ଭୁବନେଶ୍ୱର: ବର୍ତମାନ ରାଜଧାନୀ ଭୁବନେଶ୍ୱର କରୋନା ହଟସ୍ପଟ ସ୍ଥାନ ପାଲଟିଛି । ଓଡ଼ିଶାରେ ଏପର୍ଯ୍ୟନ୍ତ ୬୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ଏବଂ ସେଠି ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାର ଅଛନ୍ତି ୪୬ ଜଣ । ସେଥିପାଇଁ ବୁଧବାର ଦିନ ଖୋର୍ଦ୍ଧା ଜିଲ୍ଲାକୁ କରୋନା ହଟ୍ସ୍ପଟ୍ ଜିଲ୍ଲା ଭାବେ ଘୋଷଣା କରାଯାଇଥିଲା । ଲୋକମାନଙ୍କୁ ଜରୁରୀ ପରିସ୍ଥିତି ରେ ହିଁ ବାହାରକୁ ବାହାରିବା ପାଇଁ କୁହାଯାଇଛି ।
କିଛି ଦୁଷ୍ଟ ପ୍ରକୃତିର ଲୋକେ ଏହି ସବୁ କଥା କୁ ମାନୁ ନାହାନ୍ତି ସେଥିପାଇଁ ସେମାନଙ୍କୁ ଆୟତ କରିବା ପାଇଁ ସରକାର ଦୃଢ ପଦକ୍ଷପ ନେଇଛନ୍ତି । ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦେଶ ଜାରି କରା ଯାଇଛି ଯେ ବିନା କୌଣସି ଜରୁରୀ କାମ ଥାଇ ଗାଡି ଧରି ବାହାରକୁ ବାହାରିଲେ ଜରିମାନା ଦେବାକୁ ପଡିବ । ଏପିଡେମିକ ଡିଜିଜ ଆକ୍ଟ ୧୮୯୭ ଏବଂ ଓଡିଶା କୋଭିଡ୍-୧୯ ନିୟାମକ ଆଇନ ୨୦୨୦ ଅନୁଯାୟୀ ଜରିମାନା ଆଦାୟ କରିବାକୁ ନିର୍ଦ୍ଦେଶ ଦିଆ ଯାଇଛି ।
ସୂଚନା ଅନୁସାରେ ବର୍ତମାନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୯ ସୁସ୍ଥ ହୋଇଛନ୍ତି ଓ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଅନ୍ୟମାନେ ଚିକିତ୍ସାଧୀନ ଅଛନ୍ତି ।