ଇଂଲଣ୍ଡ କ୍ରିକେଟ୍ ଦଳର ତାରକା ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଜୋସ୍ ବଟଲରଙ୍କ ଲୋକପ୍ରିୟତା ଭାରତରେ କମ୍ ନୁହେଁ। ଜୋସ୍ ବଟଲର୍ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ରେ ରାଜସ୍ଥାନ ରୟାଲ୍ସ ଫ୍ରାଞ୍ଚାଇଜ୍ ଦଳର ଏକ ଅଂଶ ଅଟନ୍ତି । ମହେନ୍ଦ୍ର ସିଂ ଧୋନିଙ୍କ ପ୍ରଶଂସକ ବଟଲର କହିଛନ୍ତି ଯେ କିପରି ସେ ଜଣେ କ୍ରିକେଟର ହେବା ପଛରେ ରାହୁଲ ଦ୍ରାବିଡ ଏବଂ ସୌରଭ ଗାଙ୍ଗୁଲି ଙ୍କ ଏକ ବଡ଼ ସଂଯୋଗ ରହିଛି। 1999 ବିଶ୍ୱକପ ଇଂଲଣ୍ଡରେ ଖେଳାଯାଇ ଥିବା ବେଳେ ବଟଲରଙ୍କୁ 9 ବର୍ଷ ହୋଇଥିଲା। ସେ ଦୁହେଁ ବିଶ୍ୱକପରେ ବ୍ୟାଟିଂ କରୁଥିବା ଦେଖିଥିଲେ ଜୋସ୍ ବଟଲର।
ରାହୁଲ ଦ୍ରାବିଡ ଏବଂ ସୌରଭ ଗାଙ୍ଗୁଲି ଙ୍କ ଶତକ
30 ବର୍ଷୀୟ ବଟଲର ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ବିଶ୍ୱକପ ମ୍ୟାଚକୁ ମନେ ପକାଇଥିଲେ ଯେଉଁଥିରେ ରାହୁଲ ଦ୍ରାବିଡ ଏବଂ ସୌରଭ ଗାଙ୍ଗୁଲି ଉଭୟ ଶତକ ହାସଲ କରିଥିଲେ। ଟାଉନ୍ଟନ୍ କାଉଣ୍ଟି ଗ୍ରାଉଣ୍ଡରେ ଏହି ମ୍ୟାଚ୍ ଖେଳାଯାଇଥିଲା । ସେହି ମ୍ୟାଚରେ ଭାରତ ଅର୍ଜୁନ ରାଣାତୁଙ୍ଗାଙ୍କ ନେତୃତ୍ୱରେ ଶ୍ରୀଲଙ୍କା ଦଳକୁ 157 ରନ୍ ବ୍ୟବଧାନରେ ପରାସ୍ତ କରିଥିଲା।
ଉଭୟ ଙ୍କ ଶତକ ମୋ ଉପରେ ବହୁତ ପ୍ରଭାବ ପକେଇଥିଲା।
କ୍ରିକବଜ୍ ରେ ବଟଲର୍ କହିଥିଲେ ଯେ, ‘ତାହା ମୋର ପ୍ରିୟ ବା ପସନ୍ଦିତା ବର୍ଷ ଥିଲା କାହିଁକି ନା ଉଭୟ ଦ୍ରାବିଡ଼ ଏବଂ ସୌରଭ ଙ୍କ ଶତକ ମୋ ଉପରେ ବହୁତ ପ୍ରଭାବ ପକେଇଥିଲା। ସେହି ମ୍ୟାଚରେ ମୁଁ ପ୍ରଥମ ଥର ପାଇଁ ଭାରତୀୟ ପ୍ରଶଂସକଙ୍କ ମଧ୍ୟରେ କ୍ରିକେଟ୍ ପ୍ରତି ଆଗ୍ରହ ଦେଖିଥିଲି । ତା’ପରେ ମୁଁ ଭାବିଥିଲି ଯେ ଭାରତରେ ବିଶ୍ୱକପ ଖେଳିବା କେତେ ଭଲ ରହିବ, ସେବେଠାରୁ ମୁ କ୍ରିକେଟ ପ୍ରତି ବେଶୀ ଆକୃଷ୍ଟ ହୋଇଥିଲି ।
ଗାଙ୍ଗୁଲି ଏବଂ ଦ୍ରାବିଡ ଏକତ୍ର 318 ରନ୍ ର ଭାଗିଦାରୀ
ସେହି ମ୍ୟାଚ୍ ରେ ଗାଙ୍ଗୁଲି ଏବଂ ଦ୍ରାବିଡ ଏକତ୍ର 318 ରନ୍ ର ଭାଗିଦାରୀ କରିଥିଲେ। ଗାଙ୍ଗୁଲି 183 ଏବଂ ଦ୍ରାବିଡ 145 ରନ୍ ସ୍କୋର କରିଥିଲେ। ଶ୍ରୀଲଙ୍କା ବିପକ୍ଷରେ ଭାରତ 373 ସ୍କୋର କରିଥିଲା। ଏହାର ଜବାବରେ ଶ୍ରୀଲଙ୍କା ଦଳ 42.3 ଓଭରରେ 216 ରନ ହିଁ କରି ପାରି ଥିଲା। ଏହି ଦୁଇ ଖେଳାଳି ଙ୍କ ଠାରୁ ମୁ ବହୁତ ପ୍ରେରଣା ପାଇଛି ଏବଂ ଆଜି ମଧ୍ୟ ଭାରତରେ IPL ଖେଳିଥିବାରୁ ଗର୍ବ ଅନୁଭବ କରୁଛି।