ନିର୍ବାଚନ ଲଢିବାକୁ ପ୍ରସ୍ତୁତି କରୁଥିଲେ : ନିନ୍ଦା ଭୟରେ ନିଜ ଜନ୍ମ କଲା ୨ ବର୍ଷର ଝିଅକୁ କଲେ ହତ୍ୟା !

ରାଜନୈତିକ ସ୍ୱପ୍ନ ପୂରଣ କରିବା ପାଇଁ ଜଣେ ବ୍ୟକ୍ତି କେତେ ତଳକୁ ଖସିପାରେ ତାହାର ଉଦାହରଣ କର୍ଣ୍ଣାଟକର ଚିତ୍ରଦୂର୍ଗା ଜିଲ୍ଲାର ନିଙ୍ଗପ୍ପା । ଗ୍ରାମପଞ୍ଚାୟତ ନିର୍ବାଚନ ଲଢିବା ପାଇଁ ନିଙ୍ଗପ୍ପା ଏତେ ନିର୍ଦ୍ଦୟ ହେଇଗଲା ଯେ ସେ ନିଜର ୨ ବର୍ଷର ଝିଅର ଜୀବନ ନେଇଗଲା । ଅଭିଯୋଗ ଅନୁଯାୟୀ ମାସେ ପୂର୍ବରୁ ଏହି ହତ୍ୟାକାଣ୍ଡ ଘଟିଥିଲା ​​କିନ୍ତୁ ଘଟଣା ସେତେବେଳେ ସାମ୍ନାକୁ ଆସିଲା ଯେଉଁ ସମୟରେ ଝିଅ ଶ୍ରୀଶାଙ୍କ ମାଆ ତାଙ୍କୁ ନପାଇ ପୋଲିସରେ ଅଭିଯୋଗ ଦେଲେ ।

ଝିଅଟି ନିଙ୍ଗପ୍ପା (୩୫ ବର୍ଷ) ଏବଂ ଶଶିକଳା (୨୯ ବର୍ଷ) ମଧ୍ୟରେ ଥିବା ଏକ ଗୁପ୍ତ ସମ୍ପର୍କରୁ ଜନ୍ମ ହୋଇଥିଲା । ନିଙ୍ଗାପ୍ପ ଏବଂ ଶଶିକଳା ସମ୍ପର୍କ ୪ ବର୍ଷ ପୁରୁଣା । ଦୁହେଁ ଏ ବିଷୟରେ କିନ୍ତୁ ନିଜ ପରିବାରମାନଙ୍କୁ କିଛି କହି ନଥିଲେ । ନିକଟରେ, ଯେତେବେଳେ ଗାଁରେ ରହୁଥିବା ଶଶିକଳାର ପରିବାର ଲୋକେ ତା ବିବାହ ପାଇଁ ଜିଦ୍‌ କରିବା ଧରିଲେ ସେବେ ଶଶିକଳା ମଧ୍ୟ ନିଙ୍ଗପ୍ପାଙ୍କୁ ସେମାନଙ୍କ ସମ୍ପର୍କକୁ ସାର୍ବଜନୀନ କରିବାକୁ ଚାପ ପକାଇଥିଲେ । କିନ୍ତୁ ନିଙ୍ଗପ୍ପା ଏଥିପାଇଁ ପ୍ରସ୍ତୁତ ନଥିଲେ ।

ବାସ୍ତବରେ ନିଙ୍ଗପ୍ପା ଗ୍ରାମପଞ୍ଚାୟତ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରସ୍ତୁତ ହେଉଥିଲେ । ସମ୍ପର୍କ ଖୋଲିବା ତାଙ୍କ ନିର୍ବାଚନ ଆଶା ଉପରେ ପ୍ରଭାବ ପକାଇଥାନ୍ତା । ଏପରି ପରିସ୍ଥିତିରେ ସେ ତାଙ୍କର ନିରୀହ ସନ୍ତାନର ଶତ୍ରୁ ସାଜିଗଲେ । ଏକ ଷଡଯନ୍ତ୍ର କରି ସେ ଶଶିକଳାକୁ ଗାଁକୁ ପଠାଇଥିଲେ । ୨ ବର୍ଷର ଶ୍ରୀଶାଙ୍କୁ ନିଜ ପାଖରେ ରଖିଲେ ।

ପରେ କିନ୍ତୁ ନିଙ୍ଗପ୍ପା ନିଜ ନିରୀହ ଝିଅକୁ ଏକ ନିଛାଟିଆ ସ୍ଥାନକୁ ନେଇ ଗଳା ଚିପି ତାକୁ ମାରିଦେଲେ । ତା ମର ଶରୀରକୁ ଗାତ କରି ସେଇଠି ପୋତି ଘରକୁ ଫେରିଲେ । ପ୍ରକୃତରେ, ଅଭିଯୁକ୍ତ ନିଙ୍ଗପ୍ପା ପୂର୍ବରୁ ବିବାହିତ ଥିଲେ ଏବଂ ପ୍ରଥମ ବିବାହରୁ ତାଙ୍କର ୩ଟା ପୁଅ ଅଛନ୍ତି । ଶଶିକଳାଙ୍କ ସହିତ ତାଙ୍କ ସମ୍ପର୍କ ବିଷୟରେ ତାଙ୍କର ପ୍ରଥମ ପତ୍ନୀଙ୍କର କୌଣସି ଧାରଣା ନଥିଲା ।

ଶଶିକଳା ଯେତେବେଳେ ନିଙ୍ଗପ୍ପାଙ୍କୁ ତାଙ୍କ ଝିଅ ସହିତ ଫୋନରେ କଥା କରେଇବାକୁ କହୁଥିଲେ, ନିଙ୍ଗପ୍ପା କିଛି ନା କିଛି ବାହାନା କରି କଥାକୁ ଏଡ଼ାଇ ଦଉଥିଲେ । ଶେଷରେ ଅକ୍ଟୋବର ୮ ତାରିଖରେ ଫୋନରେ ଯୁକ୍ତିତର୍କ ହେବାପରେ ନିଙ୍ଗପ୍ପା ଶଶିକଳାଙ୍କୁ ଝିଅକୁ ଭୁଲିଯିବାକୁ କହିଥିଲେ । ଏହାପରେ ସନ୍ଦେହ କରି ଶଶିକଳା ପୋଲିସ ପାଖରେ ପହଞ୍ଚିଥିଲା । ଅକ୍ଟୋବର ୧୨ ତାରିଖରେ ନିଙ୍ଗପ୍ପା ପୋଲିସ ଦ୍ଵାରା ଗିରଫ ହେଲା । ପୋଲିସ ସୂତ୍ରରୁ ପ୍ରକାଶ ଯେ ସେ ନିଜ ଝିଅର ଅପରାଧୀ ବୋଲି ସ୍ଵୀକାର କରିଛି ।

Leave a Reply

Your email address will not be published. Required fields are marked *