ଯୁବତୀଙ୍କ ସହ ରୋମାନ୍ସ କରିବା ମହଙ୍ଗା ପଡିଲା ନେତାଙ୍କୁ ; ସୁନ୍ଦରୀ ଲୁଟିନେଲେ ମୋବାଇଲ ଆଉ ପଇସା

ସଂସ୍କାର: ସୁନ୍ଦରୀ ଯୁବତୀଙ୍କ ସହିତ ରାତି କଟାଇବା ପାଇଁ ଉତ୍ସନ ହେଉଥିଲେ ଜଣେ ରାଜନେତା। ଆଉ ନେତାଙ୍କର ଏହି ମନୋଭାବ କାରଣରୁ ତାଙ୍କୁ ହରାଇବାକୁ ପଡିଛି ତାଙ୍କର ଦାମୀ ମୋବାଇଲ ଆଉ ସୁନା ଅଳଙ୍କାର ସହିତ ମନିପର୍ସରେ ଥିବା ମୋଟାରକମର ଟଙ୍କା।

ତେବେ ଏଭଳି ଏକ ରୋଚକ ଘଟଣ ଘଟିଛି ଭୁବନେଶ୍ୱରର ସହିଦନଗର ଅଞ୍ଚଳରେ। ସହିଦ୍‌ନଗର ଥାନା ଅଞ୍ଚଳରେ ନେତାଙ୍କ ସହ ରୋମାନ୍ସ କରି ଜଣେ ସୁନ୍ଦରୀ ଯୁବତୀ ଲୁଟି ନେଇଛନ୍ତି ଟଙ୍କା ଓ ସୁନା ଅଳଙ୍କାର ଆଉ ଦାମୀ ମୋବାଇଲ। ଅନ୍ୟପଟେ ନେତା ଜଣଙ୍କ ଲୋକ ଲଜ୍ଜାକୁ ଛୁପାଇବାକୁ ଯାଇ ଥାନାରେ ଚୋରି ଏତଲା ଦେଇଛନ୍ତି। ଏସଂକ୍ରାନ୍ତରେ ପୋଲିସ୍ ଏକ ମାମଲା ରୁଜୁ କରି ଛାନ୍‌ଭିନ୍‌ ଆରମ୍ଭ କରିଛି । ଅନ୍ୟପଟେ ଯୁବତୀଙ୍କ ଏପରି ଅଭିନବ ଲୁଟ୍‌ରେ କେବଳ ନେତା ନାଁ ଅନ୍ୟ କିଏ ଶିକାର ହୋଇଛନ୍ତି ତାକୁ ନେଇ ତଦନ୍ତ ଜାରି ରହିଛି। ତେବେ ନେତାଙ୍କର ସାମାଜିକ ପ୍ରତିଷ୍ଠାକୁ ଲୁଚାଇବାକୁ ଯାଇ ଆମେ ତାଙ୍କର ନାମ ଗୁପ୍ତ ରଖିଛୁ।

ସୂଚନା ରହିଛି ଯେ, ନେତା ଜଣଙ୍କ ଏକ ପ୍ରତିଷ୍ଠିତ ରାଜେନୈତିକ ଦଳର ଉପକୂଳ ଓଡିଶାର ‘ଜିଲ୍ଳା ସମ୍ପାଦକ’ ଅଛନ୍ତି । ଦୁଇ ବର୍ଷ ତଳେ ପୁରୀର ଏକ ହୋଟେ୍‌ଲରେ ପଶ୍ଚିମବଙ୍ଗର ସୋନାଲି (ଛଦ୍ମାନାମ) ସହ ଚିହ୍ନା ପରିଚୟ ହୋଇଥିଲା । ତା’ପରେ ଫୋନ ନମ୍ବର ଆଦାନ ପ୍ରଦାନ ପରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ସ୍ଥାପନ ହୋଇଥିଲା । ସୋନିଲ୍‌ଙ୍କ କାମ ହେଲା ପଶ୍ଚିମବଙ୍ଗରୁ ରୂପଜୀବୀଙ୍କୁ ଆଣି କଟକ, ଭୁବନେଶ୍ୱର ଓ ପୁରୀ ଅଞ୍ଚଳରେ ରଖି ଦେହ ବେପାର କରିବା। ବେଳେବେଳେ ସୋନାଲି ନିଜେ ମଧ୍ୟ କିଛି ବଛା ବଛା ଗ୍ରାହକଙ୍କ ସହ ସମୟ ବିତାନ୍ତି । ଗୋଟିଏ ରାତିକୁ ମିଳେ ୩ରୁ ୫ ହଜାର ଟଙ୍କା। ଗତ କିଛି ଦିନ ତଳେ ନେତା ଜଣଙ୍କ ଭୁବନେଶ୍ୱର ଘରକୁ ଆସିଥିଲେ । ରୋମାନ୍ସ କରିବାକୁ ମୁଡ୍‌ ହେବାରୁ ଫୋନ୍‌ କରି ସୋନାଲିଙ୍କୁ ଡାକିଥିଲେ ।

