ଭାରତର ୫ଟି କୁଖ୍ୟାତ ସୁଇସାଇଡ୍ ପଏଣ୍ଟ ; ଥରେ ଗଲେ ଫେରିବା ଅସମ୍ଭବ ! , ଜାଣନ୍ତୁ

ସଂସ୍କାର : ଭାରତରେ ଆତ୍ମହତ୍ୟା କରୁଥିବା ଲୋକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଭାରତରେ ଏପରି ଅନେକ ସ୍ଥାନ ରହିଛି , ଯେଉଁଠାରେ କି ପ୍ରତି ଦିନ କେହି ନା କେହି ଆତ୍ମହତ୍ୟା କରନ୍ତି। ତେବେ ଆଜି ଆମେ ଆପଣଙ୍କୁ କହିବୁ , ଆତ୍ମହତ୍ୟା ପାଇଁ ପ୍ରସିଦ୍ଧ ଥିବା ଭାରତର ୫ଟି କୁଖ୍ୟାତ ସୁଇସାଇଡ୍ ପଏଣ୍ଟ ବିଷୟରେ।

୧) ସାବରମତି ନଦୀ କୂଳ, ଗୁଜୁରାଟ :-

ସବୁଠାରୁ ପ୍ରସିଦ୍ଧ ହ୍ୟାଙ୍ଗଆଉଟ୍ ବା ଆତ୍ମହତ୍ୟା ପାଇଁ ଜଣାଯାଉଥିବା ସ୍ଥାନ ହେଉଛି ଗୁଜୁରାଟର ସାବରମତି ନଦୀ କୂଳ। ଏଠାରେ ପ୍ରତିଦିନ କେହି ନା କେହି ନିଜର ଜୀବନକୁ ମାରିବା ପାଇଁ ପହଁଞ୍ଚି ଯାଆନ୍ତି। ଆଉ ନିଜର ଜୀବନକୁ ଲୋଭ ନ କରି ପାଣି ଭିତରକୁ ଡେଇଁ ପଡ଼ନ୍ତି।

୨) କୋଲକାତା ମେଟ୍ରୋ, କୋଲକାତା :-

ଦେଶରେ ଆତ୍ମହତ୍ୟା ପାଇଁ ପ୍ରସିଦ୍ଧ ଥିବା ଦ୍ଵିତୀୟ ସ୍ଥାନ ହେଉଛି , କୋଲକାତାର ମେଟ୍ରୋ ଟ୍ରେନ୍। ପ୍ରତିବର୍ଷ କୋଲକାତା ସହରରୁ ଏପରି ଖବର ଆସୁଛି ଯେ, କୋଲକାତାର ମେଟ୍ରୋ ଟ୍ରେନର ଚକ ତଳେ କେହି ନା କେହି ନିଜ ଜୀବନକୁ ଶେଷ କରୁଛନ୍ତି। ଉଇକିପିଡ଼ିଆର ତଥ୍ୟ ଅନୁଯାୟୀ, ୧୯୪୮ ମସିହା ପରଠାରୁ ଆଜି ପର୍ଯ୍ୟନ୍ତ ଏଠାରେ ୪୦୦ ରୁ ଅଧିକ ଆତ୍ମହତ୍ୟା ହୋଇସାରିଛି।

୩) ୱାଜିରାବାଦ ବ୍ରିଜ, ଦିଲ୍ଲୀ :-

ଆମ ତାଲିକାର ତୃତୀୟ ସ୍ଥାନରେ ଅଛି, ରାଜଧାନୀ ଦିଲ୍ଲୀର ୱାଜିରାବାଦ ବ୍ରିଜ। ଏହି ବ୍ରିଜ ବା ସେତୁ ତଳେ ଯମୁନା ନଦୀ ପ୍ରବାହିତ ହେଉଛି, ଏବଂ ଏହି ବ୍ରିଜ ଉପରେ ଠିଆ ହୋଇ ବର୍ଷକୁ ୫୦ ରୁ ୬୦ ଜଣ ବ୍ୟକ୍ତି ଆତ୍ମହତ୍ୟା କରନ୍ତି। ଆଉ ପାଣି ଭିତରକୁ ଗାଧୋଇବା ପାଇଁ ଯାଉଥିବା ବ୍ୟକ୍ତି ବି ବୁଡି ଆତ୍ମହତ୍ୟା କରନ୍ତି। ସୂଚନା ମୁତାବକ, ଗତ ୨୩ ବର୍ଷ ମଧ୍ୟରେ ଏଠାରେ ପ୍ରାୟ ଏକ ହଜାର ରୁ ଅଧିକ ଲୋକ ଆତ୍ମହତ୍ୟା କରିଛନ୍ତି।

୪) ଭାସି କ୍ରିକ୍, ନାଭି ମୁମ୍ବାଇ :-

ମୁମ୍ବାଇ ଭିତରକୁ ପ୍ରବେଶ କରିବାକୁ ହେଲେ ଆପଣଙ୍କୁ ଏହି ଭାସି କ୍ରିକ ଦେଇ ଯିବାକୁ ହେବ। ତେବେ କଣ ଆପଣ ଜାଣିଛନ୍ତି କି, ଏହି ନାଭି ମୁମ୍ବାଇର ଭାସି କ୍ରିକରେ ବର୍ଷକୁ ପ୍ରାୟ ୨୦ ରୁ ୩୦ ଜଣ ଲୋକ ଆତ୍ମହତ୍ୟା କରୁଛନ୍ତି। ଗତ ୨୦୧୮ ମସିହାରେ ଏଠାରେ ୨୨ ଜଣ ଆତ୍ମହତ୍ୟା କରିଛନ୍ତି, ଯାହାକି ଜାତୀୟ ଗଣମାଧ୍ୟମର ରିପୋର୍ଟ କହୁଛି।

୫) ଭୋପାଳର ଭିଆଇପି ରୋଡ :-

ଭୋପାଳରେ ଆତ୍ମହତ୍ୟା ପାଇଁ ପ୍ରସିଦ୍ଧ ଥିବା ସ୍ଥାନ ହେଉଛି ସହରର ଭିଆଇପି ରୋଡ। ଅନେକ ଡ୍ରାଇଭର ଏବଂ ଏଠାକାର ବାସିନ୍ଦା କୁହନ୍ତି ଯେ ୨୦୧୪ ମସିହାରୁ ୨୦୨୧ ମସିହା ମଧ୍ୟରେ ଏହି ସ୍ଥାନରେ ୬୦ ରୁ ଅଧିକ ଲୋକ ଆତ୍ମହତ୍ୟା କରିଛନ୍ତି।

Leave a Reply

Your email address will not be published. Required fields are marked *