ସଂସ୍କାର : ଛତିଶଗଡର ଜଣେ ୩୨ ବର୍ଷୀୟ ଯୁବତୀଙ୍କୁ ହୋଇଛି ଗଣଦୁଷ୍କର୍ମ। ଯୁବତୀଙ୍କୁ ଗଣଦୁଷ୍କର୍ମ ଇନ୍ଦୋରର କିସପ୍ରା ଅଞ୍ଚଳରେ ହୋଇଥିବା ଜଣାପଡିଛି। ଯେଉଁଠାରେ ଯୁବତୀ ଜଣଙ୍କୁ ଦେଢ଼ ମାସ ଧରି ଗୋଟିଏ ଫାର୍ମ ହାଉସରେ ବାନ୍ଧି ରଖାଯାଇଥିଲା। ଆଉ ସେଠାରେ ହିଁ ତାଙ୍କୁ ଗଣଦୁଷ୍କର୍ମ ହୋଇଥିବା ସୂଚନା ରହିଛି। ଯୁବତୀ ଜଣକ କହିବା ଅନୁସାରେ, ଜଣେ ବିଲଡର ଏବଂ ତାଙ୍କ ସାଙ୍ଗମାନେ ମିଶି ତାଙ୍କୁ ଗଣବଳାତ୍କାର କରିଛନ୍ତି। ଏମିତିକି ତାଙ୍କର ପ୍ରାଇଭେଟ ପାର୍ଟ ଏବଂ ଶରୀରର ଅନ୍ୟ ଅଙ୍ଗଗୁଡ଼ିକ ସିଗାରେଟରେ ପୋଡି ଦାନ୍ତରେ କାଟି ଦେଇଛନ୍ତି।
ଶନିବାର ଦିନ ଇନ୍ଦୋର ପୋଲିସ ନିକଟରେ ପୀଡିତା ଅଭିଯୋଗ ଦାଖଲ କରି କହିଛନ୍ତି ଯେ, ଗତ ଦେଢ ମାସ ଧରି ତାଙ୍କୁ ମାଙ୍ଗାଲିଆର ଏକ ଫାର୍ମ ହାଉସରେ ବନ୍ଧକ ରଖି ବଳାତ୍କାର କରାଯାଉଥିଲା। ସେହି ସମୟରେ, ବଳାତ୍କାର ପରେ ତାଙ୍କର ପ୍ରାଇଭେଟ ପାର୍ଟ ଏବଂ ଶରୀରର ଅନ୍ୟ ଅଂଶକୁ ବି ସିଗାରେଟରେ ପୋଡି ଯାଇଥିଲା। ଏହା ପରେ ତାଙ୍କୁ ଭୟଭୀତ କରି ଛତିଶଗଡକୁ ପଠାଇଦିଆଯାଇଥିଲା। ତେବେ ସେ ଛତିଶଗଡ଼ ଆସି ଅଭିଯୋଗ ନିକଟରେ ତାଙ୍କ ସହିତ ହୋଇଥିବା ଏହି ଘଟଣାର ନ୍ୟାୟ ପାଇଁ ଦାବି କରିଛନ୍ତି।
ଏଥି ସହିତ, ଆଞ୍ଚଳିକ SDOP ପଙ୍କଜ ଦୀକ୍ଷିତଙ୍କ ସୂଚନା ଅନୁଯାୟୀ, ଏହି ଘଟଣା ମାଙ୍ଗାଲିଆ ଅଞ୍ଚଳରେ ନିର୍ମିତ ଯୁବରାଜ ଫାର୍ମ ହାଉସର। ସେଠାରେ ଛତିଶଗଡର ଜଣେ ୩୨ ବର୍ଷର ଯୁବତୀଙ୍କୁ ଫାର୍ମ ହାଉସ୍ ମାଲିକ ରାଜେଶ ବିଶ୍ୱକର୍ମା ଆଣିଥିଲେ। ରାଜେଶ ପ୍ରଥମେ ତାଙ୍କୁ ବିବାହ କରିବାର ପ୍ରତିଶ୍ରୁତି ଦେଇ ଫାର୍ମ ହାଉସକୁ ଆଣିଥିଲା। ଆଉ ପରେ ଯୁବତୀଙ୍କ ସହିତ ଏକାକୀ ବଳାତ୍କାର କରିଥିଲା।
ସମୟକ୍ରମେ ତାଙ୍କ ବନ୍ଧୁ ଅଙ୍କେଶ ବାଗେଲ, ବିବେକ ବିଶ୍ୱକର୍ମା ଏବଂ ଭିପିନ ଭଦୁରିଆ ମଧ୍ୟ ଫାର୍ମ ହାଉସକୁ ବୁଲିବାକୁ ଆସୁଥିଲେ। ଯୁବତୀ ଜଣଙ୍କ ବିଷୟରେ ରାଜେଶ ସମସ୍ତଙ୍କୁ ପରିଚିତ କରାଇଥିଲା। ତେବେ ଦିନ ଯେଉଁଭଳି ଭାବରେ ବଢିବାକୁ ଲାଗିଲା ଠିକ ସେହିପରି ପ୍ରତିଦିନ ୪ ଜଣ ମିଶି ଯୁବତୀଙ୍କ ସହିତ ବଳାତ୍କାର କରିଥିଲେ। ଆଉ ଏହି ପ୍ରକ୍ରିୟା ଦୀର୍ଘ ଦେଢ଼ ମାସ ପର୍ଯ୍ୟନ୍ତ ଚାଲିଥିଲା। ଏହି ବଳାତ୍କାର କରିବା ସମୟରେ ତାଙ୍କର ପ୍ରାଇଭେଟ ପାର୍ଟରେ ଜଳନ୍ତା ସିଗାରେଟ ପଶାଇ ଦିଆଯାଇଥିବା ଯୁବତୀ ଜଣଙ୍କ ଅଭିଯୋଗ କରିଛନ୍ତି। ପୀଡିତାଙ୍କ ଅଭିଯୋଗ ଆଧାରରେ ବିଲଡର, ତାଙ୍କର ତିନି ବନ୍ଧୁ ଏବଂ ଫାର୍ମ ହାଉସର ଜଣେ କର୍ମଚାରୀଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି। ତେବେ ମୁଖ୍ୟ ଅଭିଯୁକ୍ତ ବିଲଡରଙ୍କ ସମେତ ଦୁଇଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ। ଆଉ ବାକି ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ।