IPL 2021 : ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ୍ ସୁରେଶ ରାଇନା ଏବଂ ବର୍ତ୍ତମାନର ଭାରତୀୟ ଦଳର ଷ୍ଟାର ଓପନର୍ ରୋହିତ ଶର୍ମା ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ର ମିଳିତ ଭାବେ ଏକାଦଶ ଖେଲାଇନ୍କୁ ଚୟନ କରିଛନ୍ତି।
ଏହି ଦଳରେ ରୋହିତ ଏବଂ ରାଇନା ପାଞ୍ଚ ଖେଳାଳିଙ୍କୁ ସ୍ଥାନ ଦେଇଛନ୍ତି ଯେଉଁମାନେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିଛନ୍ତି କିମ୍ବା ଖେଳି ଶାରୀଛନ୍ତି। ଏହି ପାଞ୍ଚ ଖେଳାଳିଙ୍କ ମଧ୍ୟରେ ସେ ସଚିନ ତେନ୍ଦୁଲକର, ଅମ୍ବାତି ରାୟୁଡୁ, କିରନ୍ ପୋଲାର୍ଡ, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଜସପ୍ରୀତ ବୁମ୍ରାଙ୍କୁ ସ୍ଥାନ ଦେଇଛନ୍ତି।
ଅନ୍ୟପକ୍ଷରେ ରୋହିତ ଏବଂ ରାଇନା ଚେନ୍ନାଇ ସୁପର କିଙ୍ଗ୍ସରୁ 5 ଜଣ ଖେଳାଳିଙ୍କୁ ମନୋନୀତ କରିଛନ୍ତି ଯେଉଁଥିରେ ଦଳର ପୂର୍ବତନ ବିସ୍ଫୋରକ ଓପନର୍ ମାଥ୍ୟୁ ହେଡେନ୍, ଫାଫ୍ ଡୁ ପ୍ଲେସିସ୍, ମହେନ୍ଦ୍ର ସିଂ ଧୋନି, ଡୱେନ ବ୍ରାଭୋ, ରବିନ୍ଦ୍ର ଜାଡେଜା ଏବଂ ହରଭଜନ ସିଂଙ୍କୁ ଚୟନ କରିଛନ୍ତି।
ଏହି ଏକାଦଶ ଖେଳିବାରେ ସେ ସଚିନ ଏବଂ ହେଡେନଙ୍କୁ ଓପନର୍ ଭାବରେ ରଖିଥିଲେ। ଏହା ପରେ ଫାଫ୍ ଡୁ ପ୍ଲେସିସ୍ ଙ୍କୁ ତିନି ନମ୍ବରରେ, ରାଇଡୁ ଚତୁର୍ଥ ନମ୍ବରରେ ଚୟନ କରିଛନ୍ତି । ଦଳର ଅଧିନାୟକ ମହେନ୍ଦ୍ର ସିଂ ଧୋନି ଙ୍କୁ ଚୟନ କରିଛନ୍ତି। ଅଲରାଉଣ୍ଡରମାନଙ୍କ ମଧ୍ୟ ରେ ସେ ଏହି ଦଳରେ କିରନ୍ ପୋଲାର୍ଡ, ହାର୍ଦ୍ଦିକ ପାଣ୍ଡ୍ୟା, ଡୱେନ ବ୍ରାଭୋ ଏବଂ ଜାଡେଜା ଙ୍କୁ ଚୟନ କରିଛନ୍ତି। ଯଦି ଏହି ଦୁଇ ଟି ଦଳର ଅଲରାଉଣ୍ଡର ମାନେ ସମାନ ଦଳରେ ଏକାଠି ଖେଳନ୍ତି, ତେବେ ଏହା କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଆଶ୍ଚର୍ଯ୍ୟଠାରୁ କମ୍ ନୁହେଁ ।
ଏହି ଦଳର ଏକମାତ୍ର ମୁଖ୍ୟ ସ୍ପିନର ହେଉଛନ୍ତି ହରଭଜନ ସିଂ ଯିଏ ଉଭୟ ଚେନ୍ନାଇ ଏବଂ ମୁମ୍ବାଇ ଦଳ ପାଇଁ ଖେଳିଛନ୍ତି। ଏହା ବ୍ୟତୀତ ଜସପ୍ରୀତ ବୁମ୍ରା ଦଳର ଜଣେ ଅଭିଜ୍ଞ ଦ୍ରୁତ ବୋଲର ଅଟନ୍ତି।
ଚେନ୍ନାଇ-ମୁମ୍ବାଇ ମିଶ୍ରିତ ଏକାଦଶ ଖେଳୁଥିବା ଖେଳାଳି ତାଲିକା।
ସଚିନ ତେନ୍ଦୁଲକର, ମାଥ୍ୟୁ ହେଡେନ, ଫାଫ ଡୁ ପ୍ଲେସିସ୍, ଅମ୍ବାତି ରାୟୁଡୁ, ଏମଏସ ଧୋନି (c & wk), କିରେନ ପୋଲାର୍ଡ, ହାର୍ଦ୍ଦିକ ପାଣ୍ଡ୍ୟା, ଡୱେନ ବ୍ରାଭୋ, ରବିନ୍ଦ୍ର ଜାଡେଜା, ଜସପ୍ରୀତ ବୁମ୍ରା ଏବଂ ହରଭଜନ ସିଂ।