ସାପ ଆଉ ନେଉଳ ମଧ୍ୟରେ ଶତ୍ରୁତା କାହିଁକି ? ଦେଖନ୍ତୁ ଭିଡ଼ିଓ, ଜାଣନ୍ତୁ କାରଣ

ସଂସ୍କାର : ଯୁଗ ଯୁଗରୁ ସାପ ଏବଂ ନେଉଳ ମଧ୍ୟରେ ଶତ୍ରୁତା ରହିଛି। ସେମାନେ ପରସ୍ପରକୁ ଆଦୌ ପସନ୍ଦ କରନ୍ତି ନାହିଁ। କିନ୍ତୁ ଏହି ଦୁଇଜଣ ପରସ୍ପରର ଶତ୍ରୁ କାହିଁକି ବୋଲି କେହି ଜାଣନ୍ତି ନାହିଁ। ଏହି ବିଷୟରେ ଏକ ପୁରାତନ ବିଶ୍ୱାସ ଅଛି, ଯାହାକୁ ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ। ଏହି ଦୁଇ ଜୀବଙ୍କର ଶତ୍ରୁତା ଅତି ପ୍ରାଚୀନ ବୋଲି କୁହାଯାଏ। ଏକ ସମୟରେ ନେଉଳ ସବୁଠୁ ବିଷାକ୍ତ ଥିଲା।

ସେ ସମସ୍ତଙ୍କୁ ମାରିବାକୁ ଗୋଡାଉଥିଲା। ଜଙ୍ଗଲର ସମସ୍ତ ପ୍ରାଣୀ ନେଉଳ ଉପରେ ବିରକ୍ତ ହୋଇଥିଲେ। ଶେଷରେ ଜଙ୍ଗଲର ସମସ୍ତ ପ୍ରାଣୀ ଦୁଃଖୀ ହୋଇ ଏକ ବୈଠକ ଡାକିଲେ, କିପରି ନେଉଳଠାରୁ ମୁକ୍ତି ପାଇବେ। ଆଉ ବୈଠକରେ ନିଷ୍ପତ୍ତି ନିଆଗଲା ଯେ ସାପ ହିଁ ନେଉଳର ସାମ୍ନା କରିବ। ଆଉ ଯେତେବେଳେ ବି ନେଉଳ ଖାଦ୍ୟ ଖୋଜିବାକୁ ବାହାରକୁ ଯିବ, ସେତେବେଳେ ସାପ ତାକୁ ଅଟକାଇବ। ଆଉ ବାରମ୍ବାର ଏଭଳି ପରିସ୍ଥିତି ଉପୁଜିବା କାରଣରୁ ସାପ ଆଉ ନେଉଳ ମଧ୍ୟରେ ଶତ୍ରୁତା ବଢ଼ିବାରେ ଲାଗିଲା।

Leave a Reply

Your email address will not be published. Required fields are marked *