ଟି -20 ବିଶ୍ୱକପ : ଗୁରୁବାର ଦିନ ଆବୁଧାବିରେ କେକେଆର ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିଲା। ଏବଂ କେକେଆର ମୁମ୍ବାଇକୁ 7 ୱିକେଟରେ ପରାସ୍ତ କରିଥିଲା। ଏହି ମ୍ୟାଚ୍ରେ ଖାସ୍ କରି ଭାରତୀୟ ଏବଂ ମୁମ୍ବାଇ ପ୍ରଶଂସକଙ୍କ ପାଇଁ ଖୁସି ଖବର ଥିଲା ଯେ ରୋହିତ ଶର୍ମା ଫିଟ୍ ହୋଇ ପଡ଼ିଆରେ ପ୍ରବେଶ କରିଥିଲେ। ଆଉ ଏକ ଚିନ୍ତା ବିଷୟ ଯାହା କେବଳ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ନୁହେଁ ବରଂ ଟିମ୍ ଇଣ୍ଡିଆ ପାଇଁ ମଧ୍ୟ । କାରଣ ଆଜିର ମ୍ୟାଚ୍ ରେ ପୁଣି ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳରେ ଅନ୍ତର୍ଭୁକ୍ତ କରାଯାଇ ନାହିଁ।
ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଥରେ ପଡ଼ିଆରୁ ନିଖୋଜ ଥିଲେ। ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ପ୍ରଥମ ମ୍ୟାଚରେ ରୋହିତ ଶର୍ମା ଆହତ ହୋଇଥିଲେ ମଧ୍ୟ କେକେଆର ବିପକ୍ଷରେ ପଡ଼ିଆ କୁ ଓଲ୍ହାଇଥିଲେ। କିନ୍ତୁ ପ୍ରଶ୍ନ ଉଠୁଛି ଯେ ପାଣ୍ଡ୍ୟା କୁଆଡେ ଗଲେ?
ଶେଷ ମ୍ୟାଚରେ କୁହାଯାଇଥିଲା ଯେ ହାର୍ଦ୍ଦିକ ପାଣ୍ଡ୍ୟା ସାମାନ୍ୟ ଆହତ ହୋଇଛନ୍ତି ଏବଂ ଶୀଘ୍ର ସୁସ୍ଥ ହୋଇଯିବେ। କିନ୍ତୁ ସେ ଗୁରୁବାର ମ୍ୟାଚରେ ଆଦୃଷ୍ୟ ଥିଲେ। ମୁମ୍ବାଇ ପାଇଁ ପାଣ୍ଡ୍ୟାଙ୍କ ଅନୁପସ୍ଥିତି କଷ୍ଟସାଧ୍ୟ ହୋଇପାରେ, କିନ୍ତୁ ଆସନ୍ତା ମାସର ଟି -20 ବିଶ୍ୱକପରୁ ତାଙ୍କର ଅନୁପସ୍ଥିତି ଟିମ୍ ଇଣ୍ଡିଆ ପାଇଁ ମଧ୍ୟ ସାଂଘାତିକ ପ୍ରମାଣିତ ହୋଇପାରେ। ଚଳିତ ବର୍ଷ ଜୁନ୍ ରେ ଶ୍ରୀଲଙ୍କା ବିପକ୍ଷ ସୀମିତ ଓଭର ସିରିଜରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦେଖିବାକୁ ମିଳିଥିଲା।
ଅସ୍ତ୍ରୋପଚାର ପରେ ସେ ଶେଷ ଥର ପାଇଁ ସିରିଜକୁ ଫେରିଥିଲେ। କିନ୍ତୁ ଏବେ ପୁଣି ଥରେ ତାଙ୍କ ଫିଟନେସର ସମସ୍ୟା ବଢ଼ିବାରେ ଲାଗିଛି | ଟି-ଟ୍ୱେଣ୍ଟି ବିଶ୍ୱକପ ପାଇଁ ଅଳ୍ପ ସମୟ ବାକି ଥିବାରୁ ପାଣ୍ଡ୍ୟାଙ୍କ ଫିଟନେସ ବିଷୟରେ ଚିନ୍ତା କରିବା ସ୍ୱାଭାବିକ। ଟି -20 ବିଶ୍ୱକପ ପାଇଁ ଅଭ୍ୟାସ ନକରି ପଡ଼ିଆକୁ ଯିବା କେତେ ଠିକ ହେବ ତାହା ସମୟ କହିବ।
କିନ୍ତୁ ଅଶ୍ଵସ୍ତିକର ଖବର ଏହା ଯେ ନିକଟରେ ମୁମ୍ବାଇ ଇଣ୍ଡିଆନ୍ସ ର ବୋଲିଂ ପ୍ରଶିକ୍ଷକ ସେନ ବଣ୍ଡ୍ କହିଛନ୍ତି ଯେ ସେ ଭଲ ତାଲିମ ନେଉଛନ୍ତି, କିନ୍ତୁ ଦଳ ତାଙ୍କୁ ତ୍ୱରାନ୍ୱିତ କରିବ ନାହିଁ। ଏକ ଭର୍ଚୁଆଲ୍ ସାମ୍ବାଦିକ ସମ୍ମିଳନୀରେ ବଣ୍ଡ୍ କହିଛନ୍ତି ଯେ, “ଦେଖ, ରୋହିତଙ୍କ ପରି ହାର୍ଦ୍ଦିକ ଭଲ ପ୍ରଶିକ୍ଷଣ ନେଉଛନ୍ତି। ସେ ବହୁତ ଶୀଘ୍ର ଖେଳିବାକୁ ପ୍ରସ୍ତୁତ ହୋଇଯିବେ। କିନ୍ତୁ ଆମେ ଟିମ୍ ଇଣ୍ଡିଆର ଆବଶ୍ୟକତା ସହିତ ଆମ ଦଳ ମୁମ୍ବାଇ ର ଆବଶ୍ୟକତାକୁ ମଧ୍ୟ ସନ୍ତୁଳିତ କରୁଛୁ ଏବଂ ସେହି କାରଣରୁ ହାର୍ଦ୍ଧିକ ପାଣ୍ଡ୍ୟା ଙ୍କୁ ବର୍ତମାନ ଆରାମ୍ ଦିଆଯାଇଛି।”
ପଢନ୍ତୁ : କପିଲ୍ ଦେବ ଙ୍କ ବଡ ବୟାନ, ଚୟନକର୍ତ୍ତା ଙ୍କ ଅଣଦେଖା ଯୋଗୁଁ ଏହି ଅନୁଭବୀ ଖେଳାଳିଙ୍କ ଅଧ୍ୟାୟ ହେବ ସମାପ୍ତ