିଲା ନାହିଁ।

ଭାରତର ଐତିହାସିକ ବିଜୟ, ସ୍ମରଣୀୟମୁହୂର୍ତ୍ତର ଭିଡିଓ ଦେଖିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ –