BMC କୁ ଚ୍ୟାଲେଞ୍ଜ ଦେବା କିଶୋର ଭାଇନାଙ୍କୁ ପଡିଲା ମହଙ୍ଗା, ମିଡ଼ିଆ ସାଜିଲା ଶକୁନି ମାମୁଁ ! ….

ସଂସ୍କାର : ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ଗତ ୨୦ରୁ ଅଧିକ ବର୍ଷ ଧରି ମଟନ – ଭାତ ଲୋକଙ୍କୁ ଶସ୍ତା ମୂଲ୍ୟରେ ଯୋଗାଇ ଆସୁଥିଲେ କିଶୋର ଭାଇନା। କିଶୋର ମଟନ ହୋଟେଲ କେବଳ ଯେ, ଭୁବନେଶ୍ୱରରେ ପ୍ରସିଦ୍ଧ ଥିଲା ତାହା ନୁହଁ, ବରଂ ରାଜ୍ୟ ଓ ରାଜ୍ୟ ବାହାରୁ ବି ଅନେକ ଲୋକ କିଶୋରଙ୍କର ୨୦୦ ଟଙ୍କିଆ ମଟନ ଭାତ ଖାଇବାକୁ ଆସୁଥିଲେ।

ନିଜର ଏହି ୨୦ ବର୍ଷର ବ୍ୟବସାୟରେ ସେ ବହୁତ ଖ୍ୟାତି ଅର୍ଜନ କରିଛନ୍ତି। ତାଙ୍କର ଏହି ଖାଦ୍ୟ କାରଣରୁ ବି ଓଡ଼ିଶାର ନାମ କେଉଁଠି ନା କେଉଁଠି ଦେଶରେ ଶୁଭୁଥିଲା। କିନ୍ତୁ ଗତ ୨ ଦିନ ମଧ୍ୟରେ ସବୁ କିଛି ସେ ହରାଇଛନ୍ତି। ଆଉ ତାଙ୍କର ମଟନ ହୋଟେଲ ନାହିଁ। ପ୍ରତିଦିନ ୨୦୦ କେଜିରୁ ଅଧିକ ମଟନ ଫୁଟାଉଥିବା କିଶୋର ଭାଇ ବର୍ତ୍ତମାନ ଭାଙ୍ଗି ପଡିଛନ୍ତି। କାରଣ ତାଙ୍କ ହୋଟେଲଙ୍କୁ ଭାଙ୍ଗି ଖଣ୍ଡ ବିଖଣ୍ଡିତ କରି ଦେଇଛନ୍ତି BMC ଵାଲା।

ବହୁତ ବାଦ ବିବାଦ ପରେ ବର୍ତ୍ତମାନ ତାଙ୍କର ଏହି ଛୋଟ ହୋଟେଲଟିକୁ ଭାଙ୍ଗି ଦେଇଛନ୍ତି ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (BMC)। ମାଂସ ହୋଟେଲକୁ ପ୍ରଥମେ ସିଲ୍ କରିଥିଲା ବିଏମସି । ଖାଦ୍ୟର ମାନ ଓ ସ୍ୱଚ୍ଛତାକୁ ପରଖିବା ପରେ ବିଏମସି ଏପରି ନିଷ୍ପତ୍ତି ନେଇଥିବା ଟ୍ୱିଟି କରିଥିଲା। ହେଲେ BMC ର ଏହି ତାଗିତକୁ ଟିକିଏ ବି ଖାତିର ନ କରି କିଶୋର ଭାଇ ପୁଣି ତାପର ଦିନ ହୋଟେଲ ଖୋଲି ୨୦୦ କେଜି ମଟନ ଫୁଟାଇଥିଲେ।

ତେଣୁ ରାତାରାତି କିପରି ବିଏମସିର କଟକଣା ଉଠିଗଲା ନା ଏହା ପଛରେ ଆଉ କିଛି ଅଛି ତାକୁ ନେଇ ଆରମ୍ଭ ହୋଇଥିଲା ଚର୍ଚ୍ଚା । ଆଉ ରାଜ୍ୟର ଆଗଧାଡିର କିଛିଟା ନ୍ୟୁଜ୍ ଏଜେନ୍ସି BMC କୁ ପରୋକ୍ଷରେ ବାରମ୍ବାର ଗୋଟିଏ ପ୍ରଶ୍ନ ପଚାରିଥିଲେ ଯେ, ରାତାରାତି କିଭଳି କଟକଣା ଉଠିଗଲା? ଆଉ କିପରି କିଶୋର ଭାଇନା ତାପର ଦିନ ମଟନ ଫୁଟାଇବା ଆରମ୍ଭ କରିଦେଲା ?

