ବିଶ୍ୱାସ କରାଯାଏ ଯେ କିନ୍ନରମାନଙ୍କ ଆଶୀର୍ବାଦରେ ବହୁତ ଶକ୍ତି ଥାଏ । ଘରେ ଯଦି କୌଣସି ଶୁଭ କାର୍ଯ୍ୟ ହୁଏ ଅଥବା ଶିଶୁ ଜନ୍ମ ହୁଏ କିନ୍ନରମାନେ ଆସି ଆଶୀର୍ବାଦ କରନ୍ତି । କିନ୍ତୁ କିନ୍ନରମାନଙ୍କ ଜୀବନ ଅତ୍ୟନ୍ତ ଯନ୍ତ୍ରଣାଦାୟକ । କିନ୍ନରମାନଙ୍କ ଶବଦାହ ରାତି ସମୟରେ କରାଯାଏ ଏବଂ ତାପୂର୍ବରୁ ତାଙ୍କ ମୃତଦେହକୁ ଜୋତା ଏବଂ ଚପଲରେ ମାଡ଼ ମରାଯାଏ ।
ଜାଣି ଆଶ୍ଚର୍ଯ୍ୟ ହେବେ କିନ୍ନରମାନଙ୍କ ଷଷ୍ଠ ଇନ୍ଦ୍ରିୟ ଅତ୍ୟନ୍ତ ତୀବ୍ର । ସେମାନଙ୍କୁ ଆଗାମୀ ଘଟଣା ବିଷୟରେ ଆଭାସ ହୋଇଯାଏ । କିନ୍ନରମାନେ ଆଗୁଆ ଜାଣିପାରନ୍ତି ଯେ ସେମାନେ ମରିବାକୁ ଯାଉଛନ୍ତି । ଏମିତି ଅନେକ ପ୍ରମାଣ ସମଗ୍ର ବିଶ୍ୱରୁ ଆସିସାରିଛି । ଯେତେବେଳେ ଜଣେ କିନ୍ନର ମରିବାକୁ ଯାଆନ୍ତି ସେ ଅଜବ ବ୍ୟବହାର କରିବା ଆରମ୍ଭ କରିଦିଅନ୍ତି । କୁଆଡ଼େ ବାହାରକୁ ଯିବାଆସିବା କରନ୍ତିନି ଏବଂ ଖାଇବା ମଧ୍ୟ ବନ୍ଦ କରିଦିଅନ୍ତି । କେବଳ ପାଣି ପିଅନ୍ତି ଏବଂ ଭଗବାନଙ୍କୁ ପ୍ରାର୍ଥନା କରନ୍ତି ଯେପରି ପରବର୍ତ୍ତୀ ଜନ୍ମରେ ସେ କିନ୍ନର ନହୁଅନ୍ତି ।

କିନ୍ନର ମୃତ୍ୟୁ ପରେ ତାଙ୍କ ଶବକୁ ସମାଧି ଦିଆଯାଏ ସତ ହେଲେ ତାପୂର୍ବରୁ କରାଯାଏ ତାଙ୍କ ପ୍ରାଣ ମୁକ୍ତିର ପ୍ରକ୍ରିୟା । ଏଥିପାଇଁ ମୃତଦେହକୁ ଧଳା କପଡ଼ାରେ ଗୁଡ଼ାଯାଏ ଏବଂ ସବୁ ପ୍ରକାର ବନ୍ଧନରୁ ମୁକ୍ତ ହେବା ପାଇଁ ସେଥିରେ କିଛି ବନ୍ଧା ଯାଏ ନାହିଁ । ଚେଷ୍ଟା କରାଯାଏ ଯେ ମୃତ କିନ୍ନର ଶବକୁ ବାହାର ସମ୍ପ୍ରଦାୟ ଲୋକ କେହି ନଦେଖନ୍ତୁ । ସେମାନେ ବିଶ୍ଵାସ କରନ୍ତି ଯେ ଯଦି ଜଣେ ସାଧାରଣ ଲୋକ କିନ୍ନରଙ୍କ ମୃତ ଶରୀର ଦେଖି ଦିଅନ୍ତି ତେବେ ମୃତ କିନ୍ନର ପୁଣିଥରେ କିନ୍ନର ଯୋନୀରେ ଜନ୍ମ ହେବ । ତେଣୁ ଅନ୍ତିମ ସଂସ୍କାରର ସମସ୍ତ ରୀତିନୀତି ରାତିରେ ସମ୍ପନ୍ନ ହୁଏ ।