ୟୁକ୍ରେନରେ ଭାରତୀୟ ପୁଅ ନବୀନଙ୍କୁ ଗୁଳି କରି ହତ୍ୟା , ପାଖ ଦୋକାନକୁ ଯାଇଥିଲେ କିଣିବାକୁ ଜିନିଷ, ଅକାଳରେ ଚାଲିଗଲା ଜୀବନ…

ସଂସ୍କାର : ରୁଷର ସେନା ଆକ୍ରମଣ ଯୋଗୁଁ ୟୁକ୍ରେନର ଅବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଛି। ୟୁକ୍ରେନରେ ଏପର୍ଯ୍ୟନ୍ତ ୩୫୨ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ଯାହାକି ଜାତୀୟ ଓ ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ କହୁଛି। ଏୟାର ଷ୍ଟ୍ରାଇକ୍ ସହିତ ଚାଲି ଯାଉଥିବା ରାସ୍ତାରେ ଜଣେ ଭାରତୀୟ ଛାତ୍ରଙ୍କୁ ହତ୍ୟା କରାଯାଇଛି। ଆଉ ଗୁଳିମାଡ଼ରେ ଡାକ୍ତର ପାଠ ପଢିବାକୁ ଯାଇଥିବା ଏହି ଛାତ୍ରଙ୍କର ମୃତ୍ୟୁ ହୋଇଛି।

ୟୁକ୍ରେନର ଖାର୍କିଭରେ ଗୁଳିମାଡ଼ ଦ୍ୱାରା ମୃତ୍ୟୁବରଣ କରିଥିବା ଭାରତୀୟ ଛାତ୍ର ଜଣକଙ୍କର ନାମ ନବୀନ ବୋଲି ଜଣାପଡିଛି। ସେ କର୍ଣ୍ଣାଟକର ବାସିନ୍ଦା ଥିଲେ ଏବଂ ତାଙ୍କୁ ମାତ୍ର ୨୧ ବର୍ଷ ହୋଇଥିଲା। ତାଙ୍କର ମୃତରେ ତାଙ୍କ ପରିବାକୁ ସାନ୍ତ୍ୱନା ଦେବା ପାଇଁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ମୃତ ଛାତ୍ରଙ୍କ ପରିବାର ସଦସ୍ୟଙ୍କ ସହ କଥା ହୋଇଛନ୍ତି।

ୟୁକ୍ରେନରେ ନିହତ ହୋଇଥିବା ଛାତ୍ରଙ୍କ ସମ୍ପୂର୍ଣ୍ଣ ନାମ କର୍ଣ୍ଣାଟକର ନାଭାନିହାଭେରୀ ଜିଲ୍ଲାର ନବୀନ ଶେଖରପ୍ପା ବୋଲି ବୈଦେଶିକ ମନ୍ତ୍ରଣାଳୟ ନିଶ୍ଚିତ କରିଛି। ନବୀନଙ୍କ ଏହିଭଳି ମୃତ୍ୟୁରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଦୁଃଖ ପ୍ରକାଶ କରିଛି। ବୈଦେଶିକ ସଚିବ ରୁଷ ଏବଂ ୟୁକ୍ରେନର ରାଷ୍ଟ୍ରଦୂତମାନଙ୍କ ସହ କଥା ହୋଇଥିଲେ। ମୃତ ଛାତ୍ରଙ୍କ ମୃତଦେହକୁ ଭାରତକୁ ଆଣିବା ପାଇଁ ଆମେ ଉଦ୍ୟମ କରୁଛୁ ବୋଲି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କହିଛନ୍ତି।

କର୍ଣ୍ଣାଟକ କମିଶନର ମନୋଜ ରାଜନ କହିଛନ୍ତି ଯେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରୁ ୟୁକ୍ରେନରେ ନବୀନ ଶେଖରପ୍ପାଙ୍କ ଦୁର୍ଭାଗ୍ୟଜନକ ମୃତ୍ୟୁ ବିଷୟରେ ଜାଣିବାକୁ ପାଇଛୁ। ସେ ହାଭେରୀର ଚାଲେଗେରିର ବାସିନ୍ଦା ଥିଲେ। ସେ ୟୁକ୍ରେନର ଖାର୍କିଭରେ କିଛି କିଣିବାକୁ ନିକଟସ୍ଥ ଦୋକାନକୁ ଯାଇଥିଲେ। ପରେ ତାଙ୍କ ସାଙ୍ଗ ଜଣେ ସ୍ଥାନୀୟ ଅଧିକାରୀଙ୍କଠାରୁ ଏକ କଲ ପାଇଲେ ଯେ ସେ (ନବୀନ) ଙ୍କ ମୃତ୍ୟୁ ହୋଇଛି। କୁହାଯାଉଛି ଯେ ନବୀନ ମୃତ୍ୟୁବରଣ କରିବା ସମୟରେ ନିକଟସ୍ଥ ଦୋକାନରେ ଖାଦ୍ୟ ସାମଗ୍ରୀ କିଣିବା ପାଇଁ ଅପେକ୍ଷା କରିଥିଲେ। ଆଉ ସେତିକି ବେଳେ ରୁଷ୍ ସୈନ୍ୟମାନେ ନବୀନଙ୍କୁ ୟୁକ୍ରେନୀୟ ଭାବି ଗୁଳି ଚାଳନା କରି ହତ୍ୟା କରିଥିଲେ।

Leave a Reply

Your email address will not be published. Required fields are marked *