ବଲିଉଡ଼ର ଏହି ଗାୟିକା ହେଲେ କରୋନା ଭାଇରସର ଶିକାର, ଏୟାରପୋର୍ଟ ସ୍କାନିଙ୍ଗ୍ ନକରି ଚାଲିଯାଇଥିବାର ଆରୋପ

ନୂଆଦିଲ୍ଲୀ: କୋଭିଡ୍-୧୯ର ଶିକାର ହେଲେ ବଲିଉଡ୍ ଲୋକପ୍ରିୟ ଗାୟିକା କନିକା କପୁର । କନିକାଙ୍କ ନମୁନାରେ କରୋନାଭାଇରସ  ପଜିଟିଭ୍ ଆସିବା ପରେ ତାଙ୍କୁ ଲକ୍ଷ୍ନୌ ସ୍ଥିତ କିଙ୍ଗ୍ ଜର୍ଜସ୍ ମେଡ଼ିକାଲ ୟୁନିଭର୍ସିଟି (କେଜିଏମୟୁ)ର ଆଇସୋଲେସନ ଓ୍ୱାର୍ଡରେ ରଖାଯାଇଛି । କିଛିଦିନ ତଳେ ସେ ଲଣ୍ଡନରୁ ଫେରିଥିଲେ । କରୋନାଭାଇରସ  ଦ୍ୱାରା ସଂକ୍ରମିତ କନିକା ହେଉଛନ୍ତି ପ୍ରଥମ ବଲିଉଡ୍ ତାରକା ।

କରୋନାଭାଇରସ ସଂକ୍ରମଣ ବାବଦରେ କନିକା କେବଳ ତଥ୍ୟ ଲୁଚାଇଥିଲେ ବରଂ ସହରର ଏକ ବଡ଼ ହୋଟେଲରେ ବି ରହୁଥିଲେ । ଏମିତିକି ହୋଟେଲରେ ସେ ଡିନର୍ ପାର୍ଟି ବି ଦେଇଥିଲେ ବୋଲି ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ସୂଚନା ମିଳେ ।

କନିନା ନିଜ ଇନଷ୍ଟାଗ୍ରାମରେ ଲେଖିଛନ୍ତି ଯେ, “ସମସ୍ତଙ୍କୁ ନମସ୍କାର । ଗତ ୪ ଦିନ ହେବ ମୋତେ ଫ୍ଲୁ ହୋଇଥିବା ଲକ୍ଷଣ ଦେଖା ଦେଇଥିଲା । ମୁଁ ନିଜର ନମୁନା ପରୀକ୍ଷଣ କରାଇଥିଲି ଏବଂ କୋଭି଼ଡ୍-୧୯ ପଜିଟିଭ୍ ଆସିଲା । ମୁଁ ଏବଂ ମୋ ପରିବାର ଏବେ ସମ୍ପୂର୍ଣ୍ଣ ଆଇସୋଲେସନରେ ଅଛୁ । ଯେଉଁ ଲୋକମାନେ ମୋ ସଂସ୍ପର୍ଶରେ ଆସିଥିଲେ ସେମାନଙ୍କ ବିଷୟରେ ଏବେ ତଥ୍ୟ ସଂଗ୍ରହ କରାଯାଉଛି । ୧୦ ଦିନ ପୂର୍ବେ ମୁଁ ଯେତେବେଳେ ଭାରତ ଫେରିଲି ମୋତେ ବିମାନବନ୍ଦରରେ ସାମାନ୍ୟ ପ୍ରକ୍ରିୟାରେ ପରୀକ୍ଷଣ କରାଯାଇଥିଲା । କେବଳ ୪ ଦିନ ପୂର୍ବରୁ ହିଁ ମୋଠାରେ କରୋନା ଲକ୍ଷଣ ଦେଖାଦେଇଛି ।”

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଉତ୍ତରପ୍ରଦେଶରେ ୪ ଜଣ କରୋନାଭାଇରସ ସଂକ୍ରମିତ ମାମଲା ସାମ୍ନାକୁ ଆସିଥିଲାବେଳେ କନିକା କପୁର ବି ସେଥିରେ ଅନ୍ତର୍ଭୁକ୍ତ ବୋଲି ପରବର୍ତ୍ତୀ ସମୟରେ ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *