ଚଳିତ ବର୍ଷ ଶ୍ରୀଲିଙ୍ଗରାଜ ମନ୍ଦିରରେ ପାଳନ କରାଯିବ ଜନ୍ମାଷ୍ଟମୀ : ମଠର ମହନ୍ତ କହିଲେ .. ପଢନ୍ତୁ ପୁରା ରିପୋର୍ଟ

ଶ୍ରୀଜଗନ୍ନାଥଙ୍କ ଘୋଷାଯାତ୍ରା ପରେ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ପର୍ବ ଓଡ଼ିଆମାନଙ୍କ ପାଇଁ ଖୁବ୍ ଗୁରୁତ୍ଵ ରଖେ । ପ୍ରତିବର୍ଷ ଭଳି ଚଳିତ ବର୍ଷ ବି ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ପଡୁଛି ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ପର୍ବ । ସୂଚନା ଅନୁଯାୟୀ ଭୁବନେଶ୍ଵରର ଶ୍ରୀଲିଙ୍ଗରାଜ ମନ୍ଦିରରେ ଆସନ୍ତାକାଲି ଏହି ଜନ୍ମାଷ୍ଟମୀ ପର୍ବ ପାଳନ କରାଯିବ ।

ସବୁଥର ପରି ମଧ୍ୟରାତ୍ରିରେ ମହାପ୍ରଭୁ ଶ୍ରୀକୃଷ୍ଣଙ୍କର ନାଭି କଟା ହେବ । ପରମ୍ପରା ଅନୁସାରେ ଦୁଇ ଜଣ ସେବାୟତ ଉଗ୍ରସେନ ଓ ବାସୁଦେବ ହୋଇ ବ୍ରାହ୍ମଣ ସାହିରୁ ଆସିବେ । ପ୍ରଥମେ ଲିଙ୍ଗରାଜ ମନ୍ଦିରରେ ସନ୍ଧ୍ୟା ଧୂପ, ନୀତି ପୂଜା ଓ ଆଳତି ସମାପନ କରି ତାପରେ ଦକ୍ଷିଣୀ ଗୃହରୁ ଶ୍ରୀକୃଷ୍ଣଙ୍କ ପ୍ରତିମାକୁ ଆଣି ଜନ୍ମାଷ୍ଟମୀ ନୀତି କରିବେ ।

କରୋନା କଟକଣାର ସମସ୍ତ ନିୟମ ସହିତ କିନ୍ତୁ ଏସବୁ କାର୍ଯ୍ୟ ସମ୍ପନ୍ନ ହେବ । ସାମାଜିକ ଦୂରତା ରଖି ହିଁ ନୀତି ସମାପନ କରାଯିବ ବୋଲି ମଠ ପକ୍ଷରୁ କୁହାଯାଇଛି । ତେବେ କାଠିଆ ମଠ, ରାଧାକୃଷ୍ଣ ମଠ, ରାଧାବଲ୍ଲଭ ମଠ, ଗୌଡ଼ିୟ ମଠ, ଶ୍ୟାମାଶଙ୍କର ମଠ ଆଦି ସମସ୍ତେ ନିଜ ନିଜ ମଠରେ ଆସନ୍ତାକାଲି ନାଭିକଟା ପରମ୍ପରା କରି କୃଷ୍ଣଙ୍କ ଜନ୍ମୋତ୍ସବ ପାଳନ କରିବା ସହିତ ପରଦିନ ନନ୍ଦୋତ୍ସବ ନିରାଡ଼ମ୍ବର ଭାବରେ ପାଳନ କରିବେ ।

ଏହି ଦୁଇ ଦିନ ଉତ୍ସବ ଦେଖିବାକୁ ଶତାଧିକ ଭକ୍ତଙ୍କ ସମାଗମ ହୁଏ ମାତ୍ର ଚଳିତ ବର୍ଷ ସେପରି ହେବ ନାହିଁ । ସନ୍ଧ୍ୟାରେ ମଠରେ ପ୍ରସାଦ ସେବନ ବ୍ୟବସ୍ଥା ମଧ୍ୟ ଥାଏ କିନ୍ତୁ ଚଳିତ ବର୍ଷ କାମଚଳା ନନ୍ଦୋତ୍ସବ କରାଯିବ ବୋଲି ମଠର ମହନ୍ତ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *