ନିଜ ମା’କୁ ହତ୍ୟା କରି କଲା ହଜାରେ ଖଣ୍ଡ : ଫ୍ରିଜରେ ଟିଫିନ୍ ଭିତରେ ପୂରେଇ ରଖି ନିଜେ ଖାଇଲା, କୁକୁରକୁ ଦେଲା

ଶୁଣିବାକୁ ମିଳେ ରାଗ ବ୍ରହ୍ମଚଣ୍ଡାଳ । ରାଗିବା ସମୟରେ ମଣିଷ ନିଜର ହିତାହିତ ଜ୍ଞାନ ଭୁଲି ଯାଏ । କେତେବେଳେ ସେ ମଣିଷରୁ ପିଶାଚ ପାଲଟିଯାଏ ସେ ନିଜେ ବି ଜାଣେନା । ତେବେ ଏମିତି ପିଶାଚ ପାଲଟିଥିବା ଏକ ନଜିର ସାମ୍ନାକୁ ଆସିଛି । ୬୮ ବର୍ଷୀୟା ମା’କୁ ହତ୍ୟା କଲା, ହାଣି ହଜାରେ ଖଣ୍ଡ କଲା । ଏହାପରେ ଖଣ୍ଡ ସବୁକୁ ଟିଫିନ୍‌ ବକ୍ସରେ ରଖିଲା । ପରେ ଭୋକ ହେବାରୁ ନିଜେ ଖାଇଲା, ପାଳିଥିବା କୁକୁରକୁ ବି ଖୁଆଇଲା । ଏମିତି ଏକ ଅଜବ ଅଭିଯୋଗ ହୋଇଛି । ତେବେ ମାମଲାଟି କୋର୍ଟରେ ପହଞ୍ଚିଲା ପରେ ଶୁଣିବାକୁ ମିଳୁଛି ଯେ ଯଦି ଯୁବକ ଦୋଷୀ ସାବ୍ୟସ୍ତ ହୁଏ, ତାହେଲେ ତାକୁ ୧୫ ବର୍ଷ ଜେଲ‌ ହୋଇପାରେ ।

‘ଦ ସନ’ରେ ପ୍ରକାଶିତ ଖବର ଅନୁସାରେ ଘଟଣାଟି ସ୍ପେନ୍‌ରେ ଘଟିଛି । ୨୮ ବର୍ଷୀୟ ଆଲବର୍ଟୋ ସାଞ୍ଚେଜ୍‌ ଗୋମେଜ୍‌ ନିଜ ମା’ ମାରିଆଙ୍କୁ ନିର୍ମମ ଭାବରେ ହତ୍ୟା କରିଛି । ତେବେ ରିପୋର୍ଟ ଅନୁସାରେ ଅଭିଯୁକ୍ତ ଆଲବର୍ଟୋକୁ ପୋଲିସ ଗିରଫ କରି କୋର୍ଟ ପଠାଇ ଦେଇଛି । ମୃତ ମାରିଆଙ୍କ ଜଣେ ବନ୍ଧୁ ଥାନାରେ ତାଙ୍କ ନିଖୋଜ ମାମଲା ଦାଏର କଲା ପରେ ଯାଇ ତମାମ୍ ଘଟଣା ସମ୍ନାକୁ ଆସିଥିଲା । ଏହାପରେ ଫେବୃୟାରୀ ୨୧ ତାରିଖ ୨୦୧୯ ରେ ପୋଲିସ ଅଭିଯୁକ୍ତ ଆଲବର୍ଟୋ ଘରେ ପହଞ୍ଚି ତାକୁ ଗିରଫ କରିଥିଲା ।

ପୋଲିସ ଯେତେବେଳେ ଆଲବର୍ଟୋ ତାଙ୍କ ମା’ ମାରିଆ ବିଷୟରେ ପଚାରିଥିଲେ, ‘ହଁ ମୋ ମା’ ଏଇଠି ଅଛି, ମରିଯାଇଛି । ମୁଁ ଏବଂ କୁକୁର ତାକୁ ଖଣ୍ଡ ଖଣ୍ଡ କରି ଖାଇଯାଇଛୁ’ ବୋଲି ଆଲବର୍ଟୋ କହିଥିଲା । ତେବେ ଫ୍ରିଜ୍‌ରୁ ମାରିଆଙ୍କ ଶରୀରର କିଛି ଅଂଶ ପାଇଥିଲା ପୋଲିସ । ସେପଟେ ଆଉ ଏକ ରିପୋର୍ଟ ଅନୁଯାୟୀ ମା’ ସହ ଝଗଡ଼ା ହେବା ପରେ ଅଭିଯୁକ୍ତ ପୁଅ ତାଙ୍କ ତଣ୍ଟି ଚିପି ଦେଇଥିଲା । ତାପରେ ତାଙ୍କ ମୃତଦେହକୁ ଲୁଚାଇବାକୁ ଯାଇ ଏମିତି ଅଦ୍ଭୁତ ଉପାୟ ଆପଣେଇଥିଲା । ହଜାରେ ଖଣ୍ଡରେ କାଟି ଟିଫିନ୍‌ ବକ୍ସରେ ପୁରେଇ ରଖିଲା ।

ସୂଚନାଥାଉ ଯେ ବୁଧବାର ଦିନ କୋର୍ଟରେ ଅଭିଯୁକ୍ତ ନିଜେ ସ୍ଵୀକାର କରିଛି ଯେ, ତା’ ମା’ଙ୍କୁ କେହି ମାରିଥିବା ନେଇ ସେ ଶବ୍ଦ ଶୁଣିଥିଲା । କିନ୍ତୁ ମା’କୁ ମାରିବା ଏବଂ ଖଣ୍ଡ ଖଣ୍ଡ କରିବା ନେଇ ତାର କିଛି ମନେ ନାହିଁ । ଏମିତିକି ସେ ମା’ର ମାଂସ ଖାଇଥିବା ନେଇ ମଧ୍ୟ କିଛି କିଛି କହିପାରୁନି ।  

Leave a Reply

Your email address will not be published. Required fields are marked *