ରାଜନୀତିରେ ଅଟଳ ବିହାରୀଙ୍କ ଆଗରେ ସମସ୍ତେ ଫେଲ, 16 ମାର୍ଚ୍ଚ 1999 ରେ ଦେଶର ପ୍ରଧାନମନ୍ତ୍ରୀ ଥାନ୍ତି ଅଟଳବିହାରୀ ବାଜପେୟୀ । ସେ ଭାରତ-ପାକିସ୍ତାନର ସମ୍ପର୍କ ସୁଧାରିବା ପାଇଁ ଦୁଇ ଦେଶ ମଧ୍ୟରେ ପ୍ରଥମେ ବସ ସେବା ଆରମ୍ଭ କରିଥିଲେ ।
ସେ ପାକିସ୍ତାନ ରେ ଗଭର୍ନର ହାଉସରେ ଏମିତି ଭାଷଣ ଦେଇଥିଲେ ଯେ ପାକିସ୍ତାନର ରାଜନେତା ମାନେ ତାଳି ନମାରି ରହିପାରିନଥିଲେ । ଏହି ଘଟଣା ସମସ୍ତଙ୍କୁ ତାଙ୍କ ପ୍ରତି ଆକର୍ଷିତ କରିଥିଲା ।
ଏହି ଭାଷଣ ପରେ ଏକ ରୋଚକ ଘଟଣା ଘଟିଥିଲା । ପାକିସ୍ତାନର ଜଣେ ମହିଳା ସାମ୍ବାଦିକା ବାଜପେୟୀଙ୍କୁ ପଚାରିଥିଲେ ଆପଣ ଅବିବାହିତ ଅଛନ୍ତି ଏବଂ ମୁଁ ଆପଣଙ୍କୁ ବିବାହ କରିବାକୁ ଚାହୁଁଛି, ହେଲେ ମତେ ମୁହଁ ଦେଖାରେ କାଶ୍ମିର ଦରକାର ।
ଏହି ପ୍ରଶ୍ନ ଶୁଣି ସେ ପ୍ରଥମେ ହସିଥିଲେ ଏବଂ ଏହାର ଏହା ରୋଚକ ଜବାବ ରଖିଥିଲେ । ସେ କହିଥିଲେ ମୁଁ ବିବାହ କରିବାକୁ ରାଜି ଅଛି ହେଲେ ମତେ ଯୌତୁକରେ ପୂରା ପାକିସ୍ତାନ ଦରକାର । କଣ ଦେଇ ପାରିବେ ଆପଣ ? ଏଭଳି ଉତ୍ତର ଶୁଣି ସମ୍ପୂର୍ଣ ଭାବରେ ଚୁପ ହୋଇଯାଇଥିଲେ ମହିଳା ସାମ୍ବାଦିକା । ଏହି ଉତ୍ତର କେହି ବି ଆଶା କରିନଥିଲେ କିନ୍ତୁ ବାଜପେୟୀଙ୍କ କଥା ଶୁଣି ସମସ୍ତ ପାକିସ୍ତାନ ଲୋକେ ତାଯୁବ ହୋଇ ରହିଯାଇଥିଲେ ।