କେଜାଣି କେଉଁ ପୁରୁଣା ସମୟରୁ ଲୋକଙ୍କ ସକାଳ ଆରମ୍ଭ ହୁଏ ଫୁଟନ୍ତା ଚା’ରୁ । ସମୟେ ସମୟେ କାମ କରି ଥକି ଯାଇଥିବା ଲୋକ ପାଇଁ ଏହି ଚା’ ଏନର୍ଜି ଡ୍ରିଙ୍କର କାମ କରେ ତ କେତେବେଳେ କେବଳ ମୁଡ୍ ଆଉ ପାଟିର ସ୍ୱାଦ ପାଇଁ ବି କେତେକ ଚା’ ପିଅନ୍ତି । ତେବେ ଚା’କୁ ଲୋକେ କାଚ, ସେରାମିକ, ମେଟାଲ ବା ଡିସ୍ପୋଜାଲ କପ୍ ବଦଳରେ ମାଟି କପରେ ପିଇବାକୁ ପସନ୍ଦ କରିଥାନ୍ତି । ଆସନ୍ତୁ ଜାଣିବା ଇକୋଫ୍ରେଣ୍ଡଲି ମାଟି କପରେ ଚା’ ପିଇବା ଦ୍ୱାରା ମିଳେ କେଉଁ ସବୁ ଫାଇଦା …

ସେମିତିରେ ମାଟିର ବାସ୍ନା ବିମୋହିତ କରେ । ଆଉ ଯେତେବେଳେ ମାଟି କପରେ ଗରମ ଗରମ ଚା’ ଢଳା ହୁଏ ତାର ବାସ୍ନା ଯେକେହିକୁ କ୍ଷଣିକେ ପାଇଁ ମୁଗ୍ଧ କରିବାକୁ ସମର୍ଥ । ଏହାସହିତ ମାଟି କପ ପୁରାପୁରି ହାଇଜେନିକ ହୋଇଥାଏ । ମାଟି କପ ଦ୍ଵାରା ଜୀବାଣୁ ବ୍ୟାପିବା ସମ୍ଭବନା କମ ଥିବାବେଳେ କାଚ ଗ୍ଲାସ ଅପେକ୍ଷା ମାଟି କପରେ ଚା’ ପିଇବା ସ୍ୱାସ୍ଥ୍ୟ ପାଇଁ ବି ହିତକର ।
ମାଟିରେ କ୍ୟାଲସିୟମ ଭରପୁର ମାତ୍ରାରେ ରହିଥାଏ । ଏଣୁ ମାଟି କପରେ ଚା’ ପିଇବା ଦ୍ୱାରା ଆମ ଶରୀରକୁ କିଛି ମାତ୍ରାରେ କ୍ୟାଲସିୟମ ଯାଇଥାଏ ଯାହା ଶରୀରର ହାଡ଼ ମଜଭୁତ ହୁଏ । ଏହାବ୍ୟତୀତ ମାଟି କପରେ ଚା’ ପିଇଲେ ହଜମ ଶକ୍ତି ମଧ୍ୟ ବଢ଼ିଥାଏ ।
ଅନ୍ୟ ଡିସ୍ପୋଜାଲ କପ୍ ବଦଳରେ ଏହା ଅଧିକ ହିତକର। ଡିସ୍ପୋଜାଲ କପରେ ଗରମ ଚା’ ପିଇବା ଦ୍ୱାରା ଏଥିରେ ଥିବା ଏସିଡ ପେଟକୁ ଯାଇ ଆମ ଅନ୍ତନଳୀରେ ଜମା ହୋଇଯାଏ ଯେଉଁ କାରଣରୁ ପେଟ ଖରାପ ହେବା ସହିତ କ୍ୟାନସର ଭିଳ ମାରାତ୍ମକ ରୋଗର ବିପଦ ରହିଥାଏ । ମାଟି ପାତ୍ରରେ କ୍ଷରିୟ ଗୁଣ ଭରପୁର ମାତ୍ରାରେ ଥାଏ, ଫଳରେ ମାଟି କପରେ ଚା’ ପିଇବା ଦ୍ୱାରା ପେଟ ଜନିତ ସମସ୍ୟା କମ ହେବା ସହିତ ପେଟ ପୋଡ଼ାଜଳା ମଧ୍ୟ ହୁଏ ନାହିଁ ।