ପ୍ରେମ ହେବା ଠିକ୍ , ମାତ୍ର ତା ମାନେ ଏହା ନୁହେଁ ଯେ ମହିଳା ଜଣକ ତାର ପୁରୁଷ ବନ୍ଧୁକୁ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ଦେଇଦେଲେ ସ୍ୱୀକୃତି : କେରଳ ହାଇକୋର୍ଟ

ସଂସ୍କାର: ପ୍ରେମ ହେଉଛି ଏକ ପବିତ୍ର ଭାବନା। ପ୍ରେମରେ ପ୍ରେମରେ ଯେଉଁ ପ୍ରେମୀଯୁଗଳ ଆଗକୁ ବଢନ୍ତି ସେମାନେ ବହୁତ ସୁଖଶାନ୍ତିରେ ସମୟ ବିତନ୍ତି। କିନ୍ତୁ କେତେକ ପିଶାଚୀ ପୁରୁଷଙ୍କ ପାଇଁ ଆଜି ପ୍ରେମର ନାମ କଳଙ୍କିତ ହେବାକୁ ଯାଉଛି। ବର୍ତ୍ତମାନ ପୁରୁଷ ମାନେ ଭାବୁଛନ୍ତି ଯେ, ପ୍ରେମମାନେ ହେଉଛି ଶାରୀରିକ ସମ୍ପର୍କ। ଅର୍ଥାତ ପ୍ରେମ କଲେ ସେହି ଯୁବତୀ କିମ୍ବା ମହିଳାଙ୍କର ଶରୀରିକକୁ ମନଭରି ଉପଭୋଗ କରିବେ। ତେବେ ଏଭଳି ଚିନ୍ତାଧାରା ରଖୁଥିବା ପୁରୁଷ ବର୍ତ୍ତମାନ ହୋଇଯାଆନ୍ତୁ ସାବଧାନ। କାରଣ କେରଳ ହାଇକୋର୍ଟ ନିକଟରେ ଏଭଳି ଏକ ମାମଲାର ରାୟ ଶୁଣାଇଛନ୍ତି ଯାହାକୁକି ପ୍ରତ୍ୟେକ ମହଲରେ ସ୍ୱାଗତ କରାଯାଉଛି।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଜଣେ ପ୍ରେମୀଯୁଗଳଙ୍କର ରାୟ ଶୁଣାଇବା ବେଳେ କେରଳ ହାଇକୋର୍ଟ କହିଛନ୍ତି ଯେ, ପ୍ରେମରେ ପଡିବା ଅର୍ଥ ଏୟା ନୁହେଁ ଯେ ମହିଳା ଜଣଙ୍କ ଶାରିରୀକ ସମ୍ପର୍କ ରଖିବାକୁ ସମ୍ମତି ଦେଇଛନ୍ତି। ପ୍ରେମିକ-ପ୍ରେମିକାଙ୍କ ମଧ୍ୟରେ ଥିବା ପ୍ରେମ ଏହା ଦର୍ଶାଏ ନାହିଁ ଯେ ପ୍ରେମିକା ସମ୍ପର୍କ ରଖିବାକୁ ସ୍ୱୀକୃତି ଦେଇଦେଲେ। ଆଜି ଜଷ୍ଟିସ୍ ଆର ନାରାୟଣଙ୍କ ଖଣ୍ଡପୀଠ କହିଛନ୍ତି ଯେ ଅସହାୟତାକୁ କାହାର ସହମତି କୁହାଯାଇପାରିବ ନାହିଁ। ଶାରିରୀକ ସମ୍ପର୍କ ରଖିବା ବେଳେ ମହିଳାମାନେ ନିଜକୁ ଅସହ୍ୟ ମଣିଥାନ୍ତି। ସମ୍ମତି ଏବଂ ଅସହାୟତା ମଧ୍ୟରେ ଏକ ବଡ଼ ପାର୍ଥକ୍ୟ ରହିଛି। ତେଣୁ ମହିଳାଙ୍କର ଅସହାୟତାକୁ କାବୁ କରି ସେମାନଙ୍କର ଯୌନ ଶୋଷଣ କରିବା ଏକ ଅପରାଧ।

ସୂଚନାଯୋଗ୍ୟ ଯେ, କେରଳ ହାଇକୋର୍ଟ ୨୬ ବର୍ଷୀୟ ଶ୍ୟାମ ସିଭାନଙ୍କ ଆବେଦନ ଶୁଣାଣି କରି କୋର୍ଟ ଏହା କହିଛନ୍ତି। ଟ୍ରାଏଲ କୋର୍ଟ ଶ୍ୟାମକୁ ଏକ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ ଏବଂ ଏହା ପରେ ସେ କେରଳ ହାଇକୋର୍ଟରେ ଆବେଦନ କରିଥିଲା। ତେବେ ଶୁଣାଣି ସମୟରେ କୋର୍ଟ କହିଛନ୍ତି ଯେ ଦୋଷୀ ଶ୍ୟାମ ଏବଂ ପୀଡିତା ପରସ୍ପରକୁ ଭଲ ପାଉଥିଲେ। ୨୦୧୩ ମସିହାରେ, ଶ୍ୟାମ ପୀଡିତାଙ୍କୁ କର୍ଣ୍ଣାଟକର ମହୀଶୂରକୁ ନେଇ ଯାଇଥିଲେ। ସେଠାରେ ସେ ପୀଡିତାଙ୍କ ସହ ଜବରଦସ୍ତ ଶାରୀରିକ ସମ୍ପର୍କ ରଖିଥିଲେ। ଶ୍ୟାମ ପୀଡିତାଙ୍କ ସମସ୍ତ ଅଳଙ୍କାର ମଧ୍ୟ ବିକ୍ରି କରିଦେଇଥିଲେ।

ଏହା ପରେ ସେ ପୀଡିତାଙ୍କୁ ଗୋଆକୁ ନେଇ ଯାଇଥିଲେ ଯେଉଁଠାରେ ସେ ପୁଣି ମହିଳାଙ୍କ ସହିତ ଦୁଷ୍କର୍ମ କରିଥିଲା। ଶ୍ୟାମ ପୀଡିତାଙ୍କୁ ଧମକ ଦେଇଥିଲେ ଯେ ଯଦି ସେ ତାଙ୍କ ସହ ନ ଯାଆନ୍ତି ତେବେ ସେ ତାଙ୍କ ଘର ସାମ୍ନାରେ ଆତ୍ମହତ୍ୟା କରିବେ। ପୀଡିତାଙ୍କ ପାଖରେ କୌଣସି ବିକଳ୍ପ ନ ଥିବାରୁ ସେ ସମ୍ପର୍କ ରଖିଥିଲେ। ଆଉ କୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ ଶ୍ୟାମ ଦୋଷୀ ଏବଂ ତାଙ୍କୁ ଆଇପିସିର ଧାରା ୩୬୬ ଏବଂ ୩୭୬ (ଅପହରଣ ଏବଂ ଦୁଷ୍କର୍ମ) ଅନୁଯାୟୀ ଦଣ୍ଡିତ କରାଯିବ।

Leave a Reply

Your email address will not be published. Required fields are marked *