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବିଏମ୍‌ସି ଟିମ୍‌ ପକ୍ଷରୁ କିଶୋର ଭାଇନାଙ୍କ ହୋଟେଲ ପରେ ଚଢ଼ାଉ କରାଯାଇଥିଲା। ଖାଦ୍ୟରେ ମିଶୁଥିବା ରଙ୍ଗ, ସସ୍‌ର ଏକ୍ସପାୟାର ଡେଟ୍‌ ପଳାଇଥିବା ଚଢ଼ାଉ ସମୟରେ ଜଣାପଡ଼ିଲା। ଏପରିକି ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ଖାଦ୍ୟ ପ୍ରସ୍ତୁତ କରାଯାଉଥିବା ବେଳେ ସ୍ୱଚ୍ଛତା ପ୍ରତି ଧ୍ୟାନ ଦିଆଯାଉ ନ ଥିବା ଦେଖିବାକୁ ମିଳିଥିଲା।

ଏଥିନିମନ୍ତେ ଏହାକୁ ସିଲ୍‌ କରାଯାଇଥିବା ନେଇ ବିଏମ୍‌ସି ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଥିଲା। ଏଥିନିମନ୍ତେ ହୋଟେଲର ଫୁଡ୍ ରେଜିଷ୍ଟ୍ରେସନକୁ ବାତିଲ କରିବା ସହ ଫାଇନ୍ ବି ପଡ଼ିଥିଲା।

ହେଲେ ତାପର ଦିନ ସକାଳୁ ହୋଟେଲଟି ଚଳଚଞ୍ଚଳ ହୋଇ ପଡ଼ିଥିବା ବେଳେ ଖାଦ୍ୟ ପ୍ରସ୍ତୁତିରେ ଫୁଲ୍‌ ଦମ୍‌ରେ ଲାଗି ପଡ଼ିଥିଲେ କର୍ମଚାରୀ। ଯଦି ଖାଦ୍ୟର ମାନ ଯୋଗୁ ଏହି ହୋଟେଲକୁ ସିଲ୍‌ କରାଯାଇଥିଲା, ତେବେ ତାହା ପୁଣି କିପରି ଦିନକରେ କାର୍ଯ୍ୟକ୍ଷମ ହେଲା, ଏଥିନିମନ୍ତେ କିଏ ଅନୁମତି ଦେଲା ତାକୁ ନେଇ ଗଣମାଧ୍ୟମରେ ଅନେକ ପ୍ରଶ୍ନ ଉଠିଥିଲା। ଆଉ ଗଣମାଧ୍ୟମ ବି ଖବରର ଚାହିଦାକୁ ଦେଖି ସବୁ ଗୁରୁତ୍ୱପୂର୍ଣ୍ଣ ଖବରକୁ ପଛରେ ପକାଇ କେବଳ କିଶୋର ଭାଇନାଙ୍କ ଖବର ଦେଖାଇଲା।

ତେବେ ମିଡ଼ିଆ ନିଆଁରେ ଘିଅ ଢାଳିବା କାମ କଲା। ଆଉ ସେଠି କାମ କରୁଥିବା ପ୍ରାୟ ୧୨ ରୁ ୧୫ ଜଣ ଲୋକଙ୍କର ରୋଜଗାର ଛଡାଇ ଦେଲା। ବାରମ୍ବାର ଗୋଟିଏ ଖବର, ଯାହାର କି କିଛି ମୂଲ୍ୟ ନାହିଁ,ତାକୁ ଦେଖାଇ ୧୫ ଟି ପରିବାରର ରୋଜଗାର ବନ୍ଦ କରିଦେଲା ମିଡ଼ିଆ ସଂସ୍ଥା।

ହୋଇପାରେ କିଶୋର କିଛି ଟା ଭୁଲ୍ କରିଥିବେ , କିନ୍ତୁ ଏହି ଭୁଲ୍ ପାଇଁ ତାଙ୍କୁ ଅଲଗା କିଛି ଦଣ୍ଡ ଦିଆଯାଇପାରି ଥାନ୍ତା, କେବଳ ଫାଇନ ଆଉ କିଛି ଦିନ ଦୋକାନ ବନ୍ଦ କରିବାକୁ BMC କଡା ନିର୍ଦ୍ଦେଶ ଦେଇ ପାରିଥାନ୍ତା।

କିନ୍ତୁ ବିଏମସିର କାର୍ଯ୍ୟାନୁଷ୍ଠାନ ସତ୍ୱେ ଏହାକୁ ବେଖାତିର କରି ହୋଟେଲ ଖୋଲିବା ମହଙ୍ଗା ପଡିଛି କିଶୋରଙ୍କୁ ।ସରକାରୀ ଜମି ଉପରେ ଏହି ଦୋକାନ ଛିଡ଼ା ହୋଇଥିବା କାଗଜପତ୍ରରୁ ଜାଣିବାକୁ ପାଇଥିଲେ ଉଭୟ ବିଏମସି ଆଉ ବିଡ଼ିଏ। ତେବେ ଶୁକ୍ରବାର ଦିନ ଉଭୟ ବିଏମସି ଓ ବିଡିଏ ମିଳିତ ଭାବେ ଚଢ଼ାଉ କରି କିଶୋର ଭାଇନାଙ୍କ ହୋଟେଲ ଉପରେ ବୁଲଡୋଜର ଚଲାଇ ଦେଇଛନ୍ତି।

Leave a Reply

Your email address will not be published. Required fields are marked *