କପିଲ୍ ଦେବ ଙ୍କ ବଡ ବୟାନ, ଚୟନକର୍ତ୍ତା ଙ୍କ ଅଣଦେଖା ଯୋଗୁଁ ଏହି ଅନୁଭବୀ ଖେଳାଳିଙ୍କ ଅଧ୍ୟାୟ ହେବ ସମାପ୍ତ

Kapil Dev Predicts Shikhar Dhawan's Chapter Is Over after Dropped From T20 WC Squad

ଆଇସିସି ଟି -20 ବିଶ୍ୱକପ : ଆଗାମୀ ଟି -20 ବିଶ୍ୱକପ ପାଇଁ ଭାରତ 15 ଜଣିଆ ଦଳ ଘୋଷଣା କରିଛି। ଦଳରେ ଅନେକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଥିଲା ଏବଂ ଟପ୍ ଅର୍ଡର ମଧ୍ୟ ଏକ ବଡ଼ ପରିବର୍ତ୍ତନ ହୋଇଥିଲା । ଶିଖର ଧାୱନଙ୍କୁ ଚୟନ କରାଯାଇ ନାହିଁ ଏବଂ ତାଙ୍କ ସ୍ଥାନରେ କେ.ଏଲ୍ ରାହୁଲ, ଇଶାନ କିଶନ ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ଭଳି ଖେଳାଳିଙ୍କୁ ରୋହିତଙ୍କ ସହ ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ଭାବରେ ଚୟନ କରାଯାଇଥିଲା।

1983 କ୍ରିକେଟ୍ ବିଶ୍ୱକପ ବିଜେତା ଅଧିନାୟକ କପିଲ ଦେବ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି, ଏବଂ କହିଛନ୍ତି ଯେ ଧାୱନଙ୍କ ଚୟନ ନହେବା ଅର୍ଥ ହେଉଛି ଯେ ଅନ୍ତର୍ଜାତୀୟ କ୍ରିକେଟରେ ତାଙ୍କ ପାଇଁ କ୍ୟାରିୟର ଶେଷ। କପିଲ ଦେବଙ୍କ ମୂଲ୍ୟାଙ୍କନରୁ ଜଣାପଡିଛି ଯେ ଶିଖର ଧାୱନ ଯୁବ ପ୍ରତିଭାବାନ କ୍ରିକେଟରଙ୍କ ମଧ୍ୟରେ ସ୍ଥାନ ପାଇବା ଟିକେ କଷ୍ଟସାଧ୍ୟ।

ସୂଚନାଯୋଗ୍ୟ ଯେ ଦଳ ସମ୍ବାଦ ବାହାରିବା ପୂର୍ବରୁ କପିଲ ଦେବ ଦଳରେ ଧାୱନଙ୍କ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କହିଥିଲେ। ଏବଂ କହିଥିଲେ ତାଙ୍କ ଭଳି ଅନୁଭବୀ ଖେଳାଳିଙ୍କୁ ଏଭଳି ବଡ ଟୁର୍ନାମେଣ୍ଟ ରେ ସୁଯୋଗ ଦେବା ଜରୁରୀ ଥିଲା। କପିଲ ଦେବ କହିଥିଲେ ଯେ, “ଯଦି ଚୟନକର୍ତ୍ତା ତାଙ୍କୁ ଦଳରେ ଅନ୍ତର୍ଭୁକ୍ତ କରନ୍ତି ନାହିଁ, ତା’ହେଲେ ତାଙ୍କର ଅଧ୍ୟାୟ ସମାପ୍ତ ହେବ, ଏବଂ ତାଙ୍କ ସ୍ଥାନରେ ନୂତନ ଖେଳାଳି ଆସିବେ!”

ଟିମ୍ ଇଣ୍ଡିଆ 15 ସଦସ୍ୟ ବିଶିଷ୍ଟ ଖେଳାଳି ତାଲିକା : ବିରାଟ କୋହଲି [କ୍ୟାପଟେନ], ରୋହିତ ଶର୍ମା [ଭାଇସ କ୍ୟାପଟେନ], କେ.ଏଲ୍ ରାହୁଲ, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ (wk), ଇଶାନ କିଶନ (ଡବ୍ଲୁ), ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ରାହୁଲ ଚହର, ରବିଚନ୍ଦ୍ରନ ଅଶ୍ୱିନ, ଆକ୍ସର ପଟେଲ, ବରୁଣ ଚକ୍ରବର୍ତ୍ତୀ, ଜସପ୍ରୀତ ବୁମ୍ରା, ଭୁବନେଶ୍ୱର କୁମାର, ମୋହଦ୍ ଶାମି।

ଏହା ମଧ୍ୟ ପଢନ୍ତୁ :- T-20 ବିଶ୍ୱକପ ପାଇଁ ଜହିର ଖାନ୍ ଚୟନ କଲେ 15 ଜଣିଆ ଭାରତୀୟ ଦଳ, ଏହି ଅଧିନାୟକ ପଡିଲେ ବାଦ୍, ଦେଖନ୍ତୁ ଲିଷ୍ଟ

Leave a Reply

Your email address will not be published. Required fields are marked *