ବଲିଉଡ଼ କ୍ଵିନ୍ କଙ୍ଗନାଙ୍କ ବିରୋଧରେ ଅପଶବ୍ଦ ବ୍ୟବହାର କରି ବଡ଼ ହଟହହଟା ହେଲେ କଂଗ୍ରେସ ସାଂସଦ ସୁଖଦେବ ପାଂସେ । ମିଳିଥିବା ସୂଚନା ଅନୁସାରେ ଅଭିନେତ୍ରୀ କଙ୍ଗନାଙ୍କୁ ସେ ନାଚବାଲି ଏବଂ ଗୀତବାଲି କହିଥିଲେ ଯାହାର ପ୍ରତିଉତ୍ତରରେ କଡ଼ା ଜବାବ ଦେଇଥିଲେ କଙ୍ଗନା ରାଣାୱତ ।
ସୋସିଆଲ ମିଡ଼ିଆ ଟ୍ଵିଟରରେ ଟ୍ଵିଟ୍ କରି କହିଛନ୍ତି ଯେ, ଇଏ ଯେଉଁ ମୁର୍ଖ, ଜାଣି ନାହାନ୍ତି ଯେ ମୁଁ ଦୀପିକା, ଆଲିଆ ଭଟ୍ଟ କିମ୍ବା କ୍ୟାଟ୍ରିନା ନୁହେଁ । ବଲିଉଡ଼ରେ ଆଇଟମ ନମ୍ବର କରିବାକୁ କେବଳ ମୁଁ ହିଁ ମନା କରିଥିଲି । ସେହି କାରଣରୁ ବଡ଼ ବଡ଼ ପ୍ରଖ୍ୟାତ ଅଭିନେତାଙ୍କ ସହିତ ଫିଲ୍ମ କରିବାକୁ ମନା କରିଦେଇଛି । ଏମିତିକି ପୁରା ଫିଲ୍ମ ଇଣ୍ଡଷ୍ଟ୍ରିର ଗୋଟିଏ ଗ୍ୟାଙ୍ଗ ମୋ ବିରୋଧୀ ହୋଇଯାଇଥିଲା । ତେବେ ମୁଁ ହେଉଛି ଜଣେ ରାଜପୁତ, ଯିଏ ଅଣ୍ଟା ହଲାଏନି.. ହାଡ଼ ଭାଙ୍ଗି ଦିଏ ।
ତେବେ କିଛି ଦିନ ତଳେ ସାରନୀରେ କଂଗ୍ରେସ ସାଂସଦ ସୁଖଦେବ ପାଂସେ କଙ୍ଗନାଙ୍କର ଅପକମିଂ ଫିଲ୍ମ ଧାକଡ଼ ସୁଟିଂରେ ରୋକ୍ ଲଗେଇବାକୁ ପହଞ୍ଚିଥିଲେ । ସୁଟିଂରେ ବାଧା ଯେପରି ନଉପୁଜୁ ତେଣୁ ପୋଲିସକୁ ଲାଠି ଚାର୍ଜ କରିବାକୁ ମଧ୍ୟ ପଡ଼ିଥିଲା ଯାହାର ଶିକାର ହୋଇଥିଲେ ବହୁ କଂଗ୍ରେସ କର୍ମୀ ।