ରାତିକ ପାଇଁ ୫ ହଜାର ଟଙ୍କାର ଡିଲ୍‌ ହୋଇଥିଲା । ନେତା ଦେଇଥିବା ଠିକଣାରେ ସୋନାଲି ଠିକ୍‌ ସମୟରେ ପହଞ୍ଚି ଯାଇଥିଲେ। ସୋନାଲି ପହଞ୍ଚିବା ପୂର୍ବରୁ ନେତା ଜଣଙ୍କ ପ୍ରଚୁର ମଦ୍ୟପାନ କରିଥିଲେ । ସୋନାଲି ଆସିବା ପରେ ତାଙ୍କ ସହ ମିଶି ପିଇଥିଲେ, ଗୀତରେ ଝୁମିଥିଲେ । ତା’ପରେ ଆରମ୍ଭ ହୋଇଥିଲା ରୋମାନ୍ସ। ଅତ୍ୟଧିକ ମଦ୍ୟପାନ ଯୋଗୁଁ ନେତା ଜଣଙ୍କ ବେହୋସ ହୋଇ ଶୋଇ ପଡିଥିଲେ। ଏହାର ଫାଇଦା ନେଇଥିଲେ ସୋନାଲି । ତାଙ୍କୁ ଲୁଟିବାକୁ ଯୋଜନା କରିଥିଲେ । ନେତା ପିନ୍ଧିଥିବା ସୁନା ଅଳଙ୍କାର, ଦାମୀ ମୋବାଇଲ, ମନିପର୍ସରେ ଥିବା ଟଙ୍କା ଚୋରି କରିନେଇଥିଲେ ।

ହେଲେ ଯିବା ପୂର୍ବରୁ ସୋନାଲି ନେତାଙ୍କୁ ଉଲଗ୍ନ କରି ନିଜ ମୋବାଇଲ୍‌ରେ ତାଙ୍କ ଏକ ଭିଡିଓ ସୁଟିଂ କରିଥିଲେ । ଦିନ ୧୦ ଟା ସମୟରେ ନେତାଙ୍କର ନିଶା ଉତୁରି ଥିଲା । ଆଉ ସେତେବେଳେ ନେତା ଜଣଙ୍କ ଜାଣିବାକୁ ପାଇଥିଲେ ଯେ ସୋନାଲି ତାଙ୍କୁ କଳାକନା ବୁଲାଇ ଦେଇଛି। ଏନେଇ ସେ ସୋନାଲିକୁ ଫୋନ୍‌ କରିଥିଲେ । ହେଲେ ସୋନାଲି ଫୋନ ରିସିଭ୍ କରିନଥିଲେ। ଅନ୍ୟପଟେ ଇଜ୍ଜତ ଯିବା ଭୟରେ କିଛି ଉପାୟ ନ ପାଇ ସହିଦ୍‌ନଗର ଥାନାରେ ପହଞ୍ଚି ଚୋରି ଏତଲା ଦେଇଥିଲେ । ପୁଲିସ୍‌ କେସ୍‌ ନମ୍ବର-୩୭୮ରେ ମାମଲା ରୁଜୁ କରିଥିଲା । ତେବେ ନେତାଙ୍କୁ ପଚରାଉଚରା କରିବା ପରେ ସତ ଘଟଣା ପୋଲିସ୍ ଜାଣିପାରିଥିଲା।

Leave a Reply

Your email address will not be published. Required fields are marked *