ଶାସ୍ତ୍ର ଅନୁଯାୟୀ ଚାଲିବା ଶୈଳୀରୁ ଜାଣନ୍ତୁ ବ୍ୟକ୍ତିଙ୍କ ସ୍ୱଭାବ କିପରି ହେବ

କେହି କେହି ଧିରେ ଚାଲିବାକୁ ପସନ୍ଦ କରୁଥିବା ବେଳେ ଆଉ କେତେକ ବ୍ୟକ୍ତି ଦ୍ରୁତ ଗତିରେ ଚାଲିବାକୁ ପସନ୍ଦ କରିଥାନ୍ତି । ଯେପରି ମୁହଁ ଏବଂ ଶରୀରରେ ଥିବା କଳାଜାଇ କିମ୍ବା ପାଦର ଆଙ୍ଗୁଠି ଦେଖି କାହାର ସ୍ୱଭାବ ବିଷୟରେ ସମ୍ୟକ ଧାରଣା ନେଇହୁଏ, ଠିକ୍ ସେହିପରି ଚାଲିବା ଶୈଳୀରୁ ଜାଣିହେବ ବ୍ୟକ୍ତି ପ୍ରକୃତି ତଥା ସ୍ଵଭାବ ବିଷୟରେ । ସମୂଦ୍ର ଶାସ୍ତ୍ର ଅନୁଯାୟୀ, ଏହା ପଛରେ ଥିବା କାରଣ ସେମାନଙ୍କର ରାଶି ଉପରେ ପ୍ରଭାବ ପକାଇଥାଏ ।

ଆରାମରେ ତଥା ଧୀର ଗତିରେ ଚାଲୁଥିବା ବ୍ୟକ୍ତିଙ୍କ ଉପରେ ଶନି ଗ୍ରହର ପ୍ରଭାବ ପଡ଼ିଥାଏ । ଏମାନେ ଜୀବନର ପ୍ରତ୍ୟେକ କାର୍ଯ୍ୟକୁ ବୁଝିବିଚାରି ନିଷ୍ପତ୍ତି ନିଅନ୍ତି । ସ୍ୱଭାବରେ ଏପରି ବ୍ୟକ୍ତି ଶାନ୍ତ ଏବଂ ପ୍ରତ୍ୟେକ କାର୍ଯ୍ୟକୁ ମଧ୍ୟ ଏମାନେ ଅତି ଯତ୍ନ ସହକାରେ କରିଥାନ୍ତି ।

ଶାସ୍ତ୍ର ଅନୁଯାୟୀ ଦ୍ରୁତ ଗତିରେ ଚାଲୁଥିବା ବ୍ୟକ୍ତି ଉପରେ ମଙ୍ଗଳ ଗ୍ରହର ପ୍ରଭାବ ପଡ଼ିଥାଏ । ଏମାନେ ସାଧରତଃ ବହୁତ ଶକ୍ତିଶାଳୀ ଏବଂ କାମ କରିବାକୁ ତତ୍ପର ରୁହନ୍ତି । ପ୍ରତ୍ୟେକ କାର୍ଯ୍ୟ ଶୀଘ୍ର ସଂପୂର୍ଣ୍ଣ କରିବା ଏମାନଙ୍କ ସ୍ଵଭାବ । ଏମାନେ ଖୁବ୍ ଆତ୍ମବିଶ୍ୱାସୀ ଏବଂ ସାହସୀ ପ୍ରକୃତିର ।

ପାଖରେ ପାଖରେ ପାଦ ପକେଇ ଚାଲୁଥିବା ବ୍ୟକ୍ତିଙ୍କ ଉପରେ ପଡ଼ିଥାଏ ବୁଧ ଗ୍ରହର ପ୍ରଭାବ । ଏମାନେ ସ୍ଵଭାବରେ ଶାନ୍ତ ଏବଂ ଆରାମଦାୟକ ଜୀବନ ବିତାଇବାକୁ ପସନ୍ଦ କରଥାନ୍ତି । ଏମାନେ ଖୁବ୍ ଶୀଘ୍ର ଅନ୍ୟମାନଙ୍କୁ ଇମ୍ପ୍ରେସିଭ୍ କରିପାରନ୍ତି ଏବଂ ତାଙ୍କର ସାଙ୍ଗମାନଙ୍କ ତାଲିକା ବହୁତ ଲମ୍ବା ହୋଇଥାଏ । ସାଧାରଣତଃ ଏମାନେ ସେମାନଙ୍କ ଜୀବନରେ କୌଣସି ପ୍ରତିବନ୍ଧକ ନଆସୁ ବୋଲି ଭାବନ୍ତି ।

ପାଦକୁ ଘୋଷାଡ଼ି ଚାଲୁଥିବା ବ୍ୟକ୍ତିଙ୍କ ଉପରେ ରାହୁ ଏବଂ ଶନିଙ୍କ ପ୍ରଭାବ ପଡ଼େ । ଏମାନଙ୍କୁ ଭଲ ବୋଲି ବିବେଚନା କରେ ନାହିଁ ଶାସ୍ତ୍ର । ଏମାନେ ଜୀବନରେ ବହୁତ ଦ୍ୱନ୍ଦ୍ୱ ଏବଂ ଦୁଖଃରେ ରୁହନ୍ତି । ତାସହିତ ଛୋଟ ଛୋଟ କଥାକୁ ଅତି ଗଭୀର ଭାବରେ ଚିନ୍ତା କରି ବସନ୍ତି ।  

Leave a Reply

Your email address will not be published. Required fields are marked *