୫୫ କୋଟି ପାଇଁ ଗାର୍ଲଫ୍ରେଣ୍ଡ ହେବାର ଚୁକ୍ତି କରିଥିଲେ ଜ୍ୟାକଲିନ୍, ଆସିଲା ଆହୁରି ଅନେକ ଚାଞ୍ଚଲ୍ୟକର ତଥ୍ୟ…

ସଂସ୍କାର : ମନି ଲଣ୍ଡରିଂ ମାମଲାରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ବର୍ତ୍ତମାନ ଇଡି ପାଖରେ ଫସି ଯାଇଛନ୍ତି। ଦୀର୍ଘ ଦିନ ଧରି ଏହି ଅଭିନେତ୍ରୀ ଜଣକ ମନି ଲଣ୍ଡରିଂ ମାମଲାରେ ନ୍ୟୁଜ୍ ହେଡଲାଇନରେ ରହିଆସିଛନ୍ତି। ଇଡିର ଚାର୍ଜସିଟ୍ ଅନୁଯାୟୀ, ବର୍ତ୍ତମାନ ଅନେକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ନିକଟରେ ସୁକେଶ ଚନ୍ଦ୍ରଶେଖର ପ୍ରକାଶ କରିଛନ୍ତି ଯେ ସେ ଜ୍ୟାକଲିନ ଫର୍ଣ୍ଣାଣ୍ଡିସଙ୍କ ସହ ବନ୍ଧୁତା କରିବା ପରେ ଜ୍ୟାକଲିନଙ୍କୁ କୋଟି କୋଟି ଟଙ୍କା ମୂଲ୍ୟର ଉପହାର ଦେଇଥିଲେ। ଅନ୍ୟପଟେ ଇଡି କହିଛି ଯେ ସୁକେଶ ଚନ୍ଦ୍ରଶେଖର ଜ୍ୟାକଲିନଙ୍କୁ ୧୦ କୋଟିରୁ ଅଧିକ ମୂଲ୍ୟର ଉପହାର ଦେଇଛନ୍ତି। ଏହା ଜାଣିବା ପରେ ଇଡି ଜ୍ୟାକଲିନଙ୍କୁ ତିନି ଦିନ ଧରି ପ୍ରଶ୍ନ କରିଥିଲେ।

ପଚରାଉଚରା ବେଳେ ଯାହା ପ୍ରକାଶ ପାଇଛି ତାହା ଶୁଣି ଇଡି ଅଧିକାରୀମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।ଇଡି ଚାର୍ଜସିଟ ଅନୁଯାୟୀ, ସୁକେଶ ଚନ୍ଦ୍ରଶେଖର ଜ୍ୟାକଲିନଙ୍କ ସହ ବନ୍ଧୁତା ପରେ କୋଟି କୋଟି ଟଙ୍କା ଉପହାର ଦେଇଥିଲେ, ଯେଉଁଥିରେ ଗୁଚି ବ୍ୟାଗ, ଅଳଙ୍କାର, ମହଙ୍ଗା ପୋଷାକ, ୧୫ ଯୋଡ଼ା ହୀରା କାନ ଫୁଲ , ୫ ବିର୍କିନ୍ ବାଙ୍ଗ, ଚାନେଲ ଏବଂ YSL ବ୍ୟାଗ, ମହଙ୍ଗା ଜୋତା, ବ୍ରାଣ୍ଡ ବ୍ରେସଲେଟ୍, ବଙ୍ଗଳା ଏବଂ ରୋଲକ୍ସ ପରି ମହଙ୍ଗା ଘଣ୍ଟା ମଧ୍ୟ ଉପହାରରେ ଦେବାକୁ ପଛାଇନଥିଲେ ସୁକେଶ ଚନ୍ଦ୍ରଶେଖର। ଆଉ ଏହି ସବୁ ଉପହାରର ମୂଲ୍ୟ କୋଟି କୋଟି ଟଙ୍କା ହେବ ବୋଲି କୁହାଯାଉଛି। ଅନ୍ୟପଟେ ସୁକେଶ ଜ୍ୟାକଲିନଙ୍କ ଭଉଣୀଙ୍କୁ ମଧ୍ୟ ବିଏମଡବ୍ଲୁ ଏକ୍ସ-ପାଞ୍ଚ ସିରିଜ୍ କାର ଉପହାର ଦେଇଛନ୍ତି। ସୁକେଶ ମିନି କପୁର୍ ଠାରୁ ହୀରା କାନଫୁଲ ପର୍ଯ୍ୟନ୍ତ ଜ୍ୟାକଲିନଙ୍କୁ ଅନେକ ଉପହାର ଦେଇଛନ୍ତି। ଯାହାର ସତ ସାମ୍ନାକୁ ଆସିଛି।

ଅନ୍ୟପଟେ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ମଧ୍ୟ ସୁକେଶଙ୍କଠାରୁ ଅନେକ ଉପହାର ନେଇଥିବା ସ୍ୱୀକାର କରିଛନ୍ତି। ଜ୍ୟାକଲିନ କହିଛନ୍ତି ଯେ ସୁକେଶ ଆମେରିକାରେ ଜ୍ୟାକଲିନଙ୍କ ଭଉଣୀ ଜେରାଲ୍ଡିନ ଫର୍ଣ୍ଣାଣ୍ଡିଜଙ୍କୁ ୧,୫୦,୦୦ ଡଲାର ଦେଇଛନ୍ତି। ବର୍ତ୍ତମାନ, ଇଡି ଅଧିକାରୀମାନେ ଏହି ସତ ଖବର ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କେସର ପ୍ରାରମ୍ଭରେ, ସେମାନେ ଭାବୁଥିଲେ ଯେ ଏହି ବିଷୟଟି ବହୁତ ଛୋଟ, କିନ୍ତୁ ଏହି କେସଟି ବର୍ତ୍ତମାନ ବହୁତ ବଡ ହୋଇଯାଇଛି।

Leave a Reply

Your email address will not be published. Required fields are marked *