ଦ୍ୱିତୀୟ ଭାରତୀୟ ପରିଚୟ ନେଇ ଶିବପାଳ ସିଂହଙ୍କ ଟୋକିଓ ଅଲିମ୍ପିକ୍ସରେ ପ୍ରବେଶ

ପ୍ରେସ୍ ଟ୍ରଷ୍ଟ ଅଫ୍ ଇଣ୍ଡିଆ : ଷ୍ଟାର ଆଥଲେଟ୍ ନୀରଜ ଚୋପ୍ରାଙ୍କ ପରେ ପରେ ଜାଭେଲିନ୍ ଥ୍ରୋଭର ଶିବପାଳ ସିଂହ, ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବାରେ ଦ୍ୱିତୀୟ ଭାରତୀୟ । ଯୋଗ୍ୟତା ମାର୍କକୁ ଭାଙ୍ଗି ଦେଇ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଇଭେଣ୍ଟରେ ଭାରତୀୟ ଜାଭେଲିନ୍ ଥ୍ରୋଭର ୨୪ ବର୍ଷୀୟ ଶିବପାଳ ସିଂହ ଚଳିତ ବର୍ଷ ଟୋକିଓରେ ନିଜର ପ୍ରଥମ ଅଲିମ୍ପିକ୍ ଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ।

ଦକ୍ଷିଣ ଆଫ୍ରିକାରେ ଆୟୋଜିତ ପୁରୁଷ ଜାଭେଲିନରେ ଶିବପାଳ ସିଂହ ୮୫.୪୭ ଦୂରତା ସଫଳ ପ୍ରଦର୍ଶନ କରି ଟୋକିଓ ଅଲମ୍ପିକ-୨୦୨୦କୁ ଉନ୍ନୀତ ହୋଇଛନ୍ତି ବୋଲି ଆଥଲେଟିକ୍ ଫେଡ଼ରେସନ୍ ଅଫ୍ ଇଣ୍ଡିଆ ଟୁଇଟ୍ କରି କହିଛନ୍ତି ।

ମ୍ୟାକଆର୍ଥର ଷ୍ଟାଡିୟମଠାରେ ଚାଲିଥିଵା ACNW ମିଟିଂରେ ଶିବପାଳ ଉନ୍ନୀତ ପାଇଁ ଥିଵା ୮୫ମିଟର ମାନକକୁ ଅତିକ୍ରମ କରି ନିଜର ପଞ୍ଚମ ପ୍ରୟାସରେ ୮୫.୪୭ମିଟର ଦୂରକୁ ବର୍ଚ୍ଛା ଫିଙ୍ଗି ସ୍ୱର୍ଣ୍ଣ ପଦକ ପ୍ରାପ୍ତ କରିଛନ୍ତି ।

ଅନ୍ୟ ଜଣେ ଭାରତୀୟ ଅକ୍ଷଦୀପ ସିଂ ୭୫ ମିଟର ଶ୍ରେଷ୍ଠ ଥ୍ରୋ ସହିତ ତୃତୀୟ ସ୍ଥାନରେ ରହିଛନ୍ତି । ଏହି କାର୍ଯ୍ୟକ୍ରମରେ ୪ ଜଣ ଆଥଲେଟ୍ ଅଂଶଗ୍ରହଣ କରିଥିଲେ । ଜାନୁଆରୀରେ ଅନ୍ୟ ଏକ ACNW ମିଟିଂରେ ଚୋପ୍ରା ଟୋକିଓ ଗେମ୍ସ ପାଇଁ ୮୭.୮୬ ମିଟର ଜାଭେଲିନ୍ ଫିଙ୍ଗି ଯୋଗ୍ୟତା ଅର୍ଜନ କରିଥିଲେ । ଉଭୟ ବର୍ତ୍ତମାନ ଏକ ଟ୍ରେନିଂ ଷ୍ଟଣ୍ଟ ପାଇଁ ଏଠାରେ ଅଛନ୍ତି ।  

ଗତ ବର୍ଷ ଦୋହାରେ ଚାଲିଥିବା ଏସିଆ ଚାମ୍ପିଅନସିପରେ ଶିବପାଳ ନିଜର ଶ୍ରେଷ୍ଠ ପ୍ରଦର୍ଶନ ୮୬.୨୩ ମିଟର ଦେଇ ରୋପ୍ୟ ପଦକ ଜିତିଥିଲେ ଏବଂ ଓସଲୋ ଲେଗ (ନରୱେ)ରେ ସମ୍ମାନଜନକ ଡାଇମଣ୍ଡ ଲିଗରେ ମଧ୍ୟ ଅଂଶଗ୍ରହଣ କରି ୮୦.୮୭ ମିଟର ଜାଭେଲିନ୍ ଫିଙ୍ଗି ଅଷ୍ଟମ ସ୍ଥାନ ହାସଲ କରିଥିଲେ ।

ଶିବପାଳ ଏବଂ ଚୋପ୍ରାଙ୍କ ବ୍ୟତୀତ ପୁରୁଷ ଜାତୀୟ ରେକର୍ଡଧାରୀ ୨୦କିଲୋମିଟର ଦୌଡ଼କୁଦ କେ.ଟି ଇରଫାନ୍, ଅବିନାଶ ସାବଲ୍ (ପୁରୁଷ ୩୦୦୦ ମିଟର ଷ୍ଟିପ୍ଲେକ୍) ଏବଂ ଦେଶର ମିଶ୍ରିତ ୪x୪00 ମିଟର ରିଲେ ଦଳ ଟୋକିଓ ଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ଜାତୀୟ ରେକର୍ଡଧାରୀ ଅନ୍ନୁ ରାନୀ ମଧ୍ୟ ବର୍ଷର ପ୍ରଥମ ପ୍ରତିଯୋଗିତାରେ ମହିଳା ଜାଭେଲିନ୍ ଥ୍ରୋରେ ୬୧.୧୫ମିଟର ନିଜର ଶ୍ରେଷ୍ଠ ଥ୍ରୋ ସହିତ ସ୍ୱର୍ଣ୍ଣ ଜିତିଥିଲେ ।

Leave a Reply

Your email address will not be published. Required fields are marked *