କୋଲକାତା ନାଇଟ୍ ରାଇଡର୍ସ ଅଧିନାୟକ ଇଏନ୍ ମୋର୍ଗାନ୍ କହିଛନ୍ତି ଯେ ସନରାଇଜର୍ସ ହାଇଦ୍ରାବାଦକୁ 10 ରନ୍ ରେ ପରାସ୍ତ କରିବା ପରେ ତାଙ୍କ ଦଳର ଆଇପିଏଲରେ ସବୁଠାରୁ ଆକ୍ରମଣାତ୍ମକ ବ୍ୟାଟିଂ ଅର୍ଡର ରହିଛି। 56 ଟି ବଲରୁ ନୀତୀଶ ରାଣା 80 ରନ୍ ଏବଂ ରାହୁଲ ତ୍ରିପାଠୀ 29 ଟି ବଲରୁ 53 ରନ୍ କରିଥିଲେ। ଏହା ପରେ ଉପ-ଅଧିନାୟକ ଦୀନେଶ କାର୍ତ୍ତିକ 9 ବଲରୁ ଅପରାଜିତ 22 ଟି ରନ୍ କରି ଦଳକୁ 187 ରେ ପହଞ୍ଚାଇ ଥିଲେ।
ମ୍ୟାଚ୍ ପରେ ଭର୍ଚୁଆଲ୍ ସାମ୍ବାଦିକ ସମ୍ମିଳନୀରେ ମୋର୍ଗାନ୍ କହିଛନ୍ତି, “ଆମ ଦଳର ବହୁ ପ୍ରତିଭାବାନ ଖେଳାଳି ଅଛନ୍ତି ସେ ମଧ୍ୟରୁ ଆମର ଦୁଇ ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ୍।” ଏବଂ ତା ପରେ ଦୀନେଶଙ୍କ ବ୍ୟାଟିଂ ଏବଂ ଆଣ୍ଡ୍ରେ ରସେଲଙ୍କ ଆକ୍ରମଣାତ୍ମକତା ଆମ ଦଳର ବ୍ୟାଟିଂକୁ ଅଧିକ ମଜଭୁତ କରିଦେଇଛି।
ସେ ବିଶେଷ କରି ନିକଟରେ କରୋନା ସଂକ୍ରମଣରୁ ମୁକ୍ତି ପାଇଥିବା ରାଣାଙ୍କୁ ପ୍ରଶଂସା କରି କହିଛନ୍ତି, ନୀତୀଶ ଏକ ମ୍ୟାଚ୍ ଜିତିବା ଇନିଂସ ଖେଳିଥିଲେ। ସେ ଆକ୍ରମଣାତ୍ମକ ଭାବେ ଖେଳିଥିଲେ ଏବଂ ସକରାତ୍ମକ ମନୋଭାବ ସହ ଖେଳିଥିଲେ। “ରସେଲ ବ୍ୟାଟିଂ କରିପାରିନଥିଲେ କିନ୍ତୁ ଶେଷ ଓଭରରେ ସେ ଭଲ ବୋଲିଂ କରିଥିଲେ ଏବୋ ସେ ସର୍ବଦା ବୋଲିଂରେ ମଧ୍ୟ ଭଲ ପ୍ରଦର୍ଶନ କରିଥାନ୍ତି।
ମୋର୍ଗାନ କହିଛନ୍ତି, ମୁଁ ଖୁସି ଅଟେ। ଦୀର୍ଘ ସମୟ ଧରି ଆଣ୍ଡ୍ରେ ରସେଲ ଦଳର ଏକ ଅଂଶ ଅଛନ୍ତି, ସେ ଜଣେ ଖେଳାଳୀ ଯିଏକି ଦଳକୁ ବହୁତ କିଛି ଦେଇଥାନ୍ତି, ଡେଥ୍ ଓଭରରେ ବୋଲିଂ କରିବା ସହଜ ନୁହେଁ କିନ୍ତୁ ସେ ଏକ ଚମତ୍କାର ଓଭର ବୋଲିଂ କରିଥିଲେ।
ହରଭଜନ ସିଂ ପ୍ରଥମେ ଓଭର ବୋଲିଂ କରିଥିଲେ କିନ୍ତୁ ଏହା ପରେ ବୋଲିଂ କରି ନଥିଲେ। ଏହା କୁ ନେଇ ମୋର୍ଗାନ ଏହି ନିଷ୍ପତ୍ତିକୁ ସପୋର୍ଟ କରି କହିଛନ୍ତି ଯେ ବିରୋଧୀ ଦଳର ବିଶ୍ଳେଷଣକୁ ଆଧାର କରି ଆମେ ବୋଲିଂ ପ୍ରସ୍ତୁତି କରିଥିଲୁ । ହରଭଜନ ଏକ ବଡ଼ ସୁଯୋଗ ସୃଷ୍ଟି କରିଥିଲେ କିନ୍ତୁ କ୍ୟାଚକୁ ଆମେ ହାତ ଛଡା କରିଥିଲୁ, ଏହା ପରେ ସେ ଅନ୍ୟ ଖେଳାଳିଙ୍କ ସହ ନିଜର ଅଭିଜ୍ଞତା ବାଣ୍ଟିଥିଲେ ଏବଂ ସେ ଦଳରେ ସାମିଲ ହେବା ପରେ ଦଳର ଶକ୍ତି ବୃଦ୍ଧି ପାଇଛି।