ପଞ୍ଜାବ କିଙ୍ଗସ୍ ବିପକ୍ଷରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ର 14 ତମ ସିଜିନର ନିଜର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଚାରି ରନ୍ର ପରାଜୟର ସମ୍ମୁଖୀନ ହୋଇଥିଲା। ଶେଷ ବଲରେ ଜିତିବା ପାଇଁ ରାଜସ୍ଥାନ ରୟାଲ୍ସକୁ ପାଞ୍ଚ ରନ୍ ଆବଶ୍ୟକ ଥିଲା, କିନ୍ତୁ ଅଧିନାୟକ ସଞ୍ଜୁ ସାମସନ୍ ଆର୍ଶଦୀପ ସିଂଙ୍କ ବଲ ରେ ଛକା ମାରିବାକୁ ଯାଇ ଦୀପକ ହୁଡା ହାତରେ କ୍ୟାଚ ଆଉଟ ହୋଇ ଥିଲେ।
ବାସ୍ତବରେ ଶେଷ ଦୁଇଟି ବଲରେ ଜିତିବା ପାଇଁ ରାଜସ୍ଥାନ ରୟାଲ୍ସକୁ ପାଞ୍ଚ ରନ୍ ଆବଶ୍ୟକ ଥିଲା, ଶେଷ ଓଭରର ପଞ୍ଚମ ବଲରେ ସଞ୍ଜୁ ସାମସନ୍ ଷ୍ଟ୍ରାଇକ୍ କରିଥିଲେ ଏବଂ ଗୋଟିଏ ସିଙ୍ଗଲ୍ ନେବାକୁ ସୁଯୋଗ ପାଇଥିଲେ, କିନ୍ତୁ ଅନ୍ୟ ପଟେ କ୍ରିସ୍ ମୋରିସ୍ ଙ୍କୁ ରନ ନ ନେଇ ନଅନ୍ ଷ୍ଟ୍ରାଇକ୍ ଇଣ୍ଡ କୁ ପୁଣି ପଠାଇଥିଲେ ଏବଂ ସେ ନିଜେ ଷ୍ଟ୍ରାଇକ୍ ରଖିଥିଲେ ଶେଷ ବଲରେ ଷ୍ଟ୍ରାଇକ୍ କରି ଛକା ମାରିବାକୁ ଚେଷ୍ଟା କରି ଆଉ ହୋଇଥିଲେ, ହେଲେ ଏହାକୁ ନେଇ ଏକ ବିତର୍କ ସୃଷ୍ଟି ହୋଇଛି। ବ୍ରାଏନ୍ ଲାରା ମଧ୍ୟ ଏହାକୁ ନେଇ ମୁହଁ ଖୋଲିଛନ୍ତି ।
ବ୍ରାଏନ୍ ଲାରା କହିଲେ ଏହା ସଠିକ୍ ନିଷ୍ପତ୍ତି ଥିଲା-
ୱେଷ୍ଟଇଣ୍ଡିଜ୍ର ପୂର୍ବତନ ଅଧିନାୟକ ବ୍ରାଏନ୍ ଲାରା ମଧ୍ୟ ସଞ୍ଜୁ ସାମସନଙ୍କ ନିଷ୍ପତ୍ତି ନେଇ ବିତର୍କରେ ମନ୍ତବ୍ୟ ଦେଇଛନ୍ତି। ବ୍ୟାଟିଂ କିମ୍ବଦନ୍ତୀ କହିଛନ୍ତି ଯେ ଆରଆର ଅଧିନାୟକ ସିଙ୍ଗଲକୁ ମନା କରି ସଠିକ୍ କାର୍ଯ୍ୟ କରିଛନ୍ତି। ଲାରା ଏହା ମଧ୍ୟ କହିଛନ୍ତି ଯେ ଷ୍ଟ୍ରାଇକ୍ ବଜାୟ ରଖିବା ପାଇଁ ଯଦି ଦୁଇ ରନ ମଧ୍ୟ ନେଇଥାନ୍ତେ ତେବେ ଆରଆର ତାରକାଙ୍କ ପାଇଁ ମଧ୍ୟ ଭୁଲ ପ୍ରମାଣିତ ହୋଇଥାନ୍ତା।
“ମୁଁ ଭାବୁଛି ଏହା ସଠିକ୍ ନିଷ୍ପତ୍ତି ଥିଲା। ମୁଁ ଭାବୁଛି ଯଦି ଏହି ଦୁଇ ଖେଳାଇଙ୍କ ମଧ୍ୟ ରୁ କାହାକୁ ଏକ ବାଉଂଡେରୀ ମାରିବାକୁ ପଡିବ, ତେବେ ଏହି ସମୟରେ ସଞ୍ଜୁ ସାମସନ୍ ହିଁ ମାରି ପାରିଥାନ୍ତେ କାରଣ ସେ ଏକଦମ୍ ସେଟ ହୋଇଯାଇଥିଲେ, ଏବଂ ଯଦି ବା ସେ ୨ୟ ରନ୍ ପାଇଁ ଦୌଡ଼ି ଥାନ୍ତେ, ତେବେ ସେ ରନ୍ ଆଉଟ୍ ହେବାର ମଧ୍ୟ ଅଧିକ ସୁଯୋଗ ଥିଲା, ତେଣୁ ମୁଁ ଭାବୁଛି ସେ ଠିକ୍ କାମ କରିଛନ୍ତି, ମୋ ମନରେ ଏହା ଉପରେ କୌଣସି ସନ୍ଦେହ ନାହିଁ, ଜବରଦସ୍ତ ଇନିଂସ ଥିଲା ଏବଂ ଶେଷ ଓଭରରେ ସେହି ସିଙ୍ଗଲ୍ ନ ନେଇ ଭୁଲ କରିଛନ୍ତି ବୋଲି ମୁଁ ତାଙ୍କ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରିବି ନାହିଁ ବୋଲି ଲାରା ଷ୍ଟାର୍ ସ୍ପୋର୍ଟସ ସହ ଆଲୋଚନା ସମୟରେ କହିଛନ୍ତି।