କରୋନା କାଳରେ କେମିତି ନେବେ ନିଜ ଆଖିର ଯତ୍ନ : ଆସନ୍ତୁ ଜାଣିବା କ’ଣ ରହିଛି ଡାକ୍ତରଙ୍କ ପରାମର୍ଶ !

କରୋନାର କାୟା ବିସ୍ତାର ହେବାରେ ଲାଗିଛି ଯେଉଁ କାରଣରୁ କେଉଁଠି ଲକ୍‌ଡାଉନ୍‌ ତ କେଉଁଠି ସଟ୍‌ଡାଉନ୍‌ ସ୍ଥିତି । ହେଲେ କେତେଦିନ ଆଉ ଘର ଭିତରେ ବନ୍ଦ ହେଇରହିବ ମଣିଷ, ସେପଟରେ ଆର୍ଥିକ ମନ୍ଦାବସ୍ଥା କେନ୍ଦ୍ର ତଥା ରାଜ୍ୟ ସରକାରଙ୍କୁ ବାଧ୍ୟ କଲା ଯାବତୀୟ କଟକଣାରେ ହାଲୁକା କୋହଳ ନୀତି ଆପଣେଇବାକୁ । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିଲାବେଳେ ସଚେତନତା ହିଁ ଶେଷ ଉପାୟ ଆମ ପାଖରେ ।  

ବିଶେଷଜ୍ଞଙ୍କ ମତାନୁସାରେ କରୋନା ଭାଇରସ ଆଖି ମାଧ୍ୟମରେ ବି ଶରୀର ଭିତରକୁ ପ୍ରବେଶ କରିପାରେ । ଆମେରିକାର ଜନ ହପକିନ୍ସ ୟୁନିଭର୍ସିଟି ସ୍କୁଲ ଅଫ ମେଡିସିନ ପକ୍ଷରୁ ହୋଇଥିବା ଏକ ଗବେଷଣା ଅନୁଯାୟୀ ଆଖିର ଏସିଇ-୨ ରିସେପ୍ଟର ମାଧ୍ୟମରେ ଏହି ଭାଇରସ ଶରୀରକୁ ପ୍ରବେଶ କରିଥାଏ । ଯଦିଓ କୌଣସି ପ୍ରମାଣସିଦ୍ଧ ତଥ୍ୟ ହସ୍ତଗତ ହୋଇନାହିଁ ତଥାପି ଆଖି ପ୍ରତି ଯତ୍ନବାନ ହେବା ଆମ ଦାୟିତ୍ୱ ।

ବର୍ତ୍ତମାନର ପରିସ୍ଥିତିରେ ଆମର ଆଖିକୁ କନ୍‌‌ଜକ୍ଟିଭିଟି, ଆଖିର କଳା ଡୋଳରେ ଇନ୍‌ଫେକ୍ସନ, ଆଖିର ଶୁଷ୍କତା, କରୋନେଲ ଅଲସର, ଦୃଷ୍ଟିହୀନତା ପରି ସମସ୍ୟାରୁ ରକ୍ଷା କରିବା ନିହାତି ଜରୁରୀ ଯଦିଓ ଆଖି ଦ୍ୱାରା କୋଭିଡ-୧୯ ସଂକ୍ରମଣ ହେବାର କୌଣସି ପ୍ରମାଣ ଏଯାବତ୍ ମିଳି ନାହିଁ ।

କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ୍‌ କଲେଜ ଆଣ୍ଡ୍ ହସସ୍ପିଟାଲର ଚକ୍ଷୁ ବିଶେଷଜ୍ଞଙ୍କ ପରାମର୍ଶ ଅନୁସାରେପ୍ରଥମତଃ ହାତକୁ ଯଥା ସମ୍ଭବ ଆଖିଠାରୁ ଦୂରେଇ ରଖନ୍ତୁ ଓ ନିୟମିତ ବ୍ୟବଧାନରେ ହାତ ଧୁଅନ୍ତୁ । ବାହାରୁ ଫେରିଲା ପରେ ବିଶେଷ ରୂପେ ଆଖିକୁ ଭଲ ରୂପେ ଧୁଅନ୍ତୁ । କଣ୍ଟାକ୍ଟ ଲେନ୍ସ ବ୍ୟବହାର କରୁଥିବା ବ୍ୟକ୍ତି ଚଷମା ପିନ୍ଧନ୍ତୁ । ବୟସ୍କ ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବାରୁ ସେମାନଙ୍କ ପ୍ରତି ବିଶେଷ ସଚେତନ ହୁଅନ୍ତୁ ।

ବାଲାନ୍ସଡ୍ ଡାଏଟ ପ୍ରତି ଧ୍ୟାନ ଦେବା ସହିତ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିକୁ ଦୃଷ୍ଟିରେ ରଖି ଖାଦ୍ୟ ଖାଆନ୍ତୁ । ଯଦି କିଛି ଗୁରୁତର ଆଖି ସମସ୍ୟା ରହିଛି ତେବେ ଡାକ୍ତରଙ୍କ ପରାମର୍ଶ କରି ଔଷଧ କିଣି ଖାଆନ୍ତୁ ।

Leave a Reply

Your email address will not be published. Required fields are marked *