ସଂସ୍କାର: “ଧକଡ” ଫିଲ୍ମ ପ୍ରମୋସନରେ ବ୍ୟସ୍ତ ଅଛନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱାତ। ସେ ନିକଟରେ ବଲିଉଡର ଦୁଇ ସୁପରଷ୍ଟାର୍ ଅଜୟ ଦେବଗନ ଓ ଅକ୍ଷୟ କୁମାରଙ୍କୁ ଟାର୍ଗେଟ କରିଛନ୍ତି। କଙ୍ଗନାଙ୍କୁ ବଲିଉଡର ବୋନହମି ବୟାନ ଉପରେ ମନ୍ତବ୍ୟ ଦେବାକୁ କୁହାଯାଇଥିଲା ଏବଂ ବଲିଉଡ ଭାଇଚାରା ସମ୍ପର୍କରେ ପଚରାଯାଇଥିଲା।
କଙ୍ଗନା ଜବାବରେ କହିଛନ୍ତି ଯେ ଅଜୟ ଦେବଗନ ଅନ୍ୟ ଫିଲ୍ମକୁ ପ୍ରମୋଟ କରିବେ କିନ୍ତୁ ତାଙ୍କ ଫିଲ୍ମର ପ୍ରମୋଶନ କରିବେ ନାହିଁ। ସେ ଯଦି ମୋ ଫିଲ୍ମରେ ପ୍ରମୋଟ କରିବେ ସେ ବହୁତ କୃତଜ୍ଞ ହେବେ । ସେ ଆହୁରି ମଧ୍ୟ କହିଛନ୍ତି ଅକ୍ଷୟ କୁମାରଙ୍କ ସହ ସେ ଫୋନରେ କଥା ହୁଅନ୍ତି । ଅକ୍ଷୟ ତାଙ୍କୁ ଲୁଚିଛପି କଲ୍ କରିଛନ୍ତି।
ସେ କୁହନ୍ତି ସେ କଙ୍ଗନାକୁ ଭଲ ପାଆନ୍ତି କିନ୍ତୁ ତାଙ୍କ ଟ୍ରେଲରକୁ ସେ ଟ୍ୱିଟ କରିବେ ନାହିଁ। ଶେଷରେ ସେ କହିଛନ୍ତି ଯେ ସମସ୍ତ କଳାକାର ମତେ ସମର୍ଥନ କରିବା ଆବଶ୍ୟକ କାରଣ ମୁଁ ତାଙ୍କୁ ସମର୍ଥନ କରେ। ମୁଁ ବିଶ୍ୱାସ କରେ ଯେ ବଲିଉଡରେ ସମସ୍ତେ ପରସ୍ପରକୁ ସମର୍ଥନ କରିବା ଆବଶ୍ୟକ, କିନ୍ତୁ ସେମାନେ ବିଶ୍ୱାସ କରନ୍ତି ନାହିଁ, କିନ୍ତୁ ମୁଁ ନିଶ୍ଚିତ ଯେ ଏହି ଧାରା ବଦଳିଯିବ